କର୍ଣ୍ଣାଟକ ଜାତୀୟ ରାଜପଥରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା; ୯ ଶ୍ରମିକ ମୃତ

କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ସିରା ନିକଟ ଜାତୀୟ ରାଜପଥରେ ଏକ ଜିପ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଶିଶୁଙ୍କ ସମେତ ନଅ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି।

କର୍ଣ୍ଣାଟକ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

କର୍ଣ୍ଣାଟକ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

  • Share this:
News 18 Odia Digital

ବେଙ୍ଗାଲୁରୁ: କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ସିରା ନିକଟ ଜାତୀୟ ରାଜପଥରେ ଏକ ଜିପ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଶିଶୁଙ୍କ ସମେତ ନଅ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଏସ୍‌ପି ରାହୁଲ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି, ସମସ୍ତ ମୃତକ ଦିନ ମଜୁରିଆ ଥିଲେ। ସେମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।

ଏହାପୂର୍ବରୁ ଅଗଷ୍ଟ ୧୭ରେ ପୁନେର ଅହମ୍ମଦନଗର-ପୁନେ ରାଜପଥରେ ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ କଣ୍ଟେନର ଟ୍ରକ ସହିତ କାର ଧକ୍କା ହେବା ପରେ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା।
Published by:Soumyashree Mishra
First published: