IRCTC ର ନୂଆ ସେବା! ଯାତ୍ରୀମାନେ ଟ୍ରେନ୍, ବିମାନ ସହିତ ବୁକ୍ କରିପାରିବେ ବସ୍ ଟିକେଟ୍; ଜାଣନ୍ତୁ ପ୍ରୋସେସ୍
IRCTC ନିଜର ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବସ୍ ଟିକେଟ୍ ବୁକିଂ ସେବା ଆରମ୍ଭ କରିଦେଇଛି । ପୂର୍ବରୁ ଯାତ୍ରୀମାନେ କେବଳ IRCTC ରେ ଟ୍ରେନ୍ ଓ ବିମାନ ଟିକେଟ ବୁକ୍ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ବସ୍ ଟିକେଟ୍ ବୁକିଂ କରିବାର ସୁବିଧା ମଧ୍ୟ ପାଇବେ ।

IRCTC ଏହାର ଅନଲାଇନ୍ ବସ୍ ବୁକିଂ ସେବା ଆରମ୍ଭ କରିଛି
- News18 Odia
- Last Updated: February 6, 2021, 4:11 PM IST
ନୂଆ ଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (IRCTC) ଏହାର ଅନଲାଇନ୍ ବସ୍ ବୁକିଂ ସେବା ଆରମ୍ଭ କରିଛି । ଶୁକ୍ରବାର ଦିନ ସୂଚନା ଦେବାବେଳେ ଆଇଆରସିଟିସି କହିଛି ଯେ ଏହି ସୁବିଧା ପ୍ରବର୍ତ୍ତନ ପରେ ଯାତ୍ରୀମାନେ ଟ୍ରେନ୍ ଓ ବିମାନ ପରେ ବସ୍ ପାଇଁ ଟିକେଟ ବୁକ୍ କରିପାରିବେ । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଗ୍ରାହକଙ୍କୁ ଅଧିକ ସାମଗ୍ରିକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଅନଲାଇନ୍ ରେଳ ଓ ଫ୍ଲାଇଟ୍ ଟିକେଟ୍ ବୁକିଂ ବ୍ୟବସାୟରେ ଥିବା IRCTC ଏହାର ଅନଲାଇନ୍ ବସ୍ ବୁକିଂ ସେବା ଆରମ୍ଭ କରିଛି ଯାହା ୨୯ ଜାନୁୟାରୀ ୨୦୨୧ ଠାରୁ ଆରମ୍ଭ ଆରମ୍ଭ ହୋଇଛି ।
ଯାତ୍ରୀମାନେ ପାଇବେ ଏହି ସୁବିଧା
ଗ୍ରାହକଙ୍କୁ ଅନଲାଇନ୍ ବସ୍ ବୁକିଂ ସେବା ଯୋଗାଇବା ପାଇଁ ଆଇଆରସିଟିସି ୫୦,୦୦୦ ରୁ ଅଧିକ ରାଜ୍ୟ ସଡକ ପରିବହନ ସହିତ ୨୨ ଟି ରାଜ୍ୟ ଓ ତିନୋଟି ୟୁନିଅନ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଥିବା ଘରୋଇ ବସ୍ ଅପରେଟର ସହିତ ଯୋଡ଼ି ହୋଇଛି । ଖୁବ୍ ଶୀଘ୍ର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ସେବା ଆରମ୍ଭ କରିବେ ।
ଆଇଆରସିଟିସି ମୋବାଇଲ୍ ଆପରେ ଏହି ସେବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି, ଏହା ପରେ ଜନସାଧାରଣ ମୋବାଇଲ୍ ମାଧ୍ୟମରେ ବସ୍ ଟିକେଟ ବୁକ୍ କରିପାରିବେ । IRCTC ମାଧ୍ୟମରେ ଯାତ୍ରୀମାନଙ୍କୁ ଲାଷ୍ଟ ମାଇଲ ଆକ୍ଟିଭିଟି ଯୋଗାଇବା ଏହି ବୁକିଂର ଉଦ୍ଦେଶ୍ୟ ।
ଏହି ସୁବିଧାଗୁଡ଼ିକ ପିକ୍ ଅପ୍ ଓ ଡ୍ରପ୍ ପଏଣ୍ଟ ସହିତ ଉପଲବ୍ଧ ହେବ
ଅନଲାଇନ୍ ବସ୍ ବୁକିଂର ଏହି ନୂତନ ସୁବିଧାରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ବସ୍ ଦେଖିପାରିବେ ଓ ବସ୍, ରୁଟ୍, ସୁବିଧା, ସମୀକ୍ଷା, ମୂଲ୍ୟାୟନ ଓ ଫଟୋ ଉପରେ ଆଧାର କରି ବସ୍ ଚୟନ କରିପାରିବେ । ଏହା ସହିତ ଗ୍ରାହକମାନେ ସେମାନଙ୍କର ପିକ୍ ଅପ୍ ଓ ଡ୍ରପ୍ ପଏଣ୍ଟ ଏବଂ ଟାଇମିଂ ବାଛିବାରେ ସକ୍ଷମ ହେବେ । ଚାଲୁଥିବା ବ୍ୟାଙ୍କ ଓ ଇ-ୱାଲେଟ୍ ମଧ୍ୟ ରିହାତି ସହିତ ଯଥାର୍ଥ ମୂଲ୍ୟରେ ସେମାନଙ୍କର ଯାତ୍ରା ବୁକ୍ କରି ପାରିବେ ।
ରିହାତି ମଧ୍ୟ ଉପଲବ୍ଧ ହେବ - ଏହା ବ୍ୟତୀତ ଯାତ୍ରୀମାନେ ବ୍ୟାଙ୍କ ଓ ଇ-ୱାଲେଟ୍ ମାଧ୍ୟମରେ ରିହାତି ପାଇବାକୁ ମଧ୍ୟ ସୁଯୋଗ ପାଇବେ । ଏହା ମାଧ୍ୟମରେ ବସ୍ ବ୍ୟତୀତ ଯାତ୍ରୀମାନଙ୍କୁ ଟ୍ୟାକ୍ସି ମଧ୍ୟ ଯୋଗାଇ ଦିଆଯିବ ।