ହାଥରସ୍ ଗ୍ୟାଙ୍ଗ୍ ରେପ୍ ଓ ହତ୍ୟା: ପୀଡ଼ିତାର ପରିବାରକୁ ସବୁ ସହାୟତା କରିବେ ନିର୍ଭୟାଙ୍କ ମା’

୧୯ ବର୍ଷୀୟା ଯୁବତୀକୁ ବଳାତ୍କାର ପରେ ତା’ ଜିଭକୁ କାଟି ଦିଆଯାଇଥିଲା ଓ ତା’ ମେରୁଦଣ୍ଡକୁ ଭାଙ୍ଗି ଦିଆଯାଇଥିଲା । ନିର୍ଭୟାଙ୍କ ମା’ କହିଛନ୍ତି ନିଜ ଝିଅର ମାମଲାରେ କେସ୍ ଲଢ଼ି ଜିତିଥିବା ଓକିଲ ଦଳ ହାଥରସର ପୀଡ଼ିତାଙ୍କ ପରିବାରକୁ ସହାୟତା କରିବ ।

ହାଥରସ୍ ଗ୍ୟାଙ୍ଗ୍ ରେପ୍ ଓ ହତ୍ୟା: ପୀଡ଼ିତାର ପରିବାରକୁ ସବୁ ସହାୟତା କରିବେ ନିର୍ଭୟାଙ୍କ ମା’
ନିର୍ଭୟାଙ୍କ ମା’ ଆଶା ଦେବୀ
  • News18 Odia
  • Last Updated: September 30, 2020, 10:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରାସ ଗ୍ୟାଙ୍ଗ-ରେପ୍‌ (Hathras gang rape) ପୀଡ଼ିତା ୧୯ ବର୍ଷୀୟା ଦଳିତ ଯୁବତୀଙ୍କ ମୃତ୍ୟୁ ସାରା ଦେଶରେ ଆଲୋଡ଼ନ ଚୃଷ୍ଟି କରିଛି । ଦିଲ୍ଲୀରେ ଏକ ବସରେ ଗଣଦୁଷ୍କର୍ମ ପରେ ନିଜ ଝିଅକୁ ସବୁ ଦିନ ପାଇଁ ହରାଇଥିବା ନିର୍ଭୟାଙ୍କ ମା’ ଆଶା ଦେବୀ (Nirbhaya mother Asha Devi) ମଧ୍ୟ ଏହି ପ୍ରସଙ୍ଗରେ ଆଗକୁ ଆସିଛନ୍ତି । ସେ ହାଥରସରେ ଦୁଷ୍କର୍ମ ଓ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ।

ନ୍ୟୁଜ୍୧୮ ସହିତ ଏକ ବାର୍ତ୍ତାଳାପରେ ଆଶା ଦେବୀ କହିଛନ୍ତି ଯେ ଗଣମାଧ୍ୟମ ମାଧ୍ୟମରେ ସେ ହାଥରସରେ ଘଟିଥିବା ଅମାନବୀୟ ଘଟଣାର ଖବର ପାଇଥିଲେ । ଏହା ପରେ ସ୍ଥାନୀୟ ପୋଲିସର ଅବହେଳା ଓ ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିନା ଶବଦାହ କରିବା ଖବର ତାଙ୍କୁ ଆନ୍ଦୋଳିତ କରିଥିଲା ବୋଲି ସେ କହିଛନ୍ତି । ହାଥରାସରେ ଚାରି ଜଣ ଯୁବକ ଏହି ୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିବା ପରେ ତାଙ୍କ ଜିଭକୁ କାଟି ଦେଇଥିଲେ ଓ ତାଙ୍କୁ ଆକ୍ରମଣ କରି ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ପାଖାପାଖି ଦୁଇ ସପ୍ତାହ ଧରି ଚିକିତ୍ସା ହେଉଥିବା ବେଳେ ମଙ୍ଗଳବାର ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

‘‘ଆରମ୍ଭରୁ ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police) ଏହି ମାମଲାରେ ଅବହେଳା ପ୍ରଦର୍ଶନ କରିଛି । ପ୍ରଥମେ ମାମଲା ପଞ୍ଜିକରଣ କରିବାରେ ବିଲମ୍ବ କଲା ଓ ପରେ ଅଭିଯୁକ୍ତଙ୍କ ବିରୋଧରେ ହାଲୁକା ଦଫା ଲଗାଇ ମାମଲା ରୁଜୁ କଲା । ଏମିତି ହେବା ଉଚିତ ନ ଥିଲା । ହାଥରସର ସେହି ପୀଡ଼ିତା ଝିଅକୁ ନ୍ୟାୟ ଦେବା ସହିତ ପୋଲିସର ଏମିତି କାର୍ଯ୍ୟକଳାପ ଉପରେ ତଦନ୍ତ ହେବା ଉଚିତ । ଦୋଷୀ ପୋଲିସ୍ କର୍ମୀ ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍,’’ କହିଛନ୍ତି ଆଶାଦେବୀ ।

ହାଥରସରେ ପୋଲିସ ପୀଡ଼ିତାର ଶବକୁ ଅନ୍ତିମ ସଂସ୍କାର ବିନା ପୋଡ଼ିଲା ବୋଲି ପରିବାର ଅଭିଯୋଗ କରିଛି ।


ହାଥରାସର ପୀଡ଼ିତାଙ୍କ ମା’ ଓ ତାଙ୍କ ପରିବାର ସହ ଆଶା ଦେବୀ ଶୀଘ୍ର କଥା ହେବେ । ସେମାନଙ୍କୁ ସେ ଶୀଘ୍ର ଦେଖା କରିବାକୁ ବି ଯିବେ ବୋଲି କହିଛନ୍ତି । ନିର୍ଭୟା ମାମଲାରେ କେସ୍‌ ଲଢ଼ିଥିବା ଓ ଜିତିଥିବା ତାଙ୍କ ଓକିଲ ଦଳ ହାଥରସର ପୀଡ଼ିତାଙ୍କ ପରିବାରକୁ ଯେତେ ଆବଶ୍ୟକ ସେତେ ଆଇନଗତ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ଆଶା ଦେବୀ ।

‘‘ଏହା କରିବା ପାଇଁ ମୁଁ ନିଜ ଏନଜିଓ ‘ନିର୍ବାହ ଜ୍ୟୋତି ଟ୍ରଷ୍ଟ’ରେ କାର୍ଯ୍ୟ କରୁଥିବା ଲୋକଙ୍କ ସହ ନିରନ୍ତର କଥାବାର୍ତ୍ତା କରୁଛି । ମୁଁ ହାଥରାସର ପୀଡିତାଙ୍କ ପିତାମାତାଙ୍କୁ ଅନୁରୋଧ କରୁଛି ଯେ ସେମାନେ ସମସ୍ତେ ଏହି ଲଢ଼େଇ ଲଢ଼ିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ସେମାନେ ଏହି ଲଢ଼େଇରେ ଏକା ନୁହଁନ୍ତି । ଆମେ ସମସ୍ତେ ତାଙ୍କ ସହିତ ଅଛୁଁ,’’ କହିଛନ୍ତି ଆଶା ଦେବୀ ।

ସେ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ହାଥରାସ ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ପଠାଇବାକୁ ବି ଅନୁରୋଧ କରିଛନ୍ତି । ଏହା ଦ୍ୱାରା ସେମାନଙ୍କୁ ନ୍ୟାୟ ପାଇବାରେ ବିଳମ୍ବ ହେବ ନାହିଁ ବୋଲି ଆଶା ଦେବୀ କହିଛନ୍ତି । ‘‘ନିର୍ଭୟା ମାମଲା ଫାଷ୍ଟ ଟ୍ରାକ କୋର୍ଟକୁ ପଠାଯିବା ପରେ ବି ନ୍ୟାୟ ପାଇବାକୁ ସାତ ବର୍ଷ ଲାଗିଥିଲା, କିନ୍ତୁ ଏହି ଝିଅକୁ ନ୍ୟାୟ ପାଇବାସେ ସେତେ ସମୟ ନ ଲାଗୁ,’’ ସେ କହିଛନ୍ତି ।



“ଯେବେ ବି ଦେଶରେ ଏମିତି ଅମାନବୀୟ କାଣ୍ଡ ଘଟେ, ମୁଁ ନିଜ ସ୍ୱର ଉତ୍ତୋଳନ କରେ । ବର୍ତ୍ତମାନ ଲୋକେ ବି ଦାବି କରୁଛନ୍ତି ଯେ ଏପରି ପରିସ୍ଥିତିରେ ମୁଁ ପୀଡ଼ିତାଙ୍କ ପରିବାରକୁ ସମର୍ଥନ ଓ ସହଯୋଗ କରେଁ । ମୁଁ ତାହା ନିଶ୍ଚୟ କରିବି । ତେବେ ନ୍ୟାୟ ପାଇଁ ପରିବାରର ଆଗକୁ ଆସିବା ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ । ସେମାନେ ନ୍ୟାୟ ପାଇବା ପାଇଁ ଅଣ୍ଟା ଭିଡ଼ନ୍ତୁ । ମୁଁ ଏମିତି ଦୁଃଖ ପାଇଥିବା ପ୍ରତ୍ୟେକ ପରିବାର ସହିତ ଅଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ଆମ ଦେଶରେ ଆଇନ ତିଆରି କରାଯାଇ କାଗଜରେ ରଖାଯାଏ ବୋଲି କହି ଆଶା ଦେବୀ କହିଛନ୍ତି ଯେ ନିର୍ଭୟା ମାମଲାରେ କୌଣସି ତଥ୍ୟ ଲୁଚି ରହି ନ ଥିଲେ ବି ନ୍ୟାୟ ପାଇବା ପାଇଁ ଏତେ ସମୟ ଲାଗିଯାଇଥିଲା । ‘‘ହାଥରସ ମାମଲାରେ ଯେହେତୁ ପୋଲିସ ଆରମ୍ଭରୁ ବିଶୃଙ୍ଖଳା ସୃଷ୍ଟି କରିଛି, ତେବେ ପରିବାରକୁ ଦୃଢ଼ ହେବାକୁ ପଡ଼ିବ । ନ୍ୟାୟ ଯୁଦ୍ଧକୁ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼ିବ,’’ ସେ କହିଛନ୍ତି ।



‘‘ଆମ ଦେଶରେ କେତେ ଆଇନ ହୋଇଛି, କିନ୍ତୁ ରାକ୍ଷସମାନଙ୍କର କୌଣସି ଆଇନକୁ ଭୟ ନାହିଁ । ଆମେ ଏଠି ଯନ୍ତ୍ରଣା ଭୋଗୁଛୁ, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ବି ତାକୁ ଦଣ୍ଡ ମିଳିବାରେ ବର୍ଷ ବର୍ଷ ଅତିବାହିତ ହୋଇଯାଉଛି । ଅପରାଧୀମାନେ ଏହି ସ୍ଥିତିର ସୁଯୋଗ ନେଉଛନ୍ତି,’’ କହିଛନ୍ତି ଆଶା ଦେବୀ ।
Published by: Anand Shankar Thankur Das
First published: September 30, 2020, 10:42 PM IST
corona virus btn
corona virus btn
Loading