News18 Odia Digital
ନୂଆ ଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥାକୁ (NIA) ଏକ ବଡ଼ ସଫଳତା ମିଳିଛି । ଗିରଫ ହୋଇଛନ୍ତି ଆଲ୍-କାଏଦାର (Al Qaeda) ନଅ ଜଣ ସନ୍ଦିଗ୍ଧ ଆତଙ୍କବାଦୀ । ସେମାନଙ୍କୁ ପଶ୍ଚିମ ବଙ୍ଗ (West Bengal) ଓ କେରଳରୁ (Kerala) ଗିରଫ କରାଯାଇଛି ।
ଆଜି ସକାଳୁ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଓ କେରଳର ଏର୍ଣ୍ଣାକୁଲମରେ NIA ଚଢ଼ାଉ କରିଥିଲା । ମୁର୍ଶିଦାବାଦରୁ (Murshidabad) ୬ ଜଣ ଓ କେରଳର ଏର୍ଣ୍ଣାକୁଲମରୁ (Ernakulum) ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନେ ସମସ୍ତେ ଆଲ୍-କାଏଦାର ବୋଲି ଜଣା ପଡ଼ିଛି । ସେମାନଙ୍କ ଟାର୍ଗେଟ୍ରେ ଦିଲ୍ଲୀ NCR ସମେତ ଅନ୍ୟ କେତେକ ଅଞ୍ଚଳ ଥିଲା ବୋଲି ଅଧିକାରୀମାନେ କହିଛନ୍ତି ।
ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଠାରୁ ମିଳିଛି ବିପୁଳ ପରିମାଣର ଗୋଳାବାରୁଦ ଓ ଆତଙ୍କବାଦରେ ବ୍ୟବହୃତ ଅନ୍ୟ ସାମଗ୍ରୀ । ଜିହାଦ ଲାଗି ଉସୁକାଉଥିବା କେତେକ ପୁସ୍ତକ ମଧ୍ୟ ମିଳିଛି । ତା’ଛଡ଼ା ଜବତ ହୋଇଛି କେତେକ କମ୍ପ୍ୟୁଟର ଓ ମୋବାଇଲ ଫୋନ୍ । ଏସବୁକୁ ଏବେ ଘଣ୍ଟା ଯାଉଛି ।

ଗିରଫ ହୋଇଥିବା ଆଉ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ
ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଯେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଦିଲ୍ଲୀର କେତେକ ବ୍ୟକ୍ତିଙ୍କ ସଂପର୍କରେ ଥିଲେ । ସେମାନଙ୍କ ଠାରୁ ବାରୁଦ ଓ ଅନ୍ୟ ବିସ୍ଫୋରକ କିଣିଥାନ୍ତେ । ତେବେ ସେମାନେ କିଏ ସେ ସଂପର୍କରେ NIA ଖୋଳତାଡ଼ କରୁଛି ।

ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଠାରୁ ମିଳିଥିବା କେତେକ ସାମଗ୍ରୀ
ମିଳିଥିବା ସୂଚନାର ଆଧାରରେ ଅଧିକ ଗିରଫଦାରି ପାଇଁ NIAର ଖୋଳତାଡ଼ ଜାରି ରହିଛି । NIA ସୂତ୍ରୁ ଜଣାପଡ଼ିଛି ଯେ ଏହି ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ସଂପର୍କ ସିଧାସଳଖ ଆଲ୍-କାଏଦାର କେତେକ ଆତଙ୍କବାଦୀଙ୍କ ସହିତ ରହିଛି । ସେମାନଙ୍କ ଚେର ପାକିସ୍ତାନ ଯାଏ ଲମ୍ବିଛି । ସେମାନେ ପାକିସ୍ତାନର ଅନେକ ଆତଙ୍କବାଦୀଙ୍କ ସହ ସିଧାସଳଖ ସଂପର୍କରେ ଥିଲେ ବୋଲି କହିଛନ୍ତି NIAର ଜଣେ ତଦନ୍ତକାରୀ ଅଧିକାରୀ ।
ଏହା ବି ପଢ଼ନ୍ତୁ | Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍ଏହା ବି ପଢ଼ନ୍ତୁ | ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲାଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ ଭାରତ ଭିତରେ ଗୋଟିଏ ବଡ଼ ଧରଣର ଆତଙ୍କବାଦୀ ଯୋଜନାକୁ ରୂପ ଦେବା ଲାଗି ଯୋଜନା କରୁଥିଲେ । କିନ୍ତୁ ତା’ ପୂର୍ବରୁ NIA ଏହାକୁ ପଣ୍ଡ କରି ଦେଇଛି । ଏର୍ଣ୍ଣାକୁଲମରୁ ଗିରଫ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ନାମ ହେଉଛି ମୁର୍ସିଦ ହସନ, ଇୟାକୁବ ବିଶ୍ବାସ ଓ ମୁଶାରଫ ହୋସେନ ।
ପଶ୍ଚିମ ବଙ୍ଗର ମୁର୍ଶିଦାବାଦରୁ ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ନଜମୁସ ସାକିବ, ଆବୁ ସୁଫିୟାନ, ମଇନୁଲ ମଣ୍ଡଳ, ଲିଉଇନ୍ ଅହମ୍ମଦ, ଅଲ ମାମୁନ କମଲ ଓ ଅତିତୁର ରେହମାନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।