ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫:୩୦ରେ ଫାଶୀ ଦିଆଯିବ; ନୂଆ ୱାରେଣ୍ଟ୍ ଜାରି ହେଲା

ଫାଶୀ ପାଇଁ ନୂଆ ୱାରେଣ୍ଟ ଜାରି ହେବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ମାର୍ଚ୍ଚ ୨୦ ଫାଶୀ ହେବାର ଶେଷ ତାରିଖ ବୋଲି ତାଙ୍କର ଆଶା ଅଛି। ଯଦି ସୁଯୋଗ ମିଳେ ତେବେ ସେ ଦୋଷୀମାନଙ୍କ ମୃତ୍ୟୁକୁ ନିଜ ଆଖିରେ ଦେଖିବାକୁ ଚ଼ାହାଁନ୍ତି ବୋଲି ବି କହିଛନ୍ତି ।

ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫:୩୦ରେ ଫାଶୀ ଦିଆଯିବ; ନୂଆ ୱାରେଣ୍ଟ୍ ଜାରି ହେଲା
ଏହି ଚ଼ାରି ଜଣଙ୍କୁ ଫାଶୀ ଦିଆଯିବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚ଼ାରି ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫:୩୦ ସମୟରେ ତିହାଡ଼ ଜେଲରେ ଫାଶୀ ଦିଆଯିବା ପାଇଁ ଚ଼ତୁର୍ଥ ଥର ୱାରେଣ୍ଟ୍‌ ଜାରି ହୋଇଛି । ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ଗୁରୁବାର ଏହି ଡେଥ୍ ୱାରେଣ୍ଟ ଜାରି କରିଛି ।

ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚ଼ାରି ଜଣ ଯାକ ଦୋଷୀଙ୍କ ମଧ୍ୟରେ ଥିବା ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ । ଏହା ପୂର୍ବରୁ ଦିଲ୍ଲୀ ସରକାର ତା’ର ଆବେଦନକୁ ଖାରଜ କରିବାକୁ ପରାମର୍ଶ ଦେଇଥିଲେ ।

ଦିଲ୍ଲୀର ଜଣେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଚ଼ାରି ଜଣ ଅପରାଧୀଙ୍କ ମଧ୍ୟରୁ ପୱନ ଗୁପ୍ତାଙ୍କ (୨୫ ବର୍ଷ) କ୍ୟୁରେଟିଭ୍‌ ଆବେଦନକୁ ସୋମବାର ଦିନ ସୁପ୍ରିମ କୋର୍ଟ ଖାରଜ କରିବା ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲେ ।

ଗୁପ୍ତାଙ୍କ ସହ ଅନ୍ୟ ତିନି ଜଣଙ୍କୁ ମାର୍ଚ୍ଚ ୩ରେ ଦିଲ୍ଲୀର ତିହାଡ଼ ଜେଲରେ ଫାଶୀ ଦେବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା, କିନ୍ତୁ ଏହି ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ପାଇଁ ସେ କୋର୍ଟରେ ଅନୁରୋଧ କରିବା ପରେ କାହାରିକୁ ଫାଶୀ ଦିଆଯାଇ ନ ଥିଲା ।

ନିର୍ଭୟାଙ୍କ ମାଆ ଆଶାଦେବୀ


ଏହି ମାମଲାରେ ମୃତ୍ୟୁ ଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚ଼ାରି ଜଣଙ୍କ ମଧ୍ୟରେ ସର୍ବୋଚ୍ଚ କୋର୍ଟରେ କ୍ୟୁରେ଼ଟିଭ୍‌ ଆବେଦନ କରିଥିବା ଶେଷ ଅପରାଧୀ ଥିଲା ଗୁପ୍ତା । କ୍ୟୁରେ଼ଟିଭ୍‌ ଆବେଦନ ହେଉଛି ଜଣେ ଦୋଷୀଙ୍କ ନିକଟରେ ଉପଲବ୍ଧ ଶେଷ ଆଇନଗତ ପ୍ରତିକାର । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆସିବା ପରେ ହିଁ ସୋମବାର ଦିନ ରାଷ୍ଟ୍ରପତିଙ୍କଠାରୁ ରାଜକ୍ଷମା ପ୍ରାର୍ଥନା ପାଇଁ ତାଙ୍କ ଓକିଲ ଆବେଦନ କରିଥିଲେ ।

ଜଣେ ଫିଜିଓଥେରାପି ଇଣ୍ଟର୍ଣ ଛାତ୍ରୀଙ୍କୁ ଗଣବଳାତ୍କାର ଓ ହତ୍ୟାର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚ଼ାରି ଅପରାଧୀ — ମୁକେଶ ସିଂ, ପୱନ କୁମାର ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ ସିଂ — ଙ୍କୁ ଫ୍ରେବୃଆରୀ ୧୭ରେ ଫାଶୀ ଦେବା ପାଇଁ ନୂଆ ତାରିଖ ଭାବେ ମାର୍ଚ୍ଚ ୩ ସ୍ଥିର କରାଯାଇଥିଲା ।

୨୦୧୨ ମସିହା ଡିସେମ୍ବର ୧୬ରେ ଦକ୍ଷିଣ ଦିଲ୍ଲୀର ଏକ ଚ଼ଳନ୍ତା ବସରେ ସେହି ଛାତ୍ରୀଙ୍କୁ ଗଣବଳାତ୍କାର ଓ ନିର୍ଯ୍ୟାତନା ଦିଆଯାଇଥିଲା । ଏହାର ଦୁଇ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଫାଶୀ ପାଇଁ ନୂଆ ୱାରେଣ୍ଟ ଆସିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି: ‘‘ମାର୍ଚ୍ଚ ୨୦ ତାରିଖର ସକାଳ ଆମ ଜୀବନର ସକାଳ ହେବ’’ । ସେ ପୁଣି କହିଛନ୍ତି ଯେ ଚ଼ାରି ଦୋଷୀଙ୍କୁ ଫାଶୀ ଦେବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ଓ ମାର୍ଚ୍ଚ ୨୦ ସେମାନଙ୍କୁ ଫାଶୀ ହେବାର ଶେଷ ତାରିଖ ବୋଲି ସେ ଆଶା କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ସୁଯୋଗ ମିଳେ ତେବେ ସେ ଦୋଷୀମାନଙ୍କ ମୃତ୍ୟୁକୁ ଦେଖିବାକୁ ଚ଼ାହାଁନ୍ତି ।

‘‘ମୃତ୍ୟୁ ସମୟରେ ନିର୍ଭୟା କହିଥିଲା ଯେ ସେମାନଙ୍କୁ ଏପରି ଦଣ୍ଡ ମିଳିବା ଦରକାର ଯେମିତି ଏଭଳି ଅପରାଧର ପୁନରାବୃତ୍ତି ନ ହେବ । ଯଦି ମୋତେ ସୁଯୋଗ ମିଳିପାରେ ତାହେଲେ ମୁଁ ସେମାନଙ୍କ ମୃତ୍ୟୁ ଦେଖିବାକୁ ଚ଼ାହିଁବି,’’ କହିଛନ୍ତି ଆଶା ଦେବୀ ।
First published: March 5, 2020, 7:07 PM IST
corona virus btn
corona virus btn
Loading