ନିର୍ଭୟା ଦୋଷୀଙ୍କୁ ମିଳିଲାନି ରାଜକ୍ଷମା, ପୁଣି ଡେଥ୍ ୱାରେଣ୍ଟ ଜାରି ହେଲା; ଫେବୃଆରି ପହିଲାରେ ଫାଶୀ

ମୁକେଶ ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ ଶୁକ୍ରବାର ଖାରଜ କରିବା ପରେ ପଟିଆଲା ହାଉସ୍‌ କୋର୍ଟ ଫେବୃଆରି ୧କୁ ନୂତନ ଫାଶୀ ତାରିଖ ରୂପେ ଘୋଷଣା କରିଛନ୍ତି । ସେଦିନ ସକାଳ ୬ଟାରେ ଫାଶୀ ଦିଆଯିବା ପାଇଁ ନୂଆ ଡେଥ୍‌ ୱାରେଣ୍ଟ ଜାରି ହୋଇଛି । ତାରିଖ ବଦଳିବାକୁ ନେଇ ନିର୍ଭୟାଙ୍କ ମାଆ ଅସନ୍ତୁଷ୍ଟ ।

ନିର୍ଭୟା ଦୋଷୀଙ୍କୁ ମିଳିଲାନି ରାଜକ୍ଷମା, ପୁଣି ଡେଥ୍ ୱାରେଣ୍ଟ ଜାରି ହେଲା; ଫେବୃଆରି ପହିଲାରେ ଫାଶୀ
ନିର୍ଭୟା କାଣ୍ଡର ଚ଼ାରି ଦୋଷୀ
  • News18 Odia
  • Last Updated: January 17, 2020, 8:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିଲା । ଜାନୁଆରୀ ୨୨ ବଦଳରେ ଏବେ ଫେବୃଆରୀ ୧ରେ ଚ଼ାରି ଜଣ ଦୋଷୀଙ୍କୁ ଦିଆଯିବ ଫାଶୀ । ସେହି ଦିନ ସକାଳ ୬ଟାରେ ଫାଶୀ ଦିଆଯିବା ପାଇଁ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ।

ମୁକେଶ ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ ଶୁକ୍ରବାର ଖାରଜ କରିବା ପରେ ପଟିଆଲା ହାଉସ୍‌ କୋର୍ଟ ଫେବୃଆରି ୧କୁ ନୂତନ ଫାଶୀ ତାରିଖ ରୂପେ ଘୋଷଣା କରିଛନ୍ତି । ଗୁରୁବାର ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ । ପରେ ଏହାକୁ ଗୃହ ମନ୍ତ୍ରାଳୟ ନିକଟକୁ ପଠାଇ ଦିଆଯାଇଥିଲା । ଗୃହ ମନ୍ତ୍ରାଳୟ ଶୁକ୍ରବାର ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲା, ଯାହାକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ନୂଆ ଡେଥ୍‌ ୱାରେଣ୍ଟ ଅନୁସାରେ ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଚ଼ାରି ଜଣ ଦୋଷୀ ମୁକେଶ ସିଂହ, ବିନୟ କୁମାର, ଅକ୍ଷୟ ଠାକୁର ଏବଂ ପୱନ ଗୁପ୍ତାଙ୍କୁ ଦିଆଯିବ ଫାଶୀ । ତାରିଖ ଘୁଞ୍ଚିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ ।

ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି  କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଥିଲେ । ଗୁରୁବାର ଡେଥ ୱାରେଣ୍ଟ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀ ମୁକେଶ ସିଂହ କରିଥିବା ଆବେଦନର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଜାନୁଆରୀ ୨୨ ତାରିଖରେ ଫାଶୀ ହୋଇପାରିବ ନାହିଁ ବୋଲି କହିଥିଲେ ।

ନିର୍ଭୟାଙ୍କ ମାଆ (ଫାଇଲ୍‌ ଫଟୋ)


ଦୋଷୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବେଜ ଆଧାରରେ କୋର୍ଟ କହିଥିଲେ ଯେ ଯେହେତୁ ଦୋଷୀଙ୍କ ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ବିଳମ୍ବ ହେଉଛି, ସେଥି ପାଇଁ ଆସନ୍ତା ୨୨ ତାରିଖରେ ଫାଶୀ ଦିଆଯାଇପାରିବ ନାହିଁ । ଏଥିସହ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ନ ହେବା ନେଇ ରିପୋର୍ଟ ମାଗିଥିଲେ । ପୂର୍ବରୁ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଉଭୟ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଖାରଜ କରି ଦେଇଥିଲେ ।

ପୂର୍ବରୁ ଜାନୁଆରୀ ୨୨ ତାରିଖରେ ଚାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ । ଏହା ପରେ ତିନି ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ସୁପ୍ରିମ କୋର୍ଟରେ ଖାରଜ ହୋଇଯାଇଥିଲା । ପରେ ଦୋଷୀ ମୁକେଶ ରାଜକ୍ଷମା ଆବେଦନ କରିଥିଲା, ଯାହାକୁ ଗୁରୁବାର ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଖାରଜ କରିଦେଇଥିଲେ । ଆଉ କୋର୍ଟ ତିହାର ଜେଲ୍‌ ପ୍ରଶାସନକୁ ଶୁକ୍ରବାର ସୁଦ୍ଧା ଫାଶୀ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲେ ।

କୋର୍ଟଙ୍କ ରାୟ ପରେ  ତିହାର ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖି ଫାଶୀ ପାଇଁ ନୂଆ ତାରିଖ ମାଗିଥିଲେ। ତେଣେ ଜେଲ୍ ମାନୁଆଲରେ ଥିବା ନିୟମ ଅନୁଯାୟୀ ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସିବାର ୧୪ ଦିନ ପରେ ଦୋଷୀକୁ ଫାଶୀ ଦିଆଯାଇପାରିବ। ଫଳରେ ଜାନୁଆରି ୨୨ରେ ନିର୍ଭୟା ଦୋଷୀ ଫାଶୀ ନ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ।

ଏହି ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ୨୦୧୨ରେ ଏ ଘଟଣା ଘଟିଥିବା ବେଳେ ସେ ନାବାଳକ ଥିଲେ ଆଉ ସେହି ଅନୁସାରେ ତାଙ୍କର ଦଣ୍ଡାଦେଶ ହେବା ଉଚିତ ବୋଲି ନିଜ ପିଟିସନରେ ସେ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି । ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ହାଇ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ପବନ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
First published: January 17, 2020, 8:26 PM IST