News18 Odia digital
ନୂଆ ଦିଲ୍ଲୀ: ଅଯୋଧ୍ୟାରେ (Ayodhya) ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୁମି ପୂଜନ (Bhoomi Pujan) କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମନ୍ତ୍ରୋଚ୍ଚାରଣ ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ବୁଧବାର ଦିନ ଭୁମି ପୂଜନ କରିବେ । ୬ ଡିସେମ୍ବର ୧୯୯୨ ପର ଠାରୁ କାହାକୁ ରାମ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ ଅନୁମତି ମିଳି ନ ଥିଲା । କିନ୍ତୁ ବର୍ତ୍ତମାନ ୨୮ ବର୍ଷ ପରେ ନ୍ୟୁଜ୍ ୧୮ ସେହି ସ୍ଥାନରେ ପହଞ୍ଚିଛି ଯେଉଁଠାରୁ ଭବ୍ୟ ରାମ ମନ୍ଦିରର ଆରମ୍ଭ ହେବ ।
ନ୍ୟୁଜ୍ ୧୮ର ରିପୋର୍ଟ ଅନୁଯାୟୀ ୬ ଡିସେମ୍ବର ୧୯୯୨ରେ ଯେଉଁ ବିବାଦୀୟ ଢାଞ୍ଚା (ତାକୁ ସୁପ୍ରିମ୍ କୋର୍ଟର ନିଷ୍ପତ୍ତି ପୂର୍ବରୁ ବିବାଦୀୟ ଢାଞ୍ଚା କୁହାଯାଉଥିଲା) ଭଙ୍ଗାଯିବା ପରେ ଏକ ମାଟିର ଏକ ଉଚ୍ଚ ସ୍ଥାନ ଛାଡ଼ି ଦିଆଯାଇଥିଲା, ସେଇଠି ଦୁଇଟି ପଥର ଖୋଦିତ କରାଯାଇଥିଲା । ଏହି ମାଟି ମଣ୍ଡପ ପ୍ରାୟ ୧୨ ଫୁଟ ଉଚ୍ଚ ଓ ସେହି ସ୍ଥାନର ଏହି ଏକ ମାତ୍ର ଚିହ୍ନ ଏ ପର୍ଯ୍ୟନ୍ତ ବଞ୍ଚି ରହିଛି । କୁହାଯାଉଛି ଯେ ଯେତେବେଳେ ରାମ ମନ୍ଦିର ନିର୍ମାଣ ହେବ ସେତେବେଳେ ଏହି ମାଟି ମଣ୍ଡପ ପାଖରେ ହିଁ ଗର୍ଭଗୃହର ନିର୍ମାଣ ହେବ ।
ଯେଉଁଠି ଭୂମି ପୂଜନ କରାଯିବ ସେଠାରେ ଏକ ବିରାଟ ପେଣ୍ଡାଲ୍ ନିର୍ମାଣ କରାଯାଇଛି । ପେଣ୍ଡାଲ ସମ୍ମୁଖରେ ଏକ ବଡ଼ ପ୍ଲାଟଫର୍ମ ନିର୍ମାଣ କରାଯାଇଛି, ଯେଉଁଥିରେ ଏକ ଗାତ ଖୋଳା ଯାଇଛି । ଚାରି ପଖରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରୁ ହିଁ ପ୍ରଧାନ ମନ୍ତ୍ରୀ ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନ କରିବେ ।
ସାମାଜିକ ଦୂରତାର ବିଶେଷ ପାଳନ ହେଉଛିପେଣ୍ଡାଲ ଭିତରେ ଅନେକ ହାଣ୍ଡି ରଖାଯାଇଛି । କୁହାଯାଉଛି ଯେ ଏହି ସବୁ ହାଣ୍ଡିରେ ବିଭିନ୍ନ ନଦୀର ଜଳ ଓ ମାଟି ରଖାଯାଇଛି, ଯାହା ପୂଜା ସମୟରେ ବ୍ୟବହୃତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା ଲୋକଙ୍କ ପାଇଁ ପେଣ୍ଡାଲରେ ୧୫୦ ଚେୟାର ଲଗାଯାଇଛି ଓ ସାମାଜିକ ଦୂରତାର ବିଶେଷ ଯତ୍ନ ନିଆଯାଇଛି । ଭୂମି ପୂଜନର ପ୍ରତ୍ୟକ୍ଷ ଭିଡିଓ ପାଇଁ ମଞ୍ଚ ଉପରେ ଏକ ବଡ଼ ଏଲଇଡି ସ୍କ୍ରିନ୍ ବି ଲଗାଯାଇଛି ।
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛିଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେରାମ ଜନ୍ମଭୂମି ପରିସରକୁ ଏକ ଶିବିରରେ ପରିଣତ କରାଯାଇଛି । ରାମନ୍ମଭୂମିରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ଭୂମି ପୂଜନ ପାଇଁ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।