ପଳାତକ ନୀରବ ମୋଦିଙ୍କୁ ଲାଗିଲା ଝଟକା; ବ୍ରିଟେନ ହାଇକୋର୍ଟ ଖାରଜ କଲେ ଆବେଦନ

ନୀରବ ମୋଦି ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି। ଭାରତ ଦୀର୍ଘ ଦିନରୁ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଚାହୁଁଥିଲା, କିନ୍ତୁ ବ୍ରିଟେନରେ ଆଶ୍ରୟ ନେଉଥିବା ନୀରବ ଏହି କାର୍ଯ୍ୟକୁ ଏଡ଼ାଇବା ପାଇଁ କ୍ରମାଗତ ଭାବରେ ବିଭିନ୍ନ ଯୁକ୍ତି ଦେଉଛନ୍ତି।

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଝଟକା

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଝଟକା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଛି। ବ୍ରିଟେନ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଭୁଲ ହେବ ନାହିଁ। ପଳାତକ ଅର୍ଥନୈତିକ ଅପରାଧ ଅଧିନିୟମ, ୨୦୧୮ ଅନୁଯାୟୀ ସ୍ୱତନ୍ତ୍ର PMLA କୋର୍ଟ ଦ୍ବାରା ଡିସେମ୍ବର ୨୦୧୯ରେ ନୀରବ ମୋଦିଙ୍କୁ ପଳାତକ ଭାବରେ ଘୋଷଣା କରାଯାଇଥିଲା। ସେ ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି।

ଭାରତ ଦୀର୍ଘ ଦିନରୁ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଚାହୁଁଥିଲା, କିନ୍ତୁ ବ୍ରିଟେନରେ ଆଶ୍ରୟ ନେଉଥିବା ନୀରବ ଏହି କାର୍ଯ୍ୟକୁ ଏଡ଼ାଇବା ପାଇଁ କ୍ରମାଗତ ଭାବରେ ବିଭିନ୍ନ ଯୁକ୍ତି ଦେଉଛନ୍ତି।

ବ୍ରିଟେନ ହାଇକୋର୍ଟରେ ନୀରବଙ୍କ ଓକିଲମାନେ କହିଛନ୍ତି ଯେ ସେ ଉଦାସୀନତାର ଶିକାର ଏବଂ ଭାରତର ଜେଲରେ ସେ ଆତ୍ମହତ୍ୟା ମଧ୍ୟ କରିପାରନ୍ତି। ଏହି ତର୍କ ଆଧାରରେ, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପ୍ରତ୍ୟର୍ପଣକୁ ବିରୋଧ କରାଯାଉଥିଲା। କିନ୍ତୁ ବ୍ରିଟେନର ହାଇକୋର୍ଟ ସମ୍ପୂର୍ଣ୍ଣ ଶୁଣାଣି ପରେ ନୀରବ ମୋଦୀଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
Published by:Lipina Das
First published: