ନିର୍ଭୟା କାଣ୍ଡ: ଆଜି ଦିଆଯିବ ନାହିଁ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ; ପୁଣି ଘୁଞ୍ଚିଲା ତାରିଖ

‘‘ଦୋଷୀମାନଙ୍କ ଓକିଲ କହିଥିଲେ ଯେ ଏ ଫାଶୀ ଅନନ୍ତ କାଳ ପର୍ଯ୍ୟନ୍ତ ହେବ ନାହିଁ । ସେ ସେହି କଥା ସତ କରି ଦେଖେଇଲେ… ଏବେ ଲାଗୁଛି ସତେ ଯେମିତି ସମସ୍ତେ ମିଶି ଦୋଷୀମାନଙ୍କୁସହଯୋଗ କରୁଛନ୍ତି,’’ ଆଖିରୁ ଲୁହ ଝରେଇ କହିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ ।

ନିର୍ଭୟା କାଣ୍ଡ: ଆଜି ଦିଆଯିବ ନାହିଁ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ; ପୁଣି ଘୁଞ୍ଚିଲା ତାରିଖ
ନିର୍ଭୟାଙ୍କ ମା’ ଆଶାଦେବୀ (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 1, 2020, 1:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ଚ଼ାରି ଜଣ ଦୋଷୀଙ୍କୁ ଆଜି (ଫେବୃଆରୀ ୧) ଫାଶୀ ଦଣ୍ଡ ଦିଆଯିବାର ଥିଲା । ହେଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏଥି ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି ।

ଫେବ୍ରୁଆରି ୧ ତାରିଖରେ ଫାଶୀ ଲାଗି ଜାରି ହୋଇଥିବା 'ଡେଥ୍ ୱାରେଣ୍ଟ'କୁ ଖାରଜ କରିଛନ୍ତି ଟ୍ରାଏଲ୍ କୋର୍ଟ । ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି ।

ରାଷ୍ଟ୍ରପତିଙ୍କ ନିକଟରେ ଜଣେ ଦୋଷୀ ବିନୟଙ୍କ ରାଜକ୍ଷମା ଆବେଦନ ଏଯାବତ୍‌ ବିଚ଼ାରାଧୀନ ଥିବାରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ତାଙ୍କ ଓକିଲ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ତା’ ଛଡ଼ା ଆଜି ପୂର୍ବାହ୍ଣରେ ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଫାଇଲ୍ କରିଥିଲେ ଅନ୍ୟ ଜଣା ଦୋଷୀ ପବନ ଗୁପ୍ତା । କାହିଁକି କୋର୍ଟ ତାଙ୍କର ନାବାଳକ ଦାବି ଆବେଦନକୁ ଖାରଜ କରିଥିଲେ, ତା’ର ପୁନର୍ବିଚାର ପାଇଁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଦାବି କରିଥିଲେ । ଏଥର ବି କୋର୍ଟ ତାଙ୍କର ପୁନର୍ବିଚାର ଆବେଦନକୁ କରି ଦେଇଛନ୍ତି ଖାରଜ ।

ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀ


ଆଜି (ଫେବୃଆରୀ ୧) ଦୋଷୀଙ୍କ ପାଖରେ ଆଉ କିଛି ଆଇନଗତ ବିକଳ୍ପ ବାକି ଥିବା ଦର୍ଶାଇ କୋର୍ଟ ଯାଇଥିଲେ ଦୋଷୀ ବିନୟର ଓକିଲ । ବିନୟର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ରହିଛି, ତେଣୁ ଫାଶି ଦଣ୍ଡାଦେଶ କାର୍ଯ୍ୟକାରୀ ନ କରିବା ପାଇଁ ସେ ପଟିଆଲା ହାଉସ କୋର୍ଟଙ୍କୁ ନିବେଦନ କରିଥିଲେ । ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ଓ ଏ ନେଇ ରିପୋର୍ଟ ଦେବାକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ପଟିଆଲା ହାଉସ କୋର୍ଟ ।

ଫାଶୀର ତାରିଖ ପୁଣି ଘୁଞ୍ଚିବା ଯୋଗୁଁ ନିର୍ଭୟାଙ୍କ ମା’ ଆଶାଦେବୀ ଗଭୀର ଅସନ୍ତୋଷ ଜାହିର କରିଛନ୍ତି ।

’’ଦୋଷୀମାନଙ୍କ ଓକିଲ କହିଥିଲେ ଯେ ଏ ଫାଶୀ ଅନନ୍ତ କାଳ ପର୍ଯ୍ୟନ୍ତ ହେବ ନାହିଁ । ସେ ସେହି କଥା ସତ କରି ଦେଖେଇଲେ । ଦୋଷୀମାନେ ଯାହା ଚ଼ାହୁଁଥିଲେ ସେଇଆ ହେଲା । ଏବେ ତ ଏମିତି ଲାଗୁଛି ସତେ ଯେମିତି ସମସ୍ତେ ମିଶି ଦୋଷୀମାନଙ୍କୁସହଯୋଗ କରୁଛନ୍ତି,’’ ଆଖିରୁ ଲୁହ ଝରେଇ କହିଛନ୍ତି ଆଶାଦେବୀ ।

ନିୟମ ଅନୁଯାୟୀ ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନକୁ ଖାରଜ କଲେ ଏହାର ୧୪ ଦିନ ପରେ ଫାଶି ଦଣ୍ଡ କାର୍ଯ୍ୟକାରୀ ହେବ । ତେବେ ଏହି ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଚ଼ାରି ଜଣ ଦୋଷୀଙ୍କ ଡମିକୁ ଫାଶୀ ଖୁଣ୍ଟରେ ଝୁଲାଇ ଫାଶି ଅଭ୍ୟାସ କରିବ ଘାତକ ।
First published: February 1, 2020, 1:34 AM IST
corona virus btn
corona virus btn
Loading