News18 Odia Digital
ନୂଆ ଦିଲ୍ଲୀ: କାରରେ ଘୋଷାଡି ହୋଇ ମୃତ୍ଯୁ ହୋଇଥିବା ମାମଲରେ ନୂଆ ଦିଗ ସାମ୍ନାକୁ ଆସିଛି । ଘଟଣା ଘଟିଥିବା ରାତିରେ ଝିଅ ଜଣଙ୍କ ଗାଡିରେ ଏକା ନଥିଲେ । ତାଙ୍କ ସହ ସ୍କୁଟିରେ ଆଉ ଜଣେ ମହିଳା ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଝିଅଟି ଗାଡି ପଛରେର ଆଉ ଜଣେ ମହିଳା ବସିଥିଲେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।
ସମ୍ପୂର୍ଣ୍ଣ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ପୋଲିସ ସେଦିନ ରାତିର ଘଟିଥିବା ଘଟଣାବଳୀକୁ ପ୍ରଥନେ ଟାଇମଲାଇନ କରିବ। ସେଥିପାଇଁ ସେହିଦିନ ପୀଡ଼ିତାଙ୍କ ସହ ଥିବା ଝିଅର ବୟାନ ନିଆଯିବ । ଉକ୍ତ ମହିଳାଙ୍କ ବୟାନ ଦୋଷୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ସୋମବାର ରାତିରେ ପୋଲିସ ଆୟୁକ୍ତ ଶାଲିନ ସିଂ ଘଟଣା ସ୍ଥଳରେ ସ୍ଥିତି ପରଖିଥିଲେ ।
କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏହି ମାମଲାରେ ଏକ ଯାଞ୍ଚ ସମତି ଗଠନ କରିଛି । ଏହି ସମିତିର ମୁଖ୍ଯ ଭାବେ ଶାଲିନ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସନ୍ଧ୍ଯା ସୁଦ୍ଧା ସେ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବେ । ସୋମବାର ଏକ ଡାକ୍ତର ଦଳ ମୃତକଙ୍କର ପୋଷ୍ଟ ମର୍ଟମ କରିଥିଲେ । ପୀଡ଼ତାଙ୍କ ସହ କୌଣସି ଦୁଷ୍କର୍ମ ହୋଇନାହିଁ । ତାଙ୍କ ପ୍ରାଇଭେଟ ପାର୍ଟରେ କୌଣସି ଚିହ୍ନ ନାହିଁ ବୋଲି ଡାକ୍ତରି ଦଳ ସ୍ପଷ୍ଟ କରିଛନ୍ତି ।
ଏଫଏସଏଲର ଏକ ଦଳ ଘଟଣା ସ୍ଥଳ ଗସ୍ତ କରିଥିଲେ ଓ ସେମାନେ ସେଠାରେ ପ୍ରମାଣ ଏକାଠି କରିଥିଲେ । ଟିମ ପୀଡି଼ତାଙ୍କ ସ୍କୁଟି ଓ ଦୋଷୀଙ୍କ କାରର ସାମ୍ପଲ ମଧ୍ଯ ସଂଗ୍ରହ କରିଛନ୍ତି ।
ସୂଚନାଯୋଗ୍ଯ, ଘଟଣା ସମୟରେ ପୀଡିତା ନିଜେ ସ୍କୁଟି ଚଲାଉଥିଲେ । ବଲେନୋ କାର ସହ ଧକ୍କା ହୋଇ ସେ କାର ତଳେ ଫସି ଯାଇଥିଲେ । ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ପୀଡ଼ିତା ଜଣଙ୍କ କାରରେ ଘୋଷାଡ଼ି ହୋଇ ୧୦କିମି ପର୍ଯ୍ଯନ୍ତ ଚାଲିଯାଇଥିଲେ । ଯେଉଁଥିରେ ତାଙ୍କର ମୃତ୍ଯୁ ହୋଇଥିଲା । କାରରେ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିନେଇଥଲା ।ସେମାନଙ୍କୁ ବର୍ତ୍ତମାନ ୩ଦିନ ରିମାଣ୍ଡରେ ପଠାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।