ନିର୍ଭୟା କାଣ୍ଡ: ଆଜି ଭୋର୍ ଫାଶୀ; କୋର୍ଟ ବାହାରେ ବେହୋଶ ହେଇଥିଲା ଦୋଷୀ ଅକ୍ଷୟର ସ୍ତ୍ରୀ

୩୧ ବର୍ଷୀୟ ଅକ୍ଷୟଙ୍କ ଆବେଦନ ଉପରେ କୋର୍ଟର ରାୟ ଆସିବା ସମୟରେ ତାଙ୍କ ପତ୍ନୀ କୋର୍ଟ ବାହାରେ କାନ୍ଦି କାନ୍ଦି ବେହୋଶ ହୋଇଯାଇଥିଲେ । ତାଙ୍କ ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଓ ସେ କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବିଧବା ଭାବରେ ବଞ୍ଚିପାରିବେ ନାହିଁ ।

କାନ୍ଦି କାନ୍ଦି ବେହୋଶ ହୋଇଛନ୍ତି ଅକ୍ଷୟଙ୍କ ପତ୍ନୀ ।

କାନ୍ଦି କାନ୍ଦି ବେହୋଶ ହୋଇଛନ୍ତି ଅକ୍ଷୟଙ୍କ ପତ୍ନୀ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ସିଂଙ୍କ ଆବେଦନ ଉପରେ ପଟିଆଲା ହାଉସ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଷୟ ଦିଲ୍ଲୀର ଏହି କୋର୍ଟରେ ଏକ ପିଟିସନ ଦାଖଲ କରି ତାଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡ ଉପରେ ରହିତାଦେଶ ପାଇଁ ପ୍ରାର୍ଥନା କରିଥିଲେ ।

ଏହି ଆବେଦନରେ ୩୧ ବର୍ଷୀୟ ଅକ୍ଷୟ ସିଂ କହିଥିଲେ ଯେ ରାଷ୍ଟ୍ରପତିଙ୍କ ନିକଟରେ ତାଙ୍କର ରାଜକ୍ଷମା ଆବେଦନ ବିଚାରାଧୀନ ଥିବାରୁ ତାଙ୍କୁ ଦିଆଯିବାକୁ ଥିବା ଫାଶୀ ଦଣ୍ଡ ରୋକାଯାଉ । ଅକ୍ଷୟ ଓ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ତିନି ଯୁବକଙ୍କୁ ଆସନ୍ତା କାଲି (ମାର୍ଚ୍ଚ ୨୦) ଭୋର୍‌ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି ।

ଅକ୍ଷୟଙ୍କ ଆବେଦନ ଉପରେ କୋର୍ଟର ରାୟ ସଂରକ୍ଷଣ ନିଷ୍ପତ୍ତି ଆସିବା ସମୟରେ ତାଙ୍କ ପତ୍ନୀ କୋର୍ଟ ବାହାରେ କାନ୍ଦି କାନ୍ଦି ବେହୋଶ ହୋଇଯାଇଥିଲେ। ଅକ୍ଷୟଙ୍କ ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବିଧବା ଭାବରେ ବଞ୍ଚିପାରିବେ ନାହିଁ ।

ପଟିଆଲା ହାଉସ କୋର୍ଟର ଏଡିସିନାଲ୍‌ ସେସନସ୍‌ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କୁ ସରକାରୀ ଓକିଲ କହିଛନ୍ତି ଯେ ଦୋଷୀ ଅକ୍ଷୟ କୁମାର ସିଂ ଓ ପୱନ ଗୁପ୍ତାଙ୍କ ଦ୍ୱିତୀୟ ଦୟା ଆବେଦନ ଉପରେ ଶୁଣାଣି ନ କରି ସେଗୁଡ଼ିକୁ ଏହି ଆଧାରରେ ବରଖାସ୍ତ କରାଯାଇଥିଲେ ଯେ ସେମାନଙ୍କର ପ୍ରଥମ ଦୟା ଆବେଦନ ଉପରେ ଶୁଣାଣି ହୋଇଥିଲା ଆଉ ସେଇଥି ପାଇଁ ଦ୍ୱିତୀୟ ଆବେଦନ ଶୁଣାଣିର ଯୋଗ୍ୟ ନୁହେଁ ।

କୋର୍ଟ ବାହାରେ ବସି କାନ୍ଦୁଛନ୍ତି ଅକ୍ଷୟଙ୍କ ପତ୍ନୀ ।


ସେ କୋର୍ଟଙ୍କୁ କହିଛନ୍ତି ଯେ ଦୋଷୀମାନଙ୍କ ଓକିଲ ଏ.ପି. ସିଂ କୋର୍ଟକୁ ମିଥ୍ୟା ସୂଚନା ଦେଉଛନ୍ତି ଯେ ପୱନ ଗୁପ୍ତାଙ୍କ ଦ୍ୱିତୀୟ ଦୟା ଆବେଦନ ବିଚାରାଧୀନ ଅଛି । ସେ କହିଛନ୍ତି ଯେ ସବୁ ଚାରି ଜଣ  ଯାକ ଦୋଷୀ ନିଜ ଆଇନଗତ ବିକଳ୍ପର ଉପଯୋଗ କରିସାରିଛନ୍ତି ।

ଦୋଷୀମାନଙ୍କ ଓକିଲ ଏ.ପି. ସିଂ କୋର୍ଟକୁ ଏହା ମଧ୍ୟ କହିଥିଲେ ଯେ ଦୋଷୀ ଅକ୍ଷୟଙ୍କ ପତ୍ନୀ ବିହାରର ଏକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଓ ତାହା ସେଠାରେ ବିଚାରାଧୀନ ଅଛି। ଏହା ଉପରେ ସ୍ୱତନ୍ତ୍ର ସରକାରୀ ଓକିଲ କହିଛନ୍ତି ଯେ ବର୍ତ୍ତମାନର ଚାରି ଦୋଷଙ୍କ ଏହି ଫାଶୀ ମାମଲାର ଆଇନଗତ କ୍ଷେତ୍ରରେ ଅନ୍ୟ କୌଣସି ମାମଲା ଆସିପାରିବ ନାହିଁ ।

ମାର୍ଚ୍ଚ ୫ ତାରିଖରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ କୁମାର ସିଂ (୩୧) କୁ ଫାଶୀ ଦେବା ପାଇଁ ଏକ ନିମ୍ନ ଅଦାଲତ ନୂଆ ମୃତ୍ୟୁ ୱାରେଣ୍ଟ ଜାରି କରିଥିଲେ । ମାର୍ଚ୍ଚ ୨୦ ତାରିଖ ଭୋର୍‌ ୫:୩୦ ରେ ତିହାର ଜେଲରେ ଏହି ଚାରି ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ । ସେମାନେ ସମସ୍ତେ ଏବେ ତିହାର ଜେଲରେ ହିଁ ଅଛନ୍ତି ।
Published by:Anand Shankar Thankur Das
First published: