Parliament: କାଠଗଡ଼ାରେ ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ; ଆଜି ହେବ ଶୁଣାଣି

New parliament controversy: କାଠଗଡ଼ାରେ ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ। ବିରୋଧୀଙ୍କ ବର୍ଜନ ନିଷ୍ପତ୍ତି ପରେ, ରାଷ୍ଟ୍ରପତିଙ୍କ ଦ୍ବାରା ଲୋକାର୍ପଣ ଦାବିରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଆଜି ହେବ ଶୁଣାଣି।

କାଠଗଡ଼ାରେ ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ

କାଠଗଡ଼ାରେ ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

New parliament controversy: ଦୀର୍ଘ ୯୬ ବର୍ଷ ପରେ ଦେଶକୁ ମିଳିବ ନୂଆ ସଂସଦ ଭବନ। ଆସନ୍ତା ୨୮ ତାରିଖରେ "ସେଣ୍ଟ୍ରାଲ୍ ଭିଷ୍ଟା"ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ (PM)।

ମୋଦିଙ୍କ (Narendra Modi) ଦ୍ବାରା ଉଦଘାଟନକୁ ନେଇ ବିରୋଧୀ ତମ୍ବିତୁଫାନ କରୁଥିବା ବେଳେ, ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା। ରାଷ୍ଟ୍ରପତିଙ୍କୁ ଲୋକାର୍ପଣ ସମାରୋହକୁ ନିମନ୍ତ୍ରଣ କରାନଯିବା ପ୍ରତିବାଦରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଏର କରିଛନ୍ତି ଆଇନଜୀବୀ ସିଆର ଜୟ ସୁକିନ।

କାଠଗଡ଼ାରେ ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ। ବିରୋଧୀଙ୍କ ବର୍ଜନ ନିଷ୍ପତ୍ତି ପରେ, ରାଷ୍ଟ୍ରପତିଙ୍କ ଦ୍ବାରା ଲୋକାର୍ପଣ ଦାବିରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଆଜି ହେବ ଶୁଣାଣି।

ରାଷ୍ଟ୍ରପତିଙ୍କୁ ଲୋକାର୍ପଣ ସମାରୋହକୁ ନିମନ୍ତ୍ରଣ କରା ନଯିବା ପ୍ରତିବାଦରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଏର କରିଛନ୍ତି ଆଇନଜୀବୀ ସିଆର ଜୟ ସୁକିନ।
ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରାଇବା ପାଇଁ କୋର୍ଟ, ଲୋକସଭା ସଚିବାଳୟକୁ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି।

ଆବେଦନକାରୀଙ୍କ କହିବା କଥା ହେଲା, କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନର ଉଲ୍ଲଂଘନ ସହ, ଏହା ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ।

ସେପଟେ ନୂଆ ସଂସଦ ଭବନ ‘ସେଣ୍ଟ୍ରାଲ୍ ଭିଷ୍ଟା’ ଲୋକାର୍ପଣ ସମାରୋହକୁ ୨୦ଟି ବିରୋଧୀ ଦଳ ବର୍ଜନ ନିଷ୍ପତ୍ତିର ଦିନକ ପରେ, ‘ଅଷ୍ଟ୍ରେଲିଆରେ ଲୋକତନ୍ତ୍ର ବାତାବରଣର’ ଉଦ୍ଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରାଇବା ପାଇଁ କୋର୍ଟ, ଲୋକସଭା ସଚିବାଳୟକୁ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି । ଆବେଦନକାରୀଙ୍କ କହିବା ହେଲା, କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନର ଉଲ୍ଲଂଘନ ସହ, ଏହା ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି । ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବ ।

ସେହିପରି ଯେଉଁ ଦଳଗୁଡ଼ିକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରେ ବିଜେପି, ଶିବସେନା, (ଏକନାଥ ଶିନ୍ଦେ ଗ୍ରୁପ), ଏନପିସି, ଏନଡିପିପି, ଏସକେଏମ, ଆରଏଲଜେପି, ଅପନା ଦଳ, ଆରପିଆଇ, ତାମିଲ ମାନିଲା କଂଗ୍ରେସ (ଏମ), ଏଆଇଏଡିଏମକେ, ଏଜେଏସୟୁ, ଏମଏନଏଫ, ୱାଇଏସଆରସିପି, ସିଡିପି, ଏସଏଡି, ବିଜେଡି। ତେବେ ଏହି ଦଳଗୁଡ଼ିକ ଆହୁରି ଅନେକ ଦଳ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।

ପଢ଼ନ୍ତୁ ଏହି ଖବର:  ମୋଦି, ମହାରାଣୀ ଓ ମହାତ୍ମାଙ୍କ ରୁମାଲ; ୭୫ ବର୍ଷ ତଳର କାହାଣୀ

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ଡିସେମ୍ବର ୧୦ ତାରିଖରେ ପିଏମ୍ ମୋଦି ନୂଆ ସଂସଦ ଭବନର ନିର୍ମାଣର ଶିଳାନ୍ୟାସ କରିଥିଲେ। ଏନେଇ ୨୦୧୯ ଅଗଷ୍ଟ ୫ରେ ଲୋକସଭା ଓ ରାଜ୍ୟସଭାରେ ସୂଚନା ଦିଆଯାଇଥିଲା। ଏଥିପାଇଁ ୮୬୦ କୋଟି ଖର୍ଚ୍ଚ ଆକଳନ କରାଯାଇଥିଲେ ହିଁ ତାହା ୧୨୦୦ କୋଟିରେ ପହଞ୍ଚି ଯାଇଥିଲା। ଏହି ୪ ମହଲା ବିଶିଷ୍ଟ ଭବନରେ ୧୨୨୪ ଜଣ ସାଂସଦ ବସିବାର ବ୍ୟବସ୍ଥା କରାଯାଇଛି।
Published by:Lipina Das
First published: