News18 Odia Digital
ନୂଆ ଦିଲ୍ଲୀ: ଜୁଲାଇ ୧ ରୁ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେଣୁ ମାସିକ ଦରମା, କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଅବଦାନ ଏବଂ କାର୍ଯ୍ୟ ସମୟ ଯଥେଷ୍ଟ ପରିବର୍ତ୍ତନ ହୋଇପାରେ । ନୂତନ ଭାବରେ ନିର୍ଦ୍ଧାରିତ ବେତନ ନିୟମରେ ଅନେକଗୁଡ଼ିଏ ପରିବର୍ତ୍ତନ ଆସିବ। ଯାହାଦ୍ୱାରା କାର୍ଯ୍ୟ ସମୟ, ପିଏଫ୍ ଅବଦାନ ବୃଦ୍ଧି ପାଇବ ଏବଂ କର୍ମଚାରୀଙ୍କ ପାଇଁ ଦରମା ହ୍ରାସ ପାଇବ ।
କିଛି ରାଜ୍ୟ ଚତୁର୍ଥ ଶ୍ରମ ଆଇନ୍ ନେବାକଥା ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତି କରିନାହାନ୍ତି । କେବଳ ୨୩ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UTs) ନୂତନ ବେତନ ଆଇନ ଅନୁଯାୟୀ ନିୟମର ଡ୍ରାଫ୍ଟ ପ୍ରକାଶ କରିଛନ୍ତି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ରାମେଶ୍ୱର ତେଲି ଲୋକସଭାକୁ ଏକ ଲିଖିତ ଭାବେ ଜଣାଇଛନ୍ତି ।
ନୂତନ ନିୟମ ଅନୁଯାୟୀ, କମ୍ପାନୀଗୁଡିକ କାର୍ଯ୍ୟଦିବସକୁ ଦିନକୁ ୮-୯ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ।
କିନ୍ତୁ କର୍ମଚାରୀମାନଙ୍କୁ ସାପ୍ତାହିକ ତିନି ଦିନ ଛୁଟି ଦେବାକୁ ପଡିବ । ସପ୍ତାହରେ ମାତ୍ର ୪ ଦିନ କାମ କରିବେ କର୍ମଚାରୀ । କିନ୍ତୁ ଏକ ସପ୍ତାହରେ ୪୮ ଘଣ୍ଟା କାମ କରିବା ବାଧ୍ୟତା ମୂଳକ । ନୂତନ ବେତନ ନିୟମ ଅନୁଯାୟୀ ମୂଳ ଦରମା ମାସିକ ଦରମାର ଅତିକମରେ ୫୦ ପ୍ରତିଶତ ହେବ । କାରଣ କର୍ମଚାରୀଙ୍କ ଟେକ୍-ହୋମ ଦରମା ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ହେବ । ଏହା କର୍ମଚାରୀ ଏବଂ ନିଯୁକ୍ତିଦାତାମାନଙ୍କ ଦ୍ୱାରା ଦିଆଯାଇଥିବା PF ଅବଦାନ ବୃଦ୍ଧି ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।