ବିଗିଡ଼ିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବସ୍ଥ୍ୟାବସ୍ଥା
- News18 Odia
- Last Updated :
- Cuttack, India
News18 Odia Digital
ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ସୋମବାର ଦିନ ୧୨ଟାରେ ଅର୍ଥମନ୍ତ୍ରୀ AIIMSର ଘରୋଇ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୬୩ ବର୍ଷୀୟା ସୀତାରମଣଙ୍କୁ ଭର୍ତ୍ତି କରାଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିୟମିତ ଯାଞ୍ଚ ପାଇଁ AIIMSରେ ଭର୍ତ୍ତି କରାଯାଇଛି। ତାଙ୍କ ପେଟରେ ସାମାନ୍ୟ ସଂକ୍ରମଣ ବିଷୟରେ କୁହାଯାଉଛି। ଖୁବ୍ ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।