NEWS 18 ODIA DIGITAL
ଉତ୍ତରପ୍ରଦେଶ: ଏବେ ଯେଉଁଠି କଟିବ ଚାଲାଣ ସେଇଠି ଭରିବେ ଜରିମାନା । POS ମେସିନ୍ ଜରିଆରେ ଯାନବାହାନ ଚାଲାଣର ଡିଜିଟାଲ୍ ପେମେଣ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ସମଗ୍ର ରାଜ୍ୟର ସମସ୍ତ ଜିଲ୍ଲାର ଟ୍ରାଫିକ୍ ପୋଲିସ୍ ପ୍ରାୟ ୧୦ ହଜାର POS ମେସିନ୍ ସହିତ ପ୍ରସ୍ତୁତ ରହିବେ।
ଏହି ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦୦ ମେସିନ୍ ପହଞ୍ଚିଛି । ଏହି ସବୁ ମେସିନ ୫୦ ଜଣ ଲକ୍ଷ୍ନୌ ଟ୍ରାଫିକ ପୋଲିସଙ୍କୁ ମିଳିଛି, ଯାହାର ପରୀକ୍ଷା ମଧ୍ୟ ଆରମ୍ଭ ହୋଇସାରିଛି । ବର୍ତ୍ତମାନ କେବଳ ଟ୍ରାଫିକ ଏସପି, ଟ୍ରାଫିକ ଡିସିପି ଅଫିସରେ କିମ୍ବା ଅନ୍ୟ ନିର୍ଦ୍ଧାରିତ ସ୍ଥାନରେ ଜରିମାନା ରାଶି ଜମା କରିବାର ସୁବିଧା ଅଛି ।
ଅନଲାଇନରେ ଚାଲାଣ ରାଶି ମଧ୍ୟ ଜମା କରାଯାଇପାରିବ । ଏବେ ଆଉ ଟିକେ ସୁବିଧା ପାଇଁ ସେହି ସ୍ଥାନରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ଏଡିଜି ଅଶୋକ କୁମାର ସିଂ କହିଛନ୍ତି ଯେ.. ଗାଡିର ଚାଲାଣ କଟିବା ପରେ ସେହିଠାରେ ଟ୍ରାଫିକ୍ ପୋଲିସ୍ ପୋଷ୍ଟ ଗୁଡିକରେ POS ମେସିନ୍ ମାଧ୍ୟମରେ ଡେବିଟ୍ କାର୍ଡ କିମ୍ବା QR କୋଡ୍ ସ୍କାନ କରି ଚାଲାଣର ଡିଜିଟାଲ୍ ପେମେଣ୍ଟ ମଧ୍ୟ କରାଯାଇପାରିବ । ଏନେଇ ପୋଲିସକୁ ତାଲିମ ଦେବେ ଏସବିଆଇ କର୍ମଚାରୀ (SBI WORKERS) ।
ଅଶୋକ କୁମାର ଏକଥା ମଧ୍ୟ କହିଛନ୍ତି, POS ମେସିନ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ କରିବା ପାଇଁ ଟ୍ରାଫିକ୍ ପୋଲିସଙ୍କୁ ତାଲିମ ଦେବାର ଦାୟୀତ୍ୱ ଏସବିଆଇର କର୍ମଚାରୀଙ୍କୁ ଦିଆଯାଇଛି । ଏସବିଆଇ କର୍ମଚାରୀମାନେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସକୁ ଟିପ୍ସ ଦେବେ । ଏହି ମେସିନ୍ ମାଧ୍ୟମରେ ପୁରୁଣା ଚାଲାଣ ମଧ୍ୟ ଜମା କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ମେସିନରେ ମଧ୍ୟ UPI ଦେୟ ପାଇଁ ବ୍ୟବସ୍ଥା କରାଯିବ ।
ଉତ୍ତରପ୍ରଦେଶ ଜନତାଙ୍କ ମଧ୍ୟରେ ଏନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହିକେହି ଚର୍ଚ୍ଚା କରୁଛନ୍ତି ଏପରି ନିୟମ ହେଲେ ଚ୍ରାଫିକ ବ୍ୟବସ୍ଥା ଆହୁରୀ କଡାକଡି ହେବ ଏବଂ ଲୋକଙ୍କ ମନରେ ଟ୍ରାଫିକ ନିୟମ ପାଳନ ନେଇ ଭୟ ରହିବ ।
ତେବେ ଉତ୍ତରପ୍ରଦେଶରେ ଏପରି ନିୟମ ଲାଗୁ ହେବା ପରେ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ଟ୍ରାଫିକ ପୋଷ୍ଟ ଗୁଡିକରେ ଏପରି ନିୟମ ଲାଗୁ କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏପରି ନିୟମ ହେଲେ ଜନସାଧାରଣଙ୍କୁ ଜରିମାନା ଭରିବା ସହଜ ହେବାସହ ଟ୍ରାଫିକ୍ ବ୍ୟବସ୍ଥାରେ ମଧ୍ୟ ଅନେକ ସୁଧାର ଆସିବ ବୋଲି ମନେ ହେଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।