ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ; କହିଲେ ବଜେଟରେ ଆସନ୍ତା ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ଅଛି

Union Budget 2022: କରୋନା ଅବଧିରେ କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି।

ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ତାଙ୍କର ଚତୁର୍ଥ ବଜେଟ୍ ଓ ଏଥର ମଧ୍ୟ ବଜେଟ୍ କାଗଜହୀନ ଫର୍ମରେ ଉପସ୍ଥାପିତ ହେଉଛି।

ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ଏହି ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଉପସ୍ଥାପିତ ହୋଇଛି। ଦେଶର ଆର୍ଥିକ ପୁନରୁଦ୍ଧାରକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଛି।

ବିମାନ ଯାତ୍ରା ହେଲା ମହଙ୍ଗା

ବଜେଟର ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାୟୁ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ATF ମୂଲ୍ୟ ୮.୫ ପ୍ରତିଶତ ବୃଦ୍ଧି ପାଇଛି। ଏହାଦ୍ୱାରା ବିମାନ ଯାତ୍ରା ଅଧିକ ମହଙ୍ଗା ହୋଇଛି।
Published by:Lipina Das
First published: