ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବଜେଟ ଭାଷଣ ଅସୁସ୍ଥତା ଯୋଗୁଁ ପୂରା କରିପାରିଲେନି ନିର୍ମଳା, ତଥାପି ସବୁ ଠୁ ଲମ୍ବା ଭାଷଣର ରେକର୍ଡ

ବଜେଟ ଭାଷଣ ଅସୁସ୍ଥତା ଯୋଗୁଁ ପୂରା କରିପାରିଲେନି ନିର୍ମଳା, ତଥାପି ସବୁ ଠୁ ଲମ୍ବା ଭାଷଣର ରେକର୍ଡ

ନିର୍ମଳା ଦୁଇ ଘଣ୍ଟା ୪୧ ମିନିଟ ପଢ଼ିଥିଲେ ନିଜ ଭାଷଣ । ଏହା ପୂର୍ବରୁ ଗଲା ବର୍ଷ ମୃତ୍ୟୁ ବରଣ କରିଥିବା ଅରୁଣ ଜେଟଲୀଙ୍କ ନାଁରେ ଏ ରେକର୍ଡ଼ ଥିଲା । ସେ ୨୦୧୪ରେ ୨୫୩ ପୃଷ୍ଠାର ବଜେଟ ଭାଷଣ ଦୁଇ ଘଣ୍ଟା ୧୦ ମିନିଟରେ ପଢ଼ି ସାରିଥିଲେ ।

ବଜେଟ ଭାଷଣ ଅସୁସ୍ଥତା ଯୋଗୁଁ ପୂରା କରିପାରିଲେନି ନିର୍ମଳା, ତଥାପି ସବୁ ଠୁ ଲମ୍ବା ଭାଷଣର ରେକର୍ଡ
ବଜେଟ ଭାଷଣ ପଢ଼ୁଛନ୍ତି ନିର୍ମଳା ସୀତାରମଣ ।
  • News18 Odia
  • Last Updated: February 2, 2020, 1:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ସବୁ ଠୁ ଲମ୍ବା ବଜେଟ ଭାଷଣ ଦେବାର ରେକର୍ଡ କରିଛନ୍ତି । ସେ ଦୁଇ ଘଣ୍ଟା ୩୦ ମିନିଟ୍ ଧରି ବଜେଟ ୨୦୨୦ର ଭାଷଣ ଦେଇ ୨୦୧୯ ମସିହାର ନିଜର ଦୁଇ ଘଣ୍ଟା ସତର ମିନିଟର ରେକର୍ଡକୁ ଭାଙ୍ଗିଛନ୍ତି ।

ସୀତାରମଣ ଦିନ ୧୧ଟା ବେଳେ ବଜେଟ ୨୦୨୦ ଭାଷଣ ଦେବା ଆରମ୍ଭ କରିଥିଲେ ଓ ଅପରାହ୍‌ଣ ୧:୪୧ ମିନିଟରେ ଶେଷ କରିଥିଲେ, ଯାହା ଦୁଇ ଘଣ୍ଟା ୪୧ ମିନିଟ୍ ଥିଲା  ।

ବଜେଟ ଭାଷଣର ଆଉ ମାତ୍ର ଦୁଇ ପୃଷ୍ଠା ବାକି ଥିବା ବେଳେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ ଓ ଆଉ ପଢ଼ିପାରି ନ ଥିଲେ । ତାଙ୍କୁ ନିଜ କପାଳରୁ ବାରମ୍ବାର ଝାଳ ପୋଛିବାର ଦେଖାଯାଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରୁଛନ୍ତି ବୋଲି ଜଣାପଡିଥିଲା ।

ତାଙ୍କ ପାଖରେ ବସିଥିବା ତାଙ୍କର କିଛି ସହ ମନ୍ତ୍ରୀ ତାଙ୍କୁ କ୍ୟାଣ୍ଡି ଖାଇବାକୁ ଦେଇଥିଲେ ବି ତାହା କିଛି ଲାଭଦାୟକ ହୋଇପାରି ନ ଥିଲା ଓ ସେ ନିଜ ଭାଷଣରେ ବିରତି ନେବାକୁ ବାଚ଼ସ୍ପତିଙ୍କ ଅନୁମତି ଲୋଡିଥିଲେ ।

ସୀତାରମଣଙ୍କ ବଜେଟ ଭାଷଣ ଏଯାବତ୍‌ ସବୁଠୁ ଲମ୍ବା ବଜେଟ ଭାଷଣ । ଏହା ପୂର୍ବରୁ ଗଲା ବର୍ଷ ମୃତ୍ୟୁ ବରଣ କରିଥିବା ଅରୁଣ ଜେଟଲୀଙ୍କ ନାଁରେ ଏ ରେକର୍ଡ଼ ଥିଲା । ଜେଟଲୀ ୨୦୧୪ରେ ୨୫୩ ପୃଷ୍ଠାର ବଜେଟ ଭାଷଣ ପଢ଼ିଥିଲେ ଓ ତାହା ଦୁଇ ଘଣ୍ଟା ୧୦ ମିନିଟରେ ସାରିଥିଲେ ।

ସ୍ୱାଧୀନ ଭାରତର ପ୍ରଥମ ବଜେଟ ଭାଷଣ ସବୁ ଠୁ କ୍ଷୁଦ୍ର ଥିଲା । ଏହି ୩୯ ପାରାଗ୍ରାଫର ଭାଷଣ ଆର୍‌.କେ. ଶନମୁକମ୍‌ ସେଟ୍ଟୀ ପଢ଼ିଥିଲେ ।
First published: February 2, 2020, 1:06 AM IST