ଭାରତୀୟ ନୈସେନାର ନୂଆ ସଙ୍ଗୀତ ରିଲିଜ୍; ନୈସେନାର ଶକ୍ତିକୁ ନିଖୁଣ ଭାବରେ ଚିତ୍ରଣ

ନୌସେନାର ନୂତନ ସଙ୍ଗୀତ ଚତୁର୍ଥ ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଥିଲା । ସମୁଦାୟ ୬ମିନିଟ ୨୫ସେକେଣ୍ଡର ଭିଡିଓଟିକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି । 

ଭାରତୀୟ ନୈସେନାର ନୂଆ ସଙ୍ଗୀତ ରିଲିଜ୍; ନୈସେନାର ଶକ୍ତିକୁ ନିଖୁଣ ଭାବରେ ଚିତ୍ରଣ

ଭାରତୀୟ ନୈସେନାର ନୂଆ ସଙ୍ଗୀତ ରିଲିଜ୍; ନୈସେନାର ଶକ୍ତିକୁ ନିଖୁଣ ଭାବରେ ଚିତ୍ରଣ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ନୌସେନାର ନୂତନ ସଙ୍ଗୀତ ଚତୁର୍ଥ ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଥିଲା । ସମୁଦାୟ ୬ମିନିଟ ୨୫ସେକେଣ୍ଡର ଭିଡିଓଟିକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି ।

ନୌସେନାର ଗୀତଟିକୁ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି ପ୍ରସୁନ୍ ଯୋଶୀ । ଶଙ୍କର ଏହସାନ ଲୟ ସଙ୍ଗୀତ ଦାୟିତ୍ୱ ନେଇଥିଲେ । ଭିଡିଓର ନିର୍ଦ୍ଦେଶନା ସଞ୍ଜୀବ ଶିଭାନ ଏବଂ ଦୀପ୍ତି ପିଲ୍ଲେ ସିଭାନ ଦେଇଥିଲେ । ସିନେମାଟୋଗ୍ରାଫି ଦାୟିତ୍ୱରେ ମନୋଜ ପିଲାଇ ଏବଂ ରୋନୀ ଚେରିଆନ ଅବ୍ରହମ ଏବଂ ପ୍ରଡକ୍ସନ ଦାୟୀତ୍ୱରେ ତ୍ରୀପୋଦ ମୋସନ, ପିକଚର୍ସ ସୁଶାନ୍ତ କୁମାର ଯାଦବ, ଏଡିଟିଂରେ ଏ ଶ୍ରୀକର ପ୍ରସାଦ ଓ ଭିନା ଜୟପ୍ରକାଶ, ପ୍ରଦର୍ଶନରେ ନାଭାଲ ସେଣ୍ଟ୍ରାଲ ବ୍ୟାଣ୍ଡ୍  କୋରିଓଗ୍ରାଫି ପ୍ରତାପ ସେଠୀ ଏବଂ ହରିସ, ପରିଚାଳନା ସିରିନ ଶୁଖେସୱାଲା, ରେକର୍ଡ ଦାୟିତ୍ୱରେ YRF ଷ୍ଟୁଡିଓ, ଏବଂ ପିଭି ସିନ୍ଧୁଙ୍କୁ ସ୍ୱତନ୍ତ୍ର ଭାବରେ ଭିଡିଓରେ ଧନ୍ୟବାଦ ଦିଆଯାଇଛି ।



ପିଏମ ମୋଦିଙ୍କ ଉତ୍ସାହକାରୀ ତଥା ପ୍ରେରଣାଦାୟୀ ବାର୍ତ୍ତାରୁ ଭିଡିଓର ଆରମ୍ଭ ହୋଇଛି । ନୌସେନାର ଜାହଜ କିପରି ସମୁଦ୍ରର ଛାତିକୁ ଚିରି ଆଗକୁ ଆଗକୁ ବଢୁଛି ତାହା ଖୁବ ଚମତ୍କାର ଢଙ୍ଗରେ ଉପସ୍ଥାପନା କରାଯାଇଛି । ଏଥିସହ ନୌସେନାର ଯବାନ ନିଜର ସମ୍ପୁର୍ଣ୍ଣ ଦକ୍ଷତା ସହିତ କିପରି ସମୁଦ୍ର ମଧ୍ୟରେ ଶତୃକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ତାହା ମଧ୍ୟ ଖୁବ ଚମତ୍କାର ଭାବରେ ଭିଡିଓରେ ପ୍ରଦର୍ଶନ କରାଯାଇଛି । ହମ୍ ହେ ନୌସେନା ହମ୍ ହେ ଭାରତ କେ ସାରଥି... ଗୀତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
Published by:Soubhagya Mishra
First published: