ରାଜସ୍ଥାନରେ ସଡ଼କ ଦୁର୍ଘଟଣାରେ ନବ ବିବାହିତ ଦମ୍ପତିଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହେଲା; ୩ ଆହତ

ହାଇୱେରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ଏହି କାର ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ୧୧ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ରାଜସ୍ଥାନରେ ସଡ଼କ ଦୁର୍ଘଟଣାରେ ନବ ବିବାହିତ ଦମ୍ପତିଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହେଲା; ୩ ଆହତ
ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • News18 Odia
  • Last Updated: March 14, 2020, 5:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯୋଧପୁର: ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନବ ବିବାହିତ ଦମ୍ପତିଙ୍କୁ ମିଶାଇ ମୋଟ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇ ଯୋଧପୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଯୋଧପୁରର ସେଗଡ଼ ସବ୍‌-ଡିଭିଡନ୍‌ ଅନ୍ତର୍ଗତ ସୋଇଁତରା ଗାଁ ନିକଟରେ ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ନବ ବିବାହିତ ଦମ୍ପତିଙ୍କ ସହ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ମୁଖ୍ୟତଃ ମହିଳା ଓ ଛୋଟ ପିଲା ଅଛନ୍ତି । ବର ଓ କନ୍ୟାଙ୍କ ନାମ ଯଥା କ୍ରମେ ବିକ୍ରମ ଓ ସୀତା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ ଏକ କାର ଯୋଗେ ସମସ୍ତ ଯାତ୍ରୀ ବାଡ଼ମେରର ବାଲୋତ୍ରା ସହରରୁ ରାମଦେଓରା ଅଭିମୁଖେ ବାହାରିଥିଲେ । ସେଠାକାର ପ୍ରସିଦ୍ଧ ଠାକୁର ବାବା ରାମଦେଓଙ୍କ ଦର୍ଶନ ଲାଗି ସେମାନେ ଯାଉଥିବା ବେଳେ ରାସ୍ତାରେ କାର ଉପରେ ମାଡ଼ିଯାଇଥିଲା ଏକ ଟ୍ରକ ।

‘‘ହାଇୱେରେ ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ଏହି କାର ସହ ଏକ ଟ୍ରକର ଧକ୍କା ହୋଇଥିଲା । ୧୧ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା,’’ କହିଛନ୍ତି ଯୋଧପୁର ଗ୍ରାମାଞ୍ଚଳ ଏସ୍‌.ପି. ରାହୁଲ ଭାରତ । ଟ୍ରକ ଧକ୍କାରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଭିତରୁ ମୃତ ଦେହ କାଢ଼ିବା ଲାଗି ପୋଲିସ କ୍ରେନର ସହାୟତା ନେଇଥିଲା । ଘଟଣାର ତୁରନ୍ତ ପରେ ପାଖ ଗାଁର ଲୋକେ ଧାଇଁ ଆସି ପୋଲିସକୁ ଖବର ଦେଇଥିଲେ ।

ନିକଟରେ ଫେବୃଆରୀ ୨୬ ତାରିଖରେ ମଧ୍ୟ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏବ ଭୟାନକ ସଡ଼କ ଦୁର୍ଘଟଣା ଘଟି ୨୫ ଜଣ ପ୍ରାଣ ହରାଇଥିଲେ । ବରଯାତ୍ରୀ ବସଟି କୋଟା-ଡାସୁଆ ରାଜପଥ ଦେଇ ଯାତ୍ରା କରୁଥିବା ବେଳେ ଏକ ନଦୀ ଭିତରକୁ ଖସିପଡ଼ିଥିଲା । ସେହି ଭଳି ଚ଼ଳିତ ମାସ ୮ ତାରିଖରେ ମଧ୍ୟ ଦୁଇ ଦୁଇଟି ପୃଥକ ଦୁର୍ଘଟଣାରେ ରାଜ୍ୟରେ ସାତ ଜଣ ପ୍ରାଣ ହରାଇଥିଲେ ।

ଗତ ଫେବୃଆରୀ ୨୦ରେ ତାମିଲନାଡ଼ୁର ତିରୁପୁର ଠାରେ କେରଳର ଏକ ବସର ଏକ ଟ୍ରକ ସହ ଧକ୍କା ହୋଇ ୧୯ ଜଣଙ୍କର ଜୀବନ ଯାଇଥିଲା । ଘଟଣାଟିରେ ୨୩ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ ।
First published: March 14, 2020, 5:33 PM IST
corona virus btn
corona virus btn
Loading