News18 Odia Digital
ନୂଆ ଦିଲ୍ଲୀ: ସୋସିଆଲ ମିଡ଼ିଆରେ (Social Media) ଅନେକ ସମୟରେ ଏମିତି ଅନେକ ଅଜବ କଥା ଭାଇରାଲ ହେବା ଆରମ୍ଭ କରେ ଯାହା ଜାଣି ଲୋକେ ଚକିତ ହୋଇଯାଆନ୍ତି । ଆଜିକାଲି ସୋସିଆଲ ମିଡ଼ିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ନାଇଜେରିଆରେ (Nigeria) ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଆଲୋଚନାର ବିଷୟ ପାଲଟିଛନ୍ତି ।
ଏହି ବ୍ୟକ୍ତି ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଛଅ ଜଣ ଗର୍ଭବତୀ ଯୁବତୀ (6 Pregnant Women) ତାଙ୍କ ସହିତ ଠିଆ ହୋଇଥିବା ଦେଖାଯାଉଛି । ଏହି ବ୍ୟକ୍ତି ଜଣକ ସୂଚନା ଦେଇଛନ୍ତି ଯେ ସେ ହିଁ ସେହି ଛଅ ଜଣ ଯୁବତୀଙ୍କ ସନ୍ତାନମାନଙ୍କର ପିତା ।
ଏହା ବି ପଢ଼ନ୍ତୁ | ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାରିବାରିକ-ଆର୍ଥିକ ଲିଙ୍କର ଖୋଳତାଡ଼ କରୁଛି ଭିଜିଲାନ୍ସ SITମାଇକ୍ ଏଜି ଓରଫ ପ୍ରିଟି ମାଇକ୍ ନାମକ ଏହି ବ୍ୟକ୍ତି ଛଅ ଜଣ ଗର୍ଭବତୀ ମହିଳାଙ୍କ ସହିତ ନିଜର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ପ୍ରିଟି ମାଇକ୍ ହିଁ ସେହି ଛଅ ଜଣ ଯାକ ମହିଳାଙ୍କ ସନ୍ତାନମାନଙ୍କର ପିତା, ସେମାନଙ୍କ ମୁହଁରୁ କଥା ବାହାରି ନ ଥିଲା ।
ନାଇଜେରିଆରେ ପ୍ଲେ-ବୟର ଭାବମୂର୍ତ୍ତି ଥିବା ଏହି ଯୁବକ ନିଜ ଛଅ ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ଫଟୋଗୁଡ଼ିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ୍ ହେବାକୁ ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତା’ ଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲାମାଇକ୍ ନିଜ ଛଅ ଜଣ ଗର୍ଲଫ୍ରେଣ୍ଡଙ୍କ ସହ ଏକ ଭିଡିଓ ବି ପୋଷ୍ଟ କରିଛନ୍ତି ।
କୁହାଯାଉଛି ଯେ ଏହି ମାଇକ୍ ଏଜି ଓରଫ ପ୍ରିଟି ମାଇକ୍ ନାମକ ଏହି ବ୍ୟକ୍ତି ନାଇଜେରିଆରେ ଏକ ନାଇଟ୍ କ୍ଲବର ମାଲିକ । ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ବିବାଦୀୟ ଫଟୋ ପୋଷ୍ଟ କରିଥା’ନ୍ତି । ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫଲୋ କରନ୍ତି ।
ଛଅ ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ମାଇକଙ୍କର ଫଟୋ ବ୍ୟାପିବା ପରେ ଏହା ବି ଦାବି କରାଯାଉଛି ଯେ ମହିଳାମାନଙ୍କ ଆପତ୍ତିଜନକ ଫଟୋ ସେୟାର କରିବା କାରଣରୁ ମାଇକଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।