ମୁଁ ନିର୍ଭୟାର ଦୁଷ୍କର୍ମକାରୀଙ୍କୁ ନିଜେ ଫାଶୀ ଦେବି: ଗୃହମନ୍ତ୍ରୀଙ୍କୁ ନିଜ ରକ୍ତରେ ଚିଠି ଲେଖିଲେ ସୁଟର ବର୍ତ୍ତିକା ସିଂହ

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ସୁଟର ବର୍ତ୍ତିକା ସିଂହ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ନିଜେ ଫାଶୀ ଦେବାକୁ ଇଚ୍ଛା ପ୍ରକାଶ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଲେଖିଛନ୍ତି ନିଜ ରକ୍ତରେ ଚିଠି । ତାମିଲ ନାଡ଼ୁରେ ଜଣେ ପୋଲିସ ହେଡ୍‌ କନ୍‌ଷ୍ଟେବଲ୍‌ ବି ସେହି ଆଗ୍ରହ ପ୍ରକାଶ କରିଛନ୍ତି ।

ମୁଁ ନିର୍ଭୟାର ଦୁଷ୍କର୍ମକାରୀଙ୍କୁ ନିଜେ ଫାଶୀ ଦେବି: ଗୃହମନ୍ତ୍ରୀଙ୍କୁ ନିଜ ରକ୍ତରେ ଚିଠି ଲେଖିଲେ ସୁଟର ବର୍ତ୍ତିକା ସିଂହ
ମହିଳା ସୁଟର ବର୍ତ୍ତିକା ସିଂହ
  • News18 Odia
  • Last Updated: December 15, 2019, 3:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ସୁଟର ବର୍ତ୍ତିକା ସିଂହ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ନିଜେ ଫାଶୀ ଦେବାକୁ ଇଚ୍ଛା ପ୍ରକାଶ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଲେଖିଛନ୍ତି ନିଜ ରକ୍ତରେ ଚିଠି ।

ଦେଶର କୋଣାନୁକୋଣରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଲୋକେ ଦାବି କରୁଛନ୍ତି । ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକ ଆବଶ୍ୟକ ବୋଲି ନିକଟରେ ଖବର ଆସିଥିଲା । ଏହି ଘାତକ ସାଜିବା ପାଇଁ ଏବେ ଆଗ୍ରହ ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ ମହିଳା ସୁଟର ବର୍ତ୍ତିକା ସିଂହ ।

ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତାଙ୍କୁ ସରକାର ନିୟୋଜିତ କରନ୍ତୁ ବୋଲି ବର୍ତ୍ତିକା ରକ୍ତରେ ଏକ ଚିଠି ଲେଖି ଅମିତ ଶାହଙ୍କୁ ନିବେଦନ କରିଛନ୍ତି । ଜଣେ ମହିଳାଙ୍କ ଦ୍ୱାରା ଏହି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ ବୋଲି ସେ ତାଙ୍କ ଏହି ରକ୍ତ ଲେଖା ଚିଠିରେ ଉଲ୍ଲେଖ କରିଛନ୍ତି ।

ବର୍ତ୍ତିକା ଦେଶର ସବୁ ଅଭିନେତ୍ରୀ ଓ ମହିଳା ଖେଳାଳିଙ୍କୁ ବି ଅନୁରୋଧ କରିଛନ୍ତି ଯେ ତାଙ୍କୁ ସମର୍ଥନ କରି ଅମିତ ଶାହଙ୍କୁ ଏ ନେଇ ନିବେଦନ କରନ୍ତୁ ।

ତା’ଛଡ଼ା ତାମିଲ ନାଡ଼ୁ ପୋଲିସରେ ହେଡ୍‌ କନ୍‌ଷ୍ଟେବଲ୍‌ ଭାବେ କାର୍ଯ୍ୟରତ ଏସ୍‌. ସୁବାସ ଶ୍ରୀନିବାସନ ମଧ୍ୟ ତିହାର ଜେଲ୍‌ରେ ନିର୍ଭୟାର ଦୁଷ୍କର୍ମକାରୀମାନଙ୍କୁ ନିଜେ ଫାଶୀ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଶ୍ରୀନିବାସନ ଜଣେ ପୋଲିସ ସାହସିକତା ମେଡାଲ ବିଜେତା । ସେ ଜଣେ INA ଅଫିସରଙ୍କ ନାତି । ଡିସେମ୍ବର ୬ ତାରିଖରେ ସେ ତିହାର ଜେଲ୍‌ର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ।

ଇତି ମଧ୍ୟରେ ବିଗିଡିଲା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଛି। ଦିଲ୍ଲୀର LNJP ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ କରୁଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡ ଦେବା ନେଇ ସେ ଦାବି କରିଛନ୍ତି ।

ଗତ ୧୩ ଦିନ ଧରି ସ୍ବାତୀ ମାଲିୱାଲ ଅନଶନରେ ଅଛନ୍ତି । ଫଳରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିଯାଇଛି । ତାଙ୍କୁ ICUରେ ଭର୍ତ୍ତି କରାଯାଇଛି । ଗତ କାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି଼ଥିଲା । ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ଡାକ୍ତରଙ୍କ କଥା ନ ଶୁଣି ଅନଶନ ଜାରି ରଖିଥିଲେ । ଫଳରେ ତାଙ୍କର ସ୍ବାସ୍ଥ୍ୟ ଗୁରତର ହୋଇଯାଇଛି ।

ସ୍ବାତୀଙ୍କ ରକ୍ତରେ ୟୁରିକ୍‌ ଏସିଡ୍‌ ବିପଦଜନକ ସ୍ତରରେ ବଢିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ସ୍ବାତୀଙ୍କୁ IV ପାଇପ୍‌ ଲଗାଯିବା ପରେ ତାଙ୍କ ଅନଶନ ଶେଷ ହୋଇଛି । ତେବେ ତାଙ୍କ ସ୍ଥାନରେ ଅନ୍ୟ ମହିଳାମାନେ ଅନଶନରେ ବସିବେ ବୋଲି କୁହାଯାଇଛି ।
First published: December 15, 2019, 3:15 PM IST
corona virus btn
corona virus btn
Loading