- News18 Odia
- Last Updated :
- Other, India
News18 Odia Digital
Earthquake: ଆଜିକାଲି ପୃଥିବୀର ଅନେକ ଦେଶରେ କ୍ରମାଗତ ଭୂକମ୍ପ ଅନୁଭୂତ ହେଉଛି। ଆଜି ସକାଳେ ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭାରତୀୟ ସମୟ ଅନୁସାରେ ଆଜି ସକାଳ ୬ଟା ୧୧ ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଥିଲା। ଏଥିରେ ବିଶେଷ କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
ଭୂମିକମ୍ପ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍ ଦ୍ୱୀପର ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରୀଭୂତ ହୋଇଛି । ମାର୍ଚ୍ଚ ମାସରେ ନ୍ୟୁଜଲାଣ୍ଡରେ ପ୍ରଥମ ଭୂମିକମ୍ପ ହୋଇଥିଲା । ଗତକାଲି ମଧ୍ୟ ଏଠାରେ ୩.୬ ତୀବ୍ରତାପୂର୍ଣ୍ଣ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।