ପୁଲ୍‌ୱାମା ଆକ୍ରମଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଆରୋପରେ ବାପ-ଝିଅଙ୍କୁ ଗିରଫ କଲା NIA

ଗିରଫ ଅଭିଯୁକ୍ତ ପୀର୍ ତାରିକ୍ ଓ ତାଙ୍କ ଝିଅ ଇନସାଙ୍କୁ ଜାମ୍ମୁ ପଠାଯାଇଛି ଓ ପଚ଼ରାଉଚ଼ରା କରାଯାଉଛି । ତାରିକ ପ୍ରକାଶ କରିଛନ୍ତି ଯେ ପୁଲ୍‌ୱାମା ଆକ୍ରମଣ ବେଳେ ଆତଙ୍କବାଦୀମାନେ ତାଙ୍କ ଘରେ ରହି ସେହି ଆକ୍ରମଣ ପାଇଁ ଯୋଜନା କରୁଥିଲେ ।

ପୁଲ୍‌ୱାମା ଆକ୍ରମଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଆରୋପରେ ବାପ-ଝିଅଙ୍କୁ ଗିରଫ କଲା NIA
ପୁଲୱାମା ଆକ୍ରମଣ ପରେ ଆକ୍ରମଣ ସ୍ଥଳର ଏକ ଦୃଶ୍ୟ (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନ.ଆଇ.ଏ.) ମଙ୍ଗଳବାର ଜଣେ ବ୍ୟକ୍ତି ଓ ତାଙ୍କ ଝିଅକୁ ଗିରଫ କରିଛି ବୋଲି ଅଧିକାରୀମାନେ କହିଛନ୍ତି । ସେହି ଆକ୍ରମଣରେ ଜଣେ ଆତ୍ମଘାତୀ ବୋମାଧାରୀ ଆତଙ୍କବାଦୀ ନିଜ ଗାଡ଼ିରେ ଅର୍ଦ୍ଧସାମରିକ ବଳଙ୍କ ଏକ ବସରେ ଧକ୍କା ମାରିବାରୁ ୪୦ ଜଣ ସିଆରପିଏଫ୍ ଯୱାନ ନିହତ ହୋଇଥିଲେ ।

ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ପୀର୍ ତାରିକ୍ ଓ ତାଙ୍କ ଝିଅ ଇନସା । ସେମାନଙ୍କୁ ଜାମ୍ମୁକୁ ପଠାଯାଇଛି ଓ ହେପାଜତରେ ରଖି ପଚ଼ରାଉଚ଼ରା କରାଯାଉଛି । ତାରିକ ପ୍ରକାଶ କରିଛନ୍ତି ଯେ ପୁଲ୍‌ୱାମା ଆକ୍ରମଣ ବେଳେ ଆତଙ୍କବାଦୀମାନେ ତାଙ୍କର ପୁଲୱାମାର ଥିବା ହାକ୍ରିପୋରା ଘରେ ରହିବା ସହ ସେଇଠି ସେହି ଆକ୍ରମଣ ପାଇଁ ଯୋଜନା କରୁଥିଲେ ।

ଗତ ବର୍ଷ ଫେବ୍ରୁଆରୀ ୧୪ ତାରିଖରେ ଜୈସ୍ ଇ ମହମ୍ମଦର ଆତଙ୍କବାଦୀ ଆଦିଲ ଅହମ୍ମଦ ଦର୍‌ ଏକ କାରରେ ବିଷ୍ଫୋରକ ସାମଗ୍ରୀ ରଖି ସିଆାରପିଏଫ୍ ଯୱାନ ଯାଉଥିବା ଏକ ଗାଡ଼ିରେ ଧକ୍କା ଦେଇଥିଲା । ଫଳରେ ସେ ନିଜେ ମରିବା ସହ ୪୦ ଜଣ ସିଆରପିଏଫ୍ ଯୱାନଙ୍କ ମୃତ୍ୟୁ ହୋଇଥିଲା ।

ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ଥାନର ଜେଏମ୍ ପକ୍ଷରୁ ଦରଙ୍କ ଶେଷ ଭିଡିଓ ଛଡ଼ା ଯାଇଥିଲା । ସେହି ଭିଡିଓ ପୁଲ୍‌ୱାମା ସ୍ଥିତ ହାକ୍ରିପୋରାରେ ପୀରଙ୍କ ବାସଭବନରେ ଉତ୍ତୋଳନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଏନଆଇଏ ଶୁକ୍ରବାର ପୁଲ୍‌ୱାମା ଆକ୍ରମଣର ସବୁ ଠୁ ବଡ ଦୋଷୀ ୨୨ ବର୍ଷର ଯୁବକ ଶାକିର ବଶିର ମାଗ୍ରିଙ୍କୁ ଗିରଫ କରିଥିଲା ବୋଲି କହିଥିଲା । ଏନଆଇଏ କହିଥିଲା ଯେ ମାଗ୍ରି ଅସ୍ତ୍ରଶସ୍ତ୍ର, ଗୁଳି, ବିଷ୍ଫୋରକ ସାମଗ୍ରୀ ଓ ଟଙ୍କା ଯୋଗାଡ଼ କରି ଆକ୍ରମଣରେ ଜଡ଼ିତ ଥିବା ବ୍ୟକ୍ତି ଓ ଜିହାଦୀମାନଙ୍କୁ ଦେଉଥିଲେ । ଏଥି ସହିତ ମାଗ୍ରି ବ୍ୟାଟେରୀ ଭଳି ବୋମା ସାମଗ୍ରୀ ଅନଲାଇନରୁ କିଣି ସେମାନଙ୍କୁ ଦେଇଥିବା ଅଭିଯୋଗ ଆସୁଛି ।

ମ୍ୟାଗ୍ରୀ ଆକ୍ରମଣ ସମୟରେ କନଭେନର କେଉଁଠାରେ ଅଛି ତାହାର ସବିଶେଷ ତଥ୍ୟ ଆକ୍ରମଣକାରୀମାନଙ୍କୁ ପ୍ରଦାନ କରିଥିବା ଅଭିଯୋଗ ଉଠୁଛି । ଉକ୍ତ ବ୍ୟକ୍ତି ଜଣଙ୍କ ତଦନ୍ତକାରୀ ଅଧିକାରୀମାନଙ୍କୁ କହିଛନ୍ତି ଯେ ବୋମା ବିଷ୍ଫୋରଣର ମାସକ ପୂର୍ବରୁ କନଭେନର ଉପରେ ନଜର ରଖିବା ଦାୟୀତ୍ବ ତାଙ୍କୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଆକ୍ରମଣରେ ବ୍ୟବହୃତ କାରକୁ ଏଲଇଡି ଉପକରଣରେ ଆଂଶିକ ପରିବର୍ତ୍ତନ କରାଯାଇଥିଲା । ଏପରିକି ମାଗ୍ରି ଅପରାଧ ସ୍ଥଳରେ ଥିଲେ ଓ ପ୍ରକୃତ ବୋମା ବିଷ୍ଫୋରଣକାରୀଙ୍କୁ ୫୦୦ ମିଟର ଦୂରରୁ ସେ କାରଟିକୁ ଦେଇଥିଲେ ବୋଲି ଏନଆଇଏ କହିଥିଲା ।
First published: March 3, 2020, 8:46 PM IST