ବ୍ୟାଟିଂରେ ହିଟ୍‌, ବୋଲିଂରେ ଫ୍ଲପ: ନ୍ୟୁଜିଲାଣ୍ଡ ଠାରୁ ସିରିଜର ପ୍ରଥମ ମ୍ୟାଚ ହାରିଲା ଟିମ୍ ଇଣ୍ଡିଆ

ମାତ୍ର ୪୮.୧ ଓଭରରେ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ନ୍ୟୁଜିଲାଣ୍ଡ । ମ୍ୟାଚରେ ଭାରତୀୟ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବାସ୍ତବରେ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟାଟିଂରେ ହିଟ୍‌, ବୋଲିଂରେ ଫ୍ଲପ: ନ୍ୟୁଜିଲାଣ୍ଡ ଠାରୁ ସିରିଜର ପ୍ରଥମ ମ୍ୟାଚ ହାରିଲା ଟିମ୍ ଇଣ୍ଡିଆ
କିଛି କାମ କଲାନି ବିରାଟଙ୍କ ରଣନୀତି ।
  • News18 Odia
  • Last Updated: February 5, 2020, 10:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ହ୍ୟାମିଲଟନ୍‌: ନ୍ୟୁଜିଲାଣ୍ଡ ସହ ଆଜି ଆରମ୍ଭ ହୋଇଥିବା ଏକଦିବସୀୟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ୪ ୱିକେଟରେ ଜିତିଛି ନ୍ୟୁଜିଲାଣ୍ଡ । ଟିମ୍‌ ଇଣ୍ଡିଆ ଭଲ ବ୍ୟାଟିଂ କରିବା ସତ୍ତ୍ୱେ ବୋଲିଂରେ ଖରାପ ପ୍ରଦର୍ଶନ କରିଥିବା ଯୋଗୁଁ ଏ ବିପର୍ଯ୍ୟୟ ଘଟିଛି ।

ମ୍ୟାଚରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନ କରିଥିଲେ ଜବରଦସ୍ତ ବ୍ୟାଟିଂ । ଶ୍ରେୟସ୍‌ ଅୟରଙ୍କ ଶତକୀୟ ଇନିଂସ, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଯୋଗୁଁ ଟିମ୍‌ ଇଣ୍ଡିଆ ୪ ୱିକେଟ ହରାଇ ଠିଆ କରିଥିଲା ୩୪୭ ରନ୍‌ର ବିଶାଳ ସ୍କୋର ।

ଏତେ ବଡ଼ ସ୍କୋର ଛିଡ଼ା କରିବା ପରେ ଲାଗୁଥିଲା ମ୍ୟାଚ ଭାରତ ହାତରେ ଅଛି । ହେଲେ ଟମ୍‌ ଲାଥମ୍‌ଙ୍କ ନେତୃତ୍ବରେ ଓହ୍ଲାଇଥିବା କିୱି ଦଳ କଲା କମାଲ୍‌ । ରସ୍‌ ଟେଲର୍‌ ଶତକୀୟ ଇନିଂସ ନ୍ୟୁଜିଲାଣ୍ଡକୁ ମ୍ୟାଚ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲା । ତାଙ୍କୁ ଭରପୁର ସହଯୋଗ ଦେଇଥିଲେ ହେନ୍‌ରି ନକୋଲ୍ସ ଓ ଅଧିନାୟକ ଲାଥମ ।

ନ୍ୟୁଜିଲାଣ୍ଡର ରସ୍‌ ଟେଲର୍‌ ୧୦୯ ରନ୍‌ କରି ନଟ୍‌-ଆଉଟ୍‌ ରହିଥିଲେ । ହେନରୀ ନିକଲ୍ସ ୭୮ ରନଂ ଓ କ୍ୟାପଟେନଂ ଟମ୍‌ ଲାଥମ୍‌ ୬୯ ରନ୍‌ କରିଥିଲେ । ଏହା ପୂର୍ବରୁ ଭାରତର ଶ୍ରେୟସ ଆୟାର ୧୦୩ ରନ୍‌, ଲୋକେଶ ରାହୁଲ୍‌ ୮୮ ନଟ୍‌-ଆଉଟ୍‌ ଓ କ୍ୟାପଟେନ୍‌ ବିରାଟ କୋହଲି ୫୧ ରନ୍‌ କରି ଚ଼ାରି ୱିକେଟରେ ଦଳର ସ୍କୋର୍‌ ୩୪୭ ରନକୁ ନେଇଥିଲେ ।

ଶ୍ରେୟସ୍‌ ଆୟାରଙ୍କ ମେଡେନ୍‌ ଶତକ ବେକାର ଗଲା ।


ମାତ୍ର ୪୮.୧ ଓଭରରେ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ନ୍ୟୁଜିଲାଣ୍ଡ । ମ୍ୟାଚରେ ଭାରତୀୟ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବାସ୍ତବରେ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଭାରତ ଏହା ପୂର୍ବରୁ ଟି୨୦ ଅନ୍ତର୍ଜାତୀୟ ସିରିଜରେ କ୍ଲିନ୍‌ ସ୍ୱିପ୍‌ କରିଥିଲା । ଏବେ ଆରମ୍ଭ ହୋଇଥିବା ସିରିଜର ପ୍ରଥମ ଦୁଇଟି ମ୍ୟାଚରେ କେନ୍‌ ୱିଲିୟମସନ୍‌ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଟମ୍‌ ଲାଥମ୍‌ ଖେଳିବେ ।

ସେହିପରି ରୋହିତ ଶର୍ମା ବି ଆଘାତପ୍ରାପ୍ତ ହୋଇଥିବା ଯୋଗୁଁ ଏହି ସିରିଜରୁ ଓ ଏହା ପରେ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚର ସିରିଜରୁ ବାହାରେ ରହିବେ ।
First published: February 5, 2020, 10:49 PM IST
corona virus btn
corona virus btn
Loading