ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!

ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!

Actress Nia Sharma sexy video in white bikini | ଏବେ ସୋସିଆଲ୍ ମିଡିଆରେ ସବୁଠାରୁ ଲୋକପ୍ରିୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଥିବା ନିଆ ଶର୍ମା ୨୦୧୬ ଓ ୨୦୧୭ରେ ବ୍ରିଟିଶ୍ ଖବରକାଗଜଗୁଡ଼ିକର ଟପ୍ ୫୦ ସେକ୍ସିଏଷ୍ଟ ଏସୀଆନ୍ ମହିଳା ତାଲିକାରେ ତୃତୀୟ ଓ ଦ୍ୱିତୀୟ ସ୍ଥାନରେ ଥିଲେ ।

ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!
ନିଆ ଶର୍ମାଙ୍କ ଭାଇରାଲ୍ ଭିଡିଓରୁ ଦୁଇଟି ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଭାରତୀୟ ଟେଲିଭିଜନ୍‌ ଜଗତର ଅନ୍ୟତମ ହଟ ସୁନ୍ଦରୀ ନିଆ ଶର୍ମା (Nia Sharma) ଇନଷ୍ଟାଗ୍ରାମରେ ଏକ ଚମତ୍କାର ରିଲ୍ ଭିଡିଓ ପୋଷ୍ଟ୍‌ କରିଛନ୍ତି । ନିଆ ନିଜ ଷ୍ଟାଇଲିସ୍ ଅଙ୍ଗଭଙ୍ଗୀ ଦ୍ୱାରା ଇଣ୍ଟରନେଟରେ ନିଆଁ ଲଗେଇଦେଇଛନ୍ତି । ଏହି ଭିଡିଓରେ (Nia Sharma video) ଅଭିନେତ୍ରୀ ନିଆଙ୍କୁ ଏକ ଧଳା ବିକିନି ପିନ୍ଧି ଏକ ଦ୍ୱୀପରେ ସମୁଦ୍ର କୂଳରେ ଖେଳୁଥିବା ଦେଖିବାକୁ ମିଳିଛି । ଏହି ମନ୍ଥର ରିଲ୍ ଭିଡିଓର ବ୍ୟାକଗ୍ରାଉଣ୍ଡରେ ଅତିଫ୍ ଅସଲାମଙ୍କ ଲୋକପ୍ରିୟ ଗୀତ “ୱୋ ଲମ୍ହେଁ” ବାଜୁଥିବା ଶୁଣାଯାଇଛି ।

ନିଆ ଶର୍ମା ଏହି ପୋଷ୍ଟରେ ମାଦକ ପୋଷାକରେ ଦେଖାଯାଇଛନ୍ତି । ସେ ସୁନାର ଏକ ଚମତ୍କାର ହାର ପିନ୍ଧିଛନ୍ତି । ନିଜ କାନ ପଛ ପଟେ ଓ ତରଙ୍ଗାୟିତ କେଶରେ ସେ ଗୋଟେ ଫୁଲ ବି ଲଗେଇଛନ୍ତି । ନିଆ କ୍ରମାଗତ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ବେଶ୍ ଜଣାଶୁଣା । ସେ ସର୍ବଦା ପିନ୍ଧୁଥିବା କୌଣସି ପୋଷାକକୁ ନିଜ ଚମତ୍କାର ଶୈଳୀ ଦ୍ୱାରା ଖୁବ୍‌ ଚମତ୍କାର କରିଦି୍ନ୍ତି – ତାହା କୌଣସି କ୍ଲାସିକ୍ ଅବତାର ହେଉ କିମ୍ବା ସାହସିକ ବିକିନି ଡ୍ରେସ୍‌ ହେଉ । ନିଆଙ୍କ ପ୍ରଶଂସକମାନେ ଓ ଇଣ୍ଡଷ୍ଟ୍ରିରେ ତାଙ୍କ ବନ୍ଧୁମାନେ ବାରମ୍ବାର ତାଙ୍କର ଏମିତି ପୋଷ୍ଟଗୁଡିକ ଉପରେ ସୁନ୍ଦର ମନ୍ତବ୍ୟ ଦିଅନ୍ତି ।

ଏହା ବି ପଢ଼ନ୍ତୁ‘‘ମୁଁ ତୁମ ଚାକର ହୋଇ ରହିବି, ତୁମ ପାଦ ତଳେ ଟିକିଏ ଜାଗା ଚାହୁଁଛି,’’ ସ୍ତ୍ରୀଙ୍କୁ ଲେଖିଥିଲେ ବନ ବିଭାଗ ଅଧିକାରୀ ସୌମ୍ୟ

ନିଆ ନିକଟରେ ଅର୍ଜୁନ ବିଜଲାନି ଓ ସୌମ୍ୟା ଯୋଶୀଙ୍କ ସହ ‘ତୁମ୍ ବେୱଫା ହୋ’ (Tum Bewafa Ho) ଗୀତରେ ଦେଖାଦେଇଥିଲେ । ପାୟଲ୍‌ ଦେବ ଓ ଷ୍ଟେବିନ୍‌ ବେନ୍‌ ଗାଇଥିବା ସେହି ଗୀତଟିରେ ପ୍ରେମ ଓ ହୃଦୟର କଷ୍ଟ ଭରା ହୋଇ ରହିଛି । ଫେବୃଆରୀ ମାସର ମଧ୍ୟ ଭାଗରେ ଅର୍ଜୁନ ଓ ନିଆ ହିମାଚଳ ପ୍ରଦେଶରେ ‘ତୁମ୍ ବେୱାଫା ହୋ’ ପାଇଁ ସୁଟିଂ କରିଥିଲେ । ଉଭୟ ନିଜ ସୋସିଆଲ ମିଡି଼ଆ ଆକାଉଣ୍ଟରେ ସେହି ଗୀତର ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଗୀତଟି ୟୁଟ୍ୟୁବରେ ୫୦ ମିଲିୟନ୍ ଭ୍ୟୁରେ ପହଞ୍ଚିସାରିଛି । ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ସବୁ ଲୋକଙ୍କୁ ନିଆ କୃତଜ୍ଞତା ଜଣାଇଛନ୍ତି ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:








View this post on Instagram






A post shared by Nia Sharma (@niasharma90)






ରବି ଦୁବେ ଓ ଅଚିନ୍ତ କୌରଙ୍କ ସହ ଅନଲାଇନ୍ ସିରିଜ୍ “ଜମାଇ 2.0”ର ଦୁଇଟି ସିଜନରେ ନିଆ ନିକଟରେ ଅଭିନୟ କରିଥିଲେ । ‘କାଳି: ଏକ ଅଗ୍ନିପରୀକ୍ଷା,’ ‘ଏକ୍‌ ହଜାରୋଁ ମେଁ ମେରୀ ବେହନା ହେ’ ଓ ‘ଜମାଇ ରାଜା’ ପରି ସିରିଜ୍‌ ପାଇଁ ନିଆ ଅଭିନୟ ଜଗତରେ ଲୋକପ୍ରିୟ ହୋଇଛନ୍ତି । ୨୦୧୬ ଓ ୨୦୧୭ରେ ବ୍ରିଟିଶ ଖବରକାଗଜର ଟପ୍ ୫୦ ସେକ୍ସିଏଷ୍ଟ ଏସୀଆନ୍‌ ମହିଳା ତାଲିକାରେ ନିଆ ଯଥା କ୍ରମେ ତୃତୀୟ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

ନିଆ ସୋସିଆଲ୍‌ ମିଡିଆରେ ସବୁଠାରୁ ଲୋକପ୍ରିୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ । ସେ ବାରମ୍ବାର ନିଜର ଚମତ୍କାର ଫଟୋ ସବୁ ପୋଷ୍ଟ କରନ୍ତି ।
Published by: Anand ST Das
First published: July 27, 2021, 11:15 PM IST