Budget 2021: ରାହୁଲ ଗାନ୍ଧୀଙ୍କ ‘ପୁଞ୍ଜିପତିଙ୍କୁ ସାହାଯ୍ୟ’ ବିବୃତି ଉପରେ ପ୍ରହାର କଲେ ନିର୍ମଳା

କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବା ପରେ ରାହୁଳ ଗାନ୍ଧୀ କହିଥିଲେ, ‘‘ଲୋକଙ୍କ ହାତରେ ନଗଦ ଟଙ୍କା ରଖିବା କଥା ଭୁଲିଯାଅ । ମୋଦୀ ସରକାର ତ ଭାରତର ସମ୍ପତ୍ତିକୁ ତାଙ୍କ ପୁଞ୍ଜିବାଦୀ ବନ୍ଧୁମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରିଛନ୍ତି ।’’

କଂଗ୍ରେସ ନେତା ରାହୁଳ ଗାନ୍ଧୀ (ଫାଇଲ୍ ଫଟୋ)

କଂଗ୍ରେସ ନେତା ରାହୁଳ ଗାନ୍ଧୀ (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ବଜେଟ୍ (Budget 2021) କିଛି ପୁଞ୍ଜିପତିଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବନାଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ (Rahul Gandhi) ଦାବି ଉପରେ ଆକ୍ରମଣ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କହିଛନ୍ତି ଯେ ଅତୀତରେ କଂଗ୍ରେସ-ଶାସିତ କେରଳ ସରକାର ନିମନ୍ତ୍ରଣ ଆଧାରରେ ସେହି ସମାନ ବ୍ୟବସାୟୀମାନଙ୍କୁ ରାଜ୍ୟରେ ଏକ ବନ୍ଦର ହସ୍ତାନ୍ତର କରିଥିଲେ ।

ଲୋକ ସଭାରେ ବଜେଟ୍ ଉପସ୍ଥାପନା ହେବା ପରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ନରେନ୍ଦ୍ର ମୋଦି ସରକାର ଆଗାମୀ ଆର୍ଥିକ ବର୍ଷରେ ଦୁଇଟି ପିଏସୟୁ ବ୍ୟାଙ୍କ ଓ ଏକ ବୀମା କମ୍ପାନୀ ସମେତ ସାର୍ବଜନୀନ କ୍ଷେତ୍ରର କମ୍ପାନୀ ଓ ଆର୍ଥିକ ସଂସ୍ଥାଗୁଡ଼ିକରେ ଅଂଶଧନ ବିକ୍ରୟ ମାଧ୍ୟମରେ ପୁଞ୍ଜିପତିମାନଙ୍କୁ ଭାରତର ସମ୍ପତ୍ତିକୁ ହସ୍ତାନ୍ତର କରିବାକୁ ଯୋଜନା କରିଛନ୍ତି ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା ତା ପରେ ପିତାଙ୍କୁ ହାଣି ହତ୍ୟା କଲେ

‘‘ଲୋକଙ୍କ ହାତରେ ନଗଦ ଟଙ୍କା ରଖିବା କଥା ଭୁଲିଯାଅ । ମୋଦୀ ସରକାର ତ ଭାରତର ସମ୍ପତ୍ତିକୁ ତାଙ୍କ ପୁଞ୍ଜିବାଦୀ ବନ୍ଧୁମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରିଛନ୍ତି,’’ କେନ୍ଦ୍ର ବଜେଟ୍ ଉପସ୍ଥାପନ ପରେ କହିଥିଲେ ରାହୁଳ ଗାନ୍ଧୀ ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ସମୟର ଦୃଶ୍ୟ


ଗାନ୍ଧୀଙ୍କ ମନ୍ତବ୍ୟର ଉତ୍ତରରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ରାହୁଳ ଗାନ୍ଧୀ ଏହି ନିର୍ଦ୍ଦିଷ୍ଟ କଥାକୁ ପ୍ରତି ୧୫ ଦିନରେ ଥରେ ପୁନରାବୃତ୍ତି କରନ୍ତି । ସେ କହିଛନ୍ତି, ‘‘କଂଗ୍ରେସ ଦଳ ଏ କଥା କହୁଛି, ହେଲେ ଏହି ଦଳ ଅଧୀନରେ କେରଳର ସରକାର ନିମନ୍ତ୍ରଣ ଆଧାରରେ ଗୋଟିଏ ସମୁଦ୍ର ବନ୍ଦର ଜଣେ ପୁଞ୍ଜିପତିଙ୍କ ହାତକୁ ଟେକିଦେଇଥିଲେ ।’’

ଏହା ବି ପଢ଼ନ୍ତୁ | ନବରଙ୍ଗପୁର: ବିବାହର ଦିନ ପରେ ନବ ଦମ୍ପତି ଆତ୍ମହତ୍ୟା କଲେ; ଝୁଲନ୍ତା ମୃତ ଦେହ ଉଦ୍ଧାର

ସୀତାରମଣ କଂଗ୍ରେସ ନେତୃତ୍ୱାଧୀନ କେରଳ ସରକାରଙ୍କ ଦ୍ୱାରା ଆଦାନୀ ଗ୍ରୁପକୁ ନିମନ୍ତ୍ରଣ କରି ରାଜ୍ୟର ଭିଜିଞ୍ଜାମ ବନ୍ଦର ଦେଇଥିବା ବିଷୟରେ ଇଙ୍ଗିତ କରିଥିଲେ । ଆଦାନୀଙ୍କୁ ରାହୁଳ ଗାନ୍ଧୀ ମୋଦୀ ସରକାରଙ୍କ କ୍ରୋନି ପୁଞ୍ଜିବାଦୀ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ମାନନ୍ତି ।

ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା

ଡିସେମ୍ବର ୨୦୧୫ରେ ଭାରତର ସର୍ବବୃହତ ବନ୍ଦର ବିକାଶକାରୀ ରମ୍ପାନୀ ତଥା ଆଦାନୀ ଗ୍ରୁପର ଏକ ଅଂଶ ଆଦାନି ପୋର୍ଟ୍ସ ଆଣ୍ଡ ସ୍ପେଶାଲ୍‌ ଇକୋନୋମିକ୍‌ ଜୋନ୍‌ ଲିମିଟେଡ୍ (APSEZ) ଆନୁଷ୍ଠାନିକ ଭାବରେ କେରଳର ଭିଜିଞ୍ଜାମରେ ଏକ ଆନ୍ତର୍ଜାତୀୟ ପରିବହନ ପ୍ରକଳ୍ପର ବିକାଶ ଆରମ୍ଭ କରିଥିଲା ।



‘‘ସେ (ଗାନ୍ଧୀ) ବୁଝାଇ ପାରିବେ କି ଭିଜିଞ୍ଜାମ ବନ୍ଦରର ବିକାଶ ପାଇଁ କେମିତି ଜଣେ କ୍ରୋନି ପୁଞ୍ଜିପତିଙ୍କୁ – ମୁଁ ତାଙ୍କୁ ତାହା କହିବି ନାହିଁ, ସେ ସେହି ଶବ୍ଦ ବ୍ୟବହାର କରନ୍ତି – କଂଗ୍ରେସ ଦଳj ଅଧୀନରେ ଥିବା କେରଳ ସରକାର ନିମନ୍ତ୍ରଣ କରିଥିଲେ? ଯଦି ସେ ଉତ୍ତର ଦେଇ ପାରିବେ ନାହିଁ, ମୁଁ ଭାବୁଛି ରାହୁଲ ଗାନ୍ଧୀ ନିଜେ କ’ଣ କହୁଛନ୍ତି ତାହା ସେ ନିଜେ ବୁଝିନାହାନ୍ତି,’’ କହିଛନ୍ତି ନିର୍ମଳା ସୀତାରମଣ ।
Published by:Anand ST Das
First published: