News18 Odia Digital
Viral News: ସଂସଦରେ ତୀବ୍ର ବିତର୍କ ସମୟରେ ଜଣେ ସାଂସଦ ହଠାତ୍ ତାଙ୍କ ଡ୍ରେସ କାଢ଼ିବା ଆରମ୍ଭ କରିଥିଲେ। କେହି କିଛି ବୁଝିବା ଆଗରୁ ସେ ନିଜ ଡ୍ରେସ ସମ୍ପୂର୍ଣ୍ଣ କାଢ଼ି ସାରିଥିଲେ। ଏଭଳି କିଛି ରୋଚକ ଘଟଣା ଦେଖିବାକୁ ମିଳିଛି ନେପାଳରେ। ସଂସଦରେ ଭୁଟାନ ଶରଣାର୍ଥୀଙ୍କ ସମ୍ପର୍କିତ ଏକ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
ନେପାଳରେ ଭୁଟାନ ଶରଣାର୍ଥୀଙ୍କୁ ନେଇ ଏକ ଘୋଟାଲା ହୋଇଛି। ଏହି ଦୁର୍ନୀତିରେ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ନେପାଳ ପୋଲିସ ଭୁଟାନୀୟ ଶରଣାର୍ଥୀ ଭାବରେ ବିଦେଶରେ ନେପାଳ ନାଗରିକଙ୍କ ଚୋରା ଚାଲାଣ ସହ ଜଡିତ ଏକ ସ୍କାମର ଯାଞ୍ଚ କରୁଛି। ଏହି ପ୍ରସଙ୍ଗରେ ଚାଲିଥିବା ବିତର୍କ ସମୟରେ ଉତ୍ତେଜନା ଦେଖାଦେଇଥିଲା।
ସେହି ସମୟରେ ଲୋକସଭାର ଜଣେ ସ୍ଵାଧୀନ ସାଂସଦ ଅମରେଶ ସିଂ ତାଙ୍କ ସାର୍ଟ କାଢ଼ିଥିଲେ କାରଣ ବାଚସ୍ପତି ଦେବରାଜ ଘିମେର ତାଙ୍କୁ ବିତର୍କ ଆରମ୍ଭରେ କହିବାକୁ ସମୟ ଦେଇନଥିଲେ। ଏଭଳି ଆଚରଣ ପାଇଁ ବାଚସ୍ପତି ଘିମେର ତାଙ୍କୁ ଗୃହରେ ଠିକ୍ ଆଚରଣ କରିବା ଓ ସଂସଦର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବିଷୟରେ ଚେତାବନୀ ଦେଇଥିଲେ।
ଦୋକାନୀଙ୍କ ଅଜବ ଅଫର; 'ଦ କେରଳ ଷ୍ଟୋରୀ' ଫିଲ୍ମ ଟିକେଟ ଦେଖାଇଲେ ଚା କଫି ଫ୍ରିବାଚସ୍ପତିଙ୍କ ଚେତାବନୀ ପରେ ଅମରେଶ ସିଂ ତାଙ୍କ ପୋଷାକ ପିନ୍ଧିଥିଲେ। ଏହି ଦୁର୍ନୀତିରେ ଜଣେ ପୂର୍ବତନ ବରିଷ୍ଠ ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ଜଡିତ ଅଛନ୍ତି। ଏହି ମାମଲାରେ କାଠମାଣ୍ଡୁ ଜିଲ୍ଲା କୋର୍ଟ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ CPN-UML ସଚିବ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବାହାଦୂର ରାୟମାଝି ଫେରାର ଅଛନ୍ତି।
ପୋଲିସ ରାୟମାଝିଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ସିପିଏନ୍-ୟୁଏମ୍ଏଲ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ପ୍ରଚଣ୍ଡଙ୍କୁ ତାଙ୍କ ସରକାରୀ ବାସଭବନରେ ଦୁଇଥର ଭେଟିଥିଲେ।
ଶରଣାର୍ଥୀ ମାମଲା କଣ?ଏହି ଘୋଟାଲାରେ ସମ୍ପୃକ୍ତ ଥିବା ରାୟମାଜୀଙ୍କ ପୁଅ ସନ୍ଦୀପ ଓ ଅନ୍ୟ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ଗୃହ ସଚିବ ଟେକ୍ ନାରାୟଣ ପାଣ୍ଡେ ଓ ଇନ୍ଦ୍ରଜିତ୍ ରାୟ ଅଛନ୍ତି, ଯେଉଁମାନେ ପୂର୍ବତନ ଗୃହମନ୍ତ୍ରୀ ରାମ ବାହାଦୂର ଥାପାଙ୍କ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ଭୁଟାନର ଶରଣାର୍ଥୀ ଭାବରେ ନେପାଳୀ ନାଗରିକ କିପରି ଆମେରିକା ଯାଇ ପାରିବେ ସେଥିପାଇଁ ଜାଲ୍ ଡକ୍ୟୁମେଣ୍ଟ୍ କରିବାରେ ସେମାନେ ସକ୍ରିୟ ଭାବରେ ଜଡିତ ଥିବା ପୋଲିସ କହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।