ଏବେ ନୂଆ ଘର କିଣିବା ହେଲା ଆହୁରି ସହଜ: ଘର କିଣିବା ପାଇଁ ଲଞ୍ଚ କଲେ ନୂଆ ଇ କମର୍ସ ପୋର୍ଟାଲ

ଘର କିଣୁଥିା ଲୋକଙ୍କ ପାଇଁ ଖୁସି ଖବର ଏହା ଯେ, ବର୍ତ୍ତମାନ ଘର ଖୋଜିବା ପାଇଁ ଆଉ ଗୋଟିଏ ଯାଗାରୁ ଅନ୍ୟ ଯାଗା ଯିବାକୁ ପଡ଼ିବନି ।

ଏବେ ନୂଆ ଘର କିଣିବା ହେଲା ଆହୁରି ସହଜ: ଘର କିଣିବା ପାଇଁ ଲଞ୍ଚ କଲେ ନୂଆ ଇ କମର୍ସ ପୋର୍ଟାଲ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 14, 2020, 4:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନୂଆ ଘର କିଣୁଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର, ଏବେ ଘର କିଣିବାକୁ ଆଉ ଏବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବନି । ଡେଭଲପରର୍ସ ସଂସ୍ଥା ନରେଡକୋ housing for all.com ନାମକ ଇ କମର୍ସ ଫ୍ଲାଟଫର୍ମ ଲଞ୍ଚ କରିଛି । ଏହାକୁ ଆବାସୀୟ ସଚିବ ଦୁର୍ଗାଶଙ୍କର ମିଶ୍ର ଏହି ଇ କମର୍ସ ପୋର୍ଟାଲରେ ବଡ ଡେଭଲପର୍ସଙ୍କ ବ୍ୟତୀତ ଏସବିଆଇ, ଏକ୍ସିସି, ଟାଟା କ୍ୟାପିଟାଲ, ଆଇସିଆଇସିଆଇ ଭଳି ଫାଇନାନାସିଆଲା ସଂସ୍ଥା ମଧ୍ୟ ଉପସ୍ଥିତ ରହିବେ ।

ନରଡକୋ housing for all.comରେ ୪୫ ଦିନ ପାଇଁ ଫେଷ୍ଟିଭାଲ ଆରମ୍ଭ କରିବାକୁ ଯାଉଛି । ଯେଉଁଠି କ୍ରେତା ଉଚିତ ଦାମ ଏବଂ ଅଫର ସହ ଘର କିଣିପାରିବେ । ଉଦଘାଟନ ଅବସରରେ ଆବାସୀୟ ସଚିବ କହିଥିଲେ କି ଏହି ପୂରା ପ୍ରକ୍ରିୟା ଆରମ୍ଭ ହେବା ପରେ ଅନଲାଇନ ମଡେଲ ପାଇଁ ବିଲଡର୍ସ ମାନଙ୍କୁ ପୁରା କ୍ରେଡିବିଲିଟି ଦିଆଯିବା ଦରକାର । ଗ୍ରାହକଙ୍କ ସହ ଡିଲ କରିବା ପାଇଁ ଏହା ଏକ ଉନ୍ନତ ମାଧ୍ୟମ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି ।

 
First published: January 14, 2020, 4:46 PM IST