ସରକାର ଦେଲେ ଖୁସି ଖବର: ମିଳିଲା ଆଶ୍ବସ୍ତି; ମାତ୍ର ୧୦% ଟ୍ୟାକ୍ସ ଭରିବେ ଏହି ଲୋକ

Income Tax Return: ମୋଦି ସରକାର ଆଣିଲେ ଖୁସି ଖବର। ଏଣିତି ମାତ୍ର ୧୦% ଟ୍ୟାକ୍ସି ଭରିବେ ଏହି ଲୋକ।

ମାତ୍ର ୧୦% ଟ୍ୟାକ୍ସ ଭରିବେ ଏହି ଲୋକ

ମାତ୍ର ୧୦% ଟ୍ୟାକ୍ସ ଭରିବେ ଏହି ଲୋକ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Income Tax Return: ଯାହାର ଆୟ ଟିକସଯୋଗ୍ୟ (Income Tax) ସୀମାଠାରୁ ଅଧିକ, ସେମାନଙ୍କୁ ଟିକସ ଦେବାକୁ ପଡ଼ିବ। ସମ୍ପ୍ରତି ଦେଶରେ ଦୁଇଟି ଭିନ୍ନ ଟିକସ (Tax) ବ୍ୟବସ୍ଥାରେ ଆୟକର ଦାଖଲ କରାଯାଇଛି। ଏଥି ମଧ୍ୟରେ ନୂଆ ଟ୍ୟାକ୍ସ ରେଜିମ୍ (News Tax Regime) ଏବଂ ପୁରୁଣା ଟ୍ୟାକ୍ସ ରେଜିମ୍ (Old Tax Regime) ଅନ୍ତର୍ଭୁକ୍ତ।

ଉଭୟ ଟ୍ୟାକ୍ସ ସିଷ୍ଟମରେ (Tax System) ଟ୍ୟାକ୍ସ ଦାଖଲ କରୁଥିବାବେଳେ ବିଭିନ୍ନ ଟ୍ୟାକ୍ସ ସ୍ଲାବ ଦିଆଯାଇଛି, ଯାହା ଅନୁଯାୟୀ ଟ୍ୟାକ୍ସ ଦାଖଲ କରିବାକୁ ପଡ଼ିବ।

ଇନକମ ଟ୍ୟାକ୍ସ ରିଟର୍ଣ୍ଣ (Income Tax Return)

କେନ୍ଦ୍ର ବଜେଟ୍ ୨୦୨୩ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ଅନେକ ପରିବର୍ତ୍ତନ ଘୋଷଣା କରିଥିଲେ। ଏହି ପରିବର୍ତ୍ତନଗୁଡିକ ଅଧୀନରେ ଟିକସ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହା ସହିତ ଆୟକର ସ୍ଲାବ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ନୂଆ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଘୋଷଣା କରିବାବେଳେ ମୋଦି ସରକାର ଶୂନ ଟିକସକୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି।

ITR

ଏହା ପରେ ଲୋକଙ୍କୁ ବାର୍ଷିକ ୩-୬ ଲକ୍ଷ ଟଙ୍କା ଆୟ ଉପରେ ୫% ଟିକସ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଯଦି କାହାର ଆୟ ୬-୯ ଲକ୍ଷ ଟଙ୍କା, ତେବେ ଏହି ଲୋକଙ୍କୁ ୧୦% ଆୟକର ଦେବାକୁ ପଡ଼ିବ। ଯଦି କାହାର ବାର୍ଷିକ ଆୟ ୯-୧୨ ଲକ୍ଷ ଟଙ୍କା, ତେବେ ଏହି ଲୋକଙ୍କୁ ୧୫% ଟିକସ ଦେବାକୁ ପଡ଼ିବ।

ଏହା ପରେ, ଯେଉଁମାନଙ୍କର ଆୟ ୧୨-୧୫ ଲକ୍ଷ ଟଙ୍କା, ତେବେ ସେହି ଲୋକଙ୍କୁ ୨୦% ଟିକସ ଦେବାକୁ ପଡ଼ିବ। ଏହା ବ୍ୟତୀତ, ଯେଉଁମାନଙ୍କର ଆୟ ୧୫ ଲକ୍ଷରୁ ଅଧିକ, ସେମାନଙ୍କୁ ୩୦% ଟ୍ୟାକ୍ସ ଦାଖଲ କରିବାକୁ ପଡ଼ିବ।

ପଢ଼ନ୍ତୁ ଏହି ଖବର:  କିଛି ବର୍ଷ ରହିବା ପରେ ଭଡ଼ାଟିଆଙ୍କ ହୋଇଯିବ ସମ୍ପତ୍ତି! ଘର ମାଲିକଙ୍କ ପାଇଁ ଜରୁରୀ ଏହି କାମ

ପୁରୁଣା କର ବ୍ୟବସ୍ଥା (Old Pension Scheme)

ଅନ୍ୟପକ୍ଷରେ, ଯଦି ଆମେ ପୁରୁଣା ଟିକସ ବ୍ୟବସ୍ଥା ବିଷୟରେ କଥା ହେବା, ତେବେ ୬୦ ବର୍ଷରୁ କମ୍ ଟିକସଦାତାଙ୍କୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏହା ପରେ ଏହି ଲୋକଙ୍କୁ ବାର୍ଷିକ ଆୟ ୨.୫ ରୁ ୫ ଲକ୍ଷ ଟଙ୍କା ଉପରେ ୫% ଟିକସ ଦେବାକୁ ପଡ଼ିବ।

ପଢ଼ନ୍ତୁ ଏହି ଖବର:  ଏଣିକି ଏହି ରାଜ୍ୟରେ ମିଳିବ ୫୦୦ରେ ଗ୍ୟାସ ସିଲିଣ୍ଡର; ମହିଳା ପାଇବେ ୧୫୦୦ ଲେଖାଏଁ ଟଙ୍କା

ଏଥି ସହିତ ବାର୍ଷିକ ଆୟ ୫-୧୦ ଲକ୍ଷ ଟଙ୍କା ଉପରେ ୨୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଯାହାର ଆୟ ବାର୍ଷିକ ୧୦ ଲକ୍ଷରୁ ଅଧିକ, ସେମାନଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।
Published by:Lipina Das
First published: