News 18 Odia Digital
ଉତ୍ତରପ୍ରଦେଶ : ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ଉତ୍ତରପ୍ରଦେଶ ସରକାରଙ୍କ ଉପରେ ୧୨୦ କୋଟି ଜୋରିମନା ଲଗାଇଛି। ଗୋରଖପୁରର ରାମଗଡ ତାଲ, ଆମି, ରାପ୍ତି, ରୋହିଣୀ ନଦୀରେ ପ୍ରଦୂଷଣ ହେତୁ ଏହି ଜୋରିମାନା ଲାଗୁ କରାଯାଇଛି। ଶିଳ୍ପଗୁଡିକ ଦ୍ୱାରା ପ୍ରଦୂଷଣ ନିୟମ ଯଦି ପାଳନ ନକରନ୍ତି ଆଇନଗତ ପଦକ୍ଷେପ ନେବାକୁ ଏନଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଗୋରଖପୁରରେ ଜଳ ନିଷ୍କାସନ ପାଇଁ ଏନଜିଟି ଉତ୍ତରପ୍ରଦେଶ ସରକାରଙ୍କୁ ଦାୟୀ କରିଛି।
ଶହ ଶହ ପିଲା ପ୍ରାଣ ହରାଇଛନ୍ତିଜଳ ପ୍ରଦୂଷଣ ପରିବେଶକୁ କ୍ଷତି ପହଞ୍ଚାଇବାରେ ଏକ କାରଣ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଏନଜିଟି କହିଛି ଯେ ପ୍ରଦୂଷିତ ଜଳ ଏନସେଫାଲାଇଟିସ୍, ଜାପାନିଜ ଜ୍ୱର ଭଳି ରୋଗ ସୃଷ୍ଟି କରିଥାଏ, ଯେଉଁଥିପାଇଁ ଗୋରଖପୁର ମେଡିକାଲ କଲେଜରେ ଶହ ଶହ ପିଲା ପ୍ରାଣ ହରାଇଛନ୍ତି । ଗୋରଖପୁରରେ ରାମଗଡ ତାଲ, ରାପ୍ତି ନଦୀ ସମେତ ଗୋରଖପୁରର ଅନ୍ୟ ନଦୀରେ ପ୍ରଦୂଷଣକୁ ରୋକିବା ପାଇଁ ୬ ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି ।
୧ ମାସ ମଧ୍ୟରେ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି
ଏହି କମିଟିକୁ ଏକ ମାସ ମଧ୍ୟରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ୬ ମାସ ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ଏନଜିଟି କମିଟିକୁ ମଧ୍ୟ କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।