News18 Odia Digital
Nigeria: କିଛି ବନ୍ଧୁକଧାରୀ ନାଇଜେରିଆର ଏକ ମସଜିଦରେ ନମାଜ ପାଠ କରୁଥିବା ଲୋକଙ୍କୁ ଆକ୍ରମଣ କରିଛନ୍ତି। ବନ୍ଧୁକଧାରୀ ହଠାତ୍ ମସଜିଦ ଭିତରକୁ ପଶି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ମସଜିଦର ଇମାମଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଛି।
ସଶସ୍ତ୍ର ଗ୍ୟାଙ୍ଗ, ଯେଉଁମାନେ ଡାକୟତ ଭାବରେ ଜଣାଶୁଣା ଶନିବାର ଏହି ଘଟଣା ଘଟାଇଥିଲେ। ଏମାନେ ପ୍ରାୟତଃ ଯେଉଁଠାରେ ସୁରକ୍ଷା କଡ଼ାକଡ଼ି ରହିଥାଏ ସେହି ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରନ୍ତି। ଏହି ଗ୍ୟାଙ୍ଗ କେବଳ ଗୁଳି ଚଳାଇବା କିମ୍ବା ଆକ୍ରମଣରେ ସୀମିତ ନୁହେଁ ବରଂ ଏହିମାନେ ଟଙ୍କା ଲୋଭରେ ଲୋକଙ୍କୁ ଅପହରଣ କରନ୍ତି।
ସଶସ୍ତ୍ର ଗ୍ୟାଙ୍ଗ ଦାବି କରିଛି ଯେ ଗ୍ରାମବାସୀଙ୍କୁ ସୁରକ୍ଷା ଦେୟ ଦିଅନ୍ତୁ ଯାହା ଦ୍ବାରା ସେମାନଙ୍କୁ ଫସଲ ଚାଷ ଏବଂ ଅମଳ କରିବାକୁ ଅନୁମତି ଦିଆଯିବ। ରଏଟର୍ସ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମହମ୍ମଦୁ ବୁଖାରୀଙ୍କ ଘର କାଟସିନାରେ ଥିବା ଫୁଣ୍ଟୁଆର ବାସିନ୍ଦା ଲୱଲ ହାରୁନ କହିଛନ୍ତି ଯେ ଆକ୍ରମଣକାରୀମାନେ ଏକ ବାଇକରେ ଆସି ହଠାତ୍ ବନ୍ଧୁକ ଧରି ମାଗାମଜି ମସଜିଦରେ ପ୍ରବେଶ କରିଥିଲେ ଯେଉଁଠାରେ ଲୋକମାନେ ନମାଜ ପାଠ କରୁଥିଲେ। ବନ୍ଧୁକଧାରୀମାନେ ଏହି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ବିନିମୟରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି। କିଛି ଲୋକ ନିଜ ଜୀବନ ରକ୍ଷା କରିବା ପାଇଁ ଦୌଡ଼ ପଳାଇ ଯାଇଥିଲେ।
ଲୋକ ନମାଜ ପାଠ ପାଇଁ ମସଜିଦକୁ ଆସିଥିଲେହାରୁନ ଆହୁରି କହିଛନ୍ତି ଯେ ଲୋକ ରାତି ନମାଜ ପାଠ ପାଇଁ ମସଜିଦକୁ ଆସିଥିଲେ। ଏହି ସମୟରେ ଆକ୍ରମଣକାରୀମାନେ ମାଗାମଜି ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଇମାମ ମଧ୍ୟ ପ୍ରାଣ ହରାଇଛନ୍ତି।
ଫାଣ୍ଟୁଆର ଅନ୍ୟ ବାସିନ୍ଦା ଅବଦୁଲ୍ଲା ମହମ୍ମଦ କହିଛନ୍ତି, ‘‘ଗୁଳି ବିନିମୟ ପରେ ଆକ୍ରମଣକାରୀମାନେ କିଛି ଲୋକଙ୍କୁ ଏକାଠି କରି ବୁଦାକୁ ନେଇ ଯାଇଥିଲେ। ମୁଁ ପ୍ରାର୍ଥନା କରୁଛି କରୁଛି ଯେ ଏହି ଡକାୟତଙ୍କ ଦ୍ୱାରା ଅପହରଣ ହୋଇଥିବା ନିରୀହ ଲୋକଙ୍କୁ ମୁକ୍ତ କରାଯାଉ।”
ଡକାୟତି ଠିକଣା ଉପରେ ବୋମା ମାଡ଼କାଟସିନା ରାଜ୍ୟ ପୋଲିସର ମୁଖପାତ୍ର ଗାମ୍ବୋ ଇସା ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ କିଛି ବାସିନ୍ଦାଙ୍କ ସହାୟତାରେ କିଛି ଲୋକଙ୍କୁ ଉଦ୍ଧାର କରିବାରେ ସଫଳତା ହାସଲ କରାଯାଇଛି। କାଟସିନା ନାଇଜେରିଆର ଉତ୍ତର-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ। ଏହା ପଡୋଶୀ ଦେଶ ନାଇଜର ସହିତ ଏକ ସୀମା ବାଣ୍ଟିଛି, ଯାହା ଦ୍ବାରା ଦୁଇ ଦେଶ ମଧ୍ୟରେ ମୁକ୍ତ ଭାବେ ଯିବାଆସିବା କରୁଛନ୍ତି ଏହି ଡକାୟକ ଗ୍ୟାଙ୍ଗ। ସେମାନଙ୍କୁ ଧ୍ୱଂସ କରିବା ପାଇଁ ନାଇଜେରିଆ ସେନାମାନେ ଡକାୟତମାନଙ୍କ ଠିକଣା ଉପରେ ବୋମା ପକାଉଛନ୍ତି, କିନ୍ତୁ ସେମାନେ ଲୋକଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।