ନିର୍ଭୟା ମାମଲା: ଦୋଷୀ ବିନୟ ସିଂ ତିହାଡ଼ ଜେଲର କାନ୍ଥରେ ନିଜ ମୁଣ୍ଡ ପିଟି ଆହତ ହେଲା

ଦୋଷୀ ବିନୟ ଶର୍ମାର ଓକିଲ ପୂର୍ବରୁ କୋର୍ଟରେ କହିଥିଲେ ସେ ଜେଲ ଭିତରେ ଭୋକ ଅନଶନ କରୁଛି ଓ ତୀବ୍ର ମାନସିକ ରୋଗରେ ପିଡିତ ଅଛି, ଯେଉଁଥି ପାଇଁ ତାକୁ ୩ ତାରିଖ ଦିନ ଫାଶୀ ଦିଆଯାଇପାରିବ ନାହିଁ ।

ନିର୍ଭୟା ମାମଲା: ଦୋଷୀ ବିନୟ ସିଂ ତିହାଡ଼ ଜେଲର କାନ୍ଥରେ ନିଜ ମୁଣ୍ଡ ପିଟି ଆହତ ହେଲା
ନିର୍ଭୟା ମାମଲାର ଚ଼ାରି ଦୋଷୀ
  • News18 Odia
  • Last Updated: February 20, 2020, 2:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀ ପାଇବା ଅପେକ୍ଷାରେ ଥିବା ଚ଼ାରି ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ତିହାଡ଼ ଜେଲରେ ନିଜ ସେଲର କାନ୍ଥରେ ମୁଣ୍ଡ ଛେଚ଼ି ଆହତ ହୋଇଥିବା ଜଣାପଡିଛି ।

ଏହି ଚ଼ାରି ଜଣ ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶି ଦିଆଯିବାକୁ ଅଛି । ଏମାନଙ୍କ ମଧ୍ୟରେ ଥିବା ବିନୟ ଶର୍ମା ନିଜକୁ କ୍ଷତି ପହଞ୍ଚାଇବାକୁ ଚ଼େଷ୍ଟା କରି ସେଲର କାନ୍ଥରେ ନିଜ ମୁଣ୍ଡକୁ ଛେଚିଥିଲା ବୋଲି ଜେଲ୍‌ କତ୍ତୃପକ୍ଷ ଏ.ଏନ୍.ଆଇ. ନ୍ୟୁଜ ଏଜେନ୍ସିକୁ କହିଛନ୍ତି । ସେ ସାମାନ୍ୟ ଆହତ ହୋଇଛି ।

ଶର୍ମାର ଓକିଲ ପୂର୍ବରୁ କୋର୍ଟରେ କହିଥିଲେ ସେ ଜେଲ ଭିତରେ ଭୋକ ଅନଶନ କରୁଛି ଓ ତୀବ୍ର ମାନସିକ ରୋଗରେ ପିଡିତ ଅଛି, ଯେଉଁଥି ପାଇଁ ତାକୁ ଫାଶୀ ଦିଆଯାଇପାରିବ ନାହିଁ ।

୨୦୧୨ରେ ଦିଲ୍ଲୀରେ ହୋଇଥିବା ଗ୍ୟାଙ୍ଗ ରେପ୍‌ ଓ ହତ୍ୟାର ଏହି ମାମଲାରେ ଚ଼ାରି ଜଣ ଦୋଷୀଙ୍କ ପାଇଁ ଦିଲ୍ଲୀର ଏକ କୋର୍ଟ ସୋମବାର ନୂଆ ୱାରେଣ୍ଟ ଜାରି କରିଥିଲେ । ତା’ ଅନୁସାରେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନିର
First published: February 20, 2020, 2:23 PM IST
corona virus btn
corona virus btn
Loading