ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତୈଳ ଦର

ମୁଦ୍ରାସ୍ଫୀତି ମଧ୍ୟରେ ଆଜି ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଚାଲିଥିବା ହ୍ରାସ ମଧ୍ୟରେ ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପୂର୍ବପରି ପେଟ୍ରୋଲ ଏବଂ ଡିଜେଲର ସର୍ବନିମ୍ନ ମୂଲ୍ୟ ପ୍ରକାଶ କରିଛନ୍ତି ।

ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତୈଳ ଦର

ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତୈଳ ଦର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Petrol Diesel Price, 12 December 2022: ମୁଦ୍ରାସ୍ଫୀତି ମଧ୍ୟରେ ଆଜି ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଚାଲିଥିବା ହ୍ରାସ ମଧ୍ୟରେ ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପୂର୍ବପରି ପେଟ୍ରୋଲ ଏବଂ ଡିଜେଲର ସର୍ବନିମ୍ନ ମୂଲ୍ୟ ପ୍ରକାଶ କରିଛନ୍ତି ।

ଯଦିଓ ତୈଳ କମ୍ପାନୀଗୁଡିକ ସୋମବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରଖିଛନ୍ତି । ଆଜି କ୍ରମାଗତ ୨୦୨ ତମ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସରକାରୀ ତୈଳ କମ୍ପାନୀଗୁଡିକ ସୋମବାର ଡିସେମ୍ବର ୧୨, 2022 ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାରି କରିଛନ୍ତି । କ୍ରମାଗତ ୨୦୨ ଦିନ ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ତୈଳ କମ୍ପାନୀଗୁଡିକ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଏହାର ଅର୍ଥ ଆଜି ବି ମୂଲ୍ୟ ସ୍ଥିର ରହିଛି ।

ଗତ କିଛି ଦିନ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ କମ୍ ହୋଇଥିବାର ଦେଖାଯାଉଛି । ବର୍ତ୍ତମାନ WTI ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରକୁ ଖସି ଆସିଛି ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୮୧ ଡଲାର ରହିଛି ।

ଏହାପୂର୍ବରୁ ମେ ୨୧ ରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ , ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଛି । ସେବେଠାରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇଥିଲା । ଏହା ପରେ ଡିଜେଲ ଦେଶରେ ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଥିଲା । କେନ୍ଦ୍ରର ଘୋଷଣା ପରେ ରାଜସ୍ଥାନ, ମହାରାଷ୍ଟ୍ର, ଓଡିଶା ଏବଂ କେରଳ ସରକାର ମଧ୍ୟ ଭାଟ୍ ହ୍ରାସ କରିଥିଲେ ।
Published by:Soubhagya Mishra
First published: