ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ମହିଳାଙ୍କୁ ରେପ୍ କଲେ; ଗୁପ୍ତାଙ୍ଗରେ ଲୁହା ରଡ଼ରେ ଆକ୍ରମଣ

ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ମହିଳାଙ୍କୁ ରେପ୍ କଲେ; ଗୁପ୍ତାଙ୍ଗରେ ଲୁହା ରଡ଼ରେ ଆକ୍ରମଣ

Mumbai woman raped in auto-rickshaw, case like Nirbhaya | ଭୋର୍ ଭୋର୍ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ୍ ଆସିଥିଲା । ପୋଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ ଦେଖିବାକୁ ପାଇଥିଲେ । ରାସ୍ତା କଡ଼ରେ ଠିଆହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଥିଲା ।

ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ମହିଳାଙ୍କୁ ରେପ୍ କଲେ; ଗୁପ୍ତାଙ୍ଗରେ ଲୁହା ରଡ଼ରେ ଆକ୍ରମଣ
ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରାଯାଇଛି ।
  • News18 Odia
  • Last Updated: September 10, 2021, 9:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନିର୍ଭୟା କାଣ୍ଡ ପରି ଏକ ଲୋମହର୍ଷକ ଦୁଷ୍କର୍ମ ଘଟଣା ପୁଣି ସାମନାକୁ ଆସିଛି । ଏ ଥର ମୁମ୍ବାଇରେ ଘଟିଛି ଏହି ଜଘନ୍ୟ କାଣ୍ଡ । ଜଣେ ୩୪-ବର୍ଷୀୟା ମହିଳାଙ୍କୁ ଏକ ଠିଆହୋଇ ରହିଥିବା ଅଟୋରିକ୍ସା ଭିତରେ ଅତି ବର୍ବରଭାବେ ଧର୍ଷଣ କରାଯାଇଥିଲା । ସାକିନାକାରେ ଘଟିଥିବା ଏହି ଘଟଣାର ପୀଡ଼ିତା ମହିଳାଙ୍କ ଅବସ୍ଥା ଏବେ ଗମ୍ଭୀର ଅଛି ବୋଲି ଶୁକ୍ରବାର ଦିନ ପୋଲିସ କହିଛି ।

ଶୁକ୍ରବାର (ସେପ୍ଟେମ୍ବର ୧୦) ଭୋର୍‌ ଭୋର୍‌ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ସୂଚନା ଦେଇଥିଲେ ​​ଯେ ଖଇରାନୀ ରୋଡ଼ରେ ଜଣେ ପୁରୁଷ ଲୋକ ଜଣେ ମହିଳାଙ୍କୁ ଖୁବ୍‌ ପିଟୁଛନ୍ତି। ପୋଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କୁ ସେମାନେ ରାଜୱାଡି଼ ହସପିଟାଲକୁ ନେଇ ଭର୍ତ୍ତି କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍‌ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହି ମହିଳାଙ୍କୁ ବଳାତ୍କାର କରାଯାଇଥିଲା ଓ ତାଙ୍କ ଶରୀରର ବ୍ୟକ୍ତିଗତ ଅଂଶରେ ଲୁହା ରଡ଼ରେ ଆକ୍ରମଣ କରାଯାଇଥିଲା । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଥିଲା ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ | BJP କର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ସେହି ଟେମ୍ପୋ ଭିତରେ ବି ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ କହିବା ଅନୁସାରେ ମହିଳାଙ୍କ ଅବସ୍ଥା ଅତି ଗୁରୁତର ଅଛି । ତାଙ୍କ ଚିକିତ୍ସା ଚାଲିଛି । ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ଅନ୍ଧେରୀ ଇଷ୍ଟର ସାକିନାକାରେ ଘଟିଥିବା ଏହି ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ୪୫-ବର୍ଷୀୟ ମୋହନ ଚୌହାନକୁ ଗିରଫ କରାଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ପୋଲିସ ଘଟଣା ସ୍ଥଳରୁ ପାଇଥିବା କେତେକ ସୂଚନା ଆଧାରରେ ଚୌହାନକୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ | କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍ରହିବ ବୋଲି ସ୍ପଷ୍ଟ କଲେ ସରକାର

ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଦଫା ୩୦୭ (ହତ୍ୟା ଉଦ୍ୟମ) ଓ ୩୭୬ (ବଳାତ୍କାର) ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲା ଉପରେ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି ବୋଲି କହିଛନ୍ତି ଜଣେ ଅଫିସର୍‌ ।
Published by: Anand S.T. Das
First published: September 10, 2021, 9:59 PM IST