ନିର୍ଭୟା ଗଣ ଦୁଷ୍କର୍ମ ଦୋଷୀ ମୁକେଶ ସିଂର ଆଇନଗତ ବିକଳ୍ପ ଶେଷ: ଯାଚିକାକୁ ଖାରଜ କଲେ ସୁପ୍ରିମ୍ କୋର୍ଟ, ଏବେ ଫାଶୀ ପାଇବା ନିଶ୍ଚିତ

୨୯ ତାରିଖରେ ସୁପ୍ରିମ କୋର୍ଟ ଦୋଷୀ ମୁକେଶ ସିଂର ଯାଚିକା ଖାରଜ କରିବା ପରେ ତାର ସମସ୍ତ ଆଇନଗତ ବାଟ ଶେଷ ହୋଇଯାଇଛି । ଏବେ ଫାଶୀ ପାଇବାରୁ କେହି ରକ୍ଷା କରିପାରିବେ ନାହିଁ ।

ନିର୍ଭୟା ଦୋଷୀ ମୁକେଶ ସିଂ

ନିର୍ଭୟା ଦୋଷୀ ମୁକେଶ ସିଂ

  • Share this:
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କ ମଧ୍ୟରୁ ଅନ୍ୟତମ ମୁକେଶ ସିଂର ଯାଚିକାକୁ ୨୯ ତାରିଖରେ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ତାଙ୍କୁ ଫାଶୀ ହେବା ନେଇ ଆଉ କୌଣସି ପ୍ରତିବନ୍ଧକ ନାହିଁ ଏବେ ଫାଶୀ ନିଶ୍ଚିତ ହୋଇଛି । ମୁକେଶ ରାଷ୍ଟ୍ରପତିଙ୍କ ଦ୍ବାରା ଦୟା ଯାଚିକାକୁ ଖାରଜ କରାଯିବା ବିରୋଧରେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ସୁପ୍ରିମ କୋର୍ଟ ଏହାକୁ ଖାରଜ କରିବା ସହ ନିଜ ଟିପ୍ପଣୀରେ ଏହି ଯାଚିକାର କୌଣସି ମେରିଟ୍ ନାହିଁ ବୋଲି କହିଥିଲେ । ମୁକେଶର ଓକିଲ ଅଞ୍ଜନା ପ୍ରକାଶ ଜେଲରେ ତାଙ୍କ ସାଥିରେ ଯୌନ ଉତ୍ପୀଡ଼ନ ସହ ମାରପିଟ ଅଭିଯୋଗ ଉପରେ କୋର୍ଟ କହିଛନ୍ତି ଯେ, ଏହି ଆଧାର ଯଥେଷ୍ଟ ନୁହେଁ । ସମସ୍ତ ତଥ୍ୟକୁ ରାଷ୍ଟ୍ରପତିଙ୍କ ସାମ୍ନାରେ ରଖାଯାଇଥିଲା ଏବଂ ସେ ମସ୍ତ ବିଷୟକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମ କୋର୍ଟ ଯାଚିକା ଖାରଜ କରିବା ପରେ ମୁକେଶ ପାଖରେ ଏବେ ସମସ୍ତ ଆଇନଗତ ବାଟ ପ୍ରାୟ ଶେଷ ହୋଇଯାଇଛି । ଜଣେ ନାଗରିକ ଭାବେ ବର୍ତ୍ତମାନ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ବାକି ରହିନାହିଁ  । ନିର୍ଭୟା ଦୁଷ୍କର୍ମ ଦୋଷୀ ମୁକେଶ ନିଜ ଫାଶୀକୁ ରୋକିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି । ସେ ନିଜ ଓକିଲ ମାଧ୍ୟମରେ ଫାଶୀକୁ ରୋକିବା ପାଇଁ ଅନେକ ଆଇନଗତ ରାସ୍ତା ଆପଣେଇଥିଲେ ବି ସେ ସବୁଥିରେ ବିଫଳ ହୋଇଥିଲା ।

ଦୋଷୀ ସାବ୍ୟସ୍ତ ହେବା ପରେ ସଜା ବିରୋଧରେ ମୁକେଶ ରିଭ୍ୟୁ ପିଟିସନ ପ୍ରଥମଥର ଲାଗି ଜୁଲାଇ ୨୦୧୮ରେ ଖାରଜ ହୋଇଥିଲା । ପରେ ସେହି ମାସରେ କ୍ୟୁରେଟିଭ୍ ପିଟିସନ ମଧ୍ୟ ଖାରଜ ହୋଇଯାଇଥିଲା । ପରେ ମୁକେଶ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ ଦାଖଲ କରିଥିବାବେଳେ ୧୭ ଜାନୁଆରୀରେ ରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିଲେ । ଏହା ପରେ ମୁକେଶ ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଦିଲ୍ଲୀର ପଟିଆଲା ହାଉସ କୋର୍ଟ କିଛି ଦିନ ପୂର୍ବରୁ ଡେଥ ଓ୍ବାରେଣ୍ଟ ଜାରି କରିଥିଲେ । ଯାହା ଫଳରେ ୪ ଜଣ ଦୋଷୀଙ୍କୁ ଫାଶୀଦେବା ନେଇ ତାରିଖ ସ୍ଥିର ହୋଇଥିଲା । ଦୋଷୀ ବିନୟ, ଅକ୍ଷୟ, ମୁକେଶ ଏବଂ ପବନଙ୍କୁ ତିହାର ଜେଲର ୩ ନମ୍ବର ସେଲରେ ଫେବୃଆରୀ ୧ରେ ଫାଶୀ ଦିଆଯିବା ନେଇ ସ୍ଥିର ହୋଇଛି ।

୧୬ ଡିସେମ୍ବର ୨୦୧୨ ରାତିରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିଜ ସାଙ୍ଗ ସହିତ ଦକ୍ଷିଣ ଦିଲ୍ଲୀର ମୁନିରକା ଅଞ୍ଚଳରେ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ । ଦୁଇଜଣ ଫିଲ୍ମ ଦେଖି ଘରକୁ ଫେରିବାକୁ ଅପେକ୍ଷା କରିଥିବାବେଳେ ଏକ ପ୍ରାଇଭେଟ ବସରେ ବସିଥିଲେ । ଏହି ଚଳନ୍ତା ବସରେ ଜଣେ ନାବାଳକ ସମେତ ୬ଜଣ ସେହି ଯୁବତୀଙ୍କ ସହ ମାରପିଟ ଏବଂ ଦୁଷ୍କର୍ମ କରିଥିଲେ । ଏହା ପରେ ସେମାନେ ପିଡ଼ିତାଙ୍କୁ ବସରୁ ଠେଲି ଦେଇଥିଲେ । ଫଳରେ ଯୁବତୀ ଜଣଙ୍କ ଗମ୍ଭୀର ଭାବେ ଆହତ ହୋଇଥିଲେ ପରେ ତାଙ୍କୁ ଚିକିତ୍ସା ଲାଗି ସିଙ୍ଗାପୁର ପଠାଯାଇଥିଲା । ୨୯ ଡିସେମ୍ବର ୨୦୧୨ରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ପିଡ଼ିତାଙ୍କ କାଳ୍ପନିକ ନାମ ନିର୍ଭୟା ଦିଆଯାଇଥିଲା ।
Published by:Durgamadhab Rath
First published: