ଆମେରିକାର ୩ଟି ସହରରେ ଗୁଳିକାଣ୍ଡ; ୯ ମୃତ, ୨୪ରୁ ଅଧିକ ଆହତ

ଶନିବାର ରାତି ଓ ରବିବାର ସକାଳେ ୩ଟି ଆମେରିକୀୟ ସହରରେ ଗୁଳିକାଣ୍ଡ ଘଟିଛି ।  ଏଥିରେ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଆମେରିକାରେ ଗୁଳିକାଣ୍ଜ

ଆମେରିକାରେ ଗୁଳିକାଣ୍ଜ

  • Share this:
ଶନିବାର ରାତି ଓ ରବିବାର ସକାଳେ ୩ଟି ଆମେରିକୀୟ ସହରରେ ଗୁଳିକାଣ୍ଡ ଘଟିଛି ।  ଏଥିରେ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଫିଲାଡେଲ୍‌ଫିଆରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଗୁଳିକାଣ୍ଡର ରୂପ ନେଇଥିଲା ।  ଏଥି ଯୋଗୁଁ ଜନଗହଳି ହୋଇଥିବା ଗୋଟାଏ ବାର୍‌ ଓ ରେସ୍ତୋରାଁରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ରବିବାର ସକାଳେ ମିଚିଗାନ୍‌ର ସାଗିନରେ ଆଉ ଏକ ଗୁଳିକାଣ୍ଡ ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଆହତ ହୋଇଛନ୍ତି ବୋଲି ପୋଲିସ ବିବୃତିରୁ ଉଦ୍ଧାର କରି ‘ୱେଇ’ ଟେଲିଭିଜନ୍‌ ରିପୋର୍ଟ ପ୍ରକାଶ କରିଛି। କିନ୍ତୁ, ଉପରୋକ୍ତ ୨ଟି ଘଟଣାରେ ଗୁଳିକାଣ୍ଡରେ ସମ୍ପୃକ୍ତ ନ ଥିବା ସାଧାରଣ ଜନତା ମୃତାହତ ହୋଇଥିବା ବେଳେ ମିଚିଗାନ୍‌ ଘଟଣାର ସମସ୍ତ ବ୍ୟକ୍ତି ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି।

ସେହିପରି ଶନିବାର ମଧ୍ୟରାତ୍ରୀ ପରେ ଟେନେସି ଅନ୍ତର୍ଗତ ଚଟାନୁଗା ଏକ ବାର୍‌ରେ ଗୁଳିକାଣ୍ଡ ଘଟିବାରୁ ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୪ ଜଣ ଆହତ ହୋଇଛନ୍ତି ।

୩ଟିଯାକ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା କୌଣସି ସନ୍ଦିଗ୍ଧଙ୍କୁ ରବିବାର ସନ୍ଧ୍ୟା ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ ।
Published by:Soumya Das
First published: