ନେହେରୁ ନୌଚାଳନା ପ୍ରତିଯୋଗିତା କେରଳ; ଶାହ ଅତିଥି ହେବାରୁ କଂଗ୍ରେସ ଓ ସିପିଆଇ ମଧ୍ୟରେ ଶୀତଳ ଯୁଦ୍ଧ

କେରଳରେ ଅନୁଷ୍ଠିତ ହେବାକୁ ଥିବା ନୌଚାଳନା ପ୍ରତିଯୋଗିତାର ମୁଖ୍ୟ ଅତିଥି ରୂପେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେରଳ ରାଜ୍ୟ ସରକାର ନିମନ୍ତ୍ରଣ କରିଛନ୍ତି । ଏହାକୁ ନେଇ କଂଗ୍ରେସ ଓ ସିପିଆଇ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ।

ନେହରୁ ନୌଚାଳନା ପ୍ରତିଯୋଗିତା କେରଳ : ଶାହ ଅତିଥି ହେବାରୁ କଂଗ୍ରେସ ଓ ସିପିଆଇ ମଧ୍ୟରେ ଶୀତଳ ଯୁଦ୍ଧ

ନେହରୁ ନୌଚାଳନା ପ୍ରତିଯୋଗିତା କେରଳ : ଶାହ ଅତିଥି ହେବାରୁ କଂଗ୍ରେସ ଓ ସିପିଆଇ ମଧ୍ୟରେ ଶୀତଳ ଯୁଦ୍ଧ

  • Share this:
News 18 Odia Digital

କେରଳ : କେରଳରେ ଅନୁଷ୍ଠିତ ହେବାକୁ ଯାଉଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ନାମିତ ନୌଚାଳନା ପ୍ରତିଯୋଗିତାର ମୁଖ୍ୟ ଅତିଥି ରୂପେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରିଛନ୍ତି । ଅମିତ ଶାହଙ୍କୁ ଆମନ୍ତ୍ରଣ କରିବାରୁ ରାଜ୍ୟର ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ) ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିବା ସହ ଆପତ୍ତି ଉଠାଇଛି ।

କଂଗ୍ରେସ ଅଭିଯୋଗ କରିଛି ଯେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସାମ୍ପ୍ରଦାୟିକ ଶକ୍ତି ପ୍ରତି ବିଶ୍ୱସ୍ତତା ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ତାଙ୍କର ଭଲପାଇବା ପ୍ରକାଶ ପାଉଛି । ଏଥି ସହିତ ରାଜ୍ୟ ସରକାର ଏହାର ନିଷ୍ପତ୍ତିକୁ ନେଇ କହିଛନ୍ତି ଯେ ସେପ୍ଟେମ୍ବର ୪ ରେ ଆଲାପୁଜାସ୍ଥିତ ପୁଣନାମାଡା ହ୍ରଦରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ଅତିଥି ରୂପେ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶାହଙ୍କୁ ନିମନ୍ତ୍ରଣ କରାଯାଇଛି । ୩୦ତମ ଦକ୍ଷିଣ ଜୋନାଲ ପରିଷଦ ଵୈଠକରେ ଯୋଗଦେବା ପାଇଁ ସେମାନେ ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ରହିବେ ବୋଲି ରାଜ୍ୟ ସରକାର କହିଛନ୍ତି ।

କେରଳ ପ୍ରଦେଶ କଂଗ୍ରେସ ସଭାପତି କେ. ସୁଧାକରନ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଜବାହରଲାଲ ନେହେରୁଙ୍କ ନାମରେ ନାମିତ ନୌଚାଳନା ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଏହି ଆପତ୍ତି ପ୍ରତ୍ୟାଖ୍ୟାନ କରି ସରକାରୀ ସୂତ୍ରରୁ କୁହାଯାଇଛି ଯେ ସେପ୍ଟେମ୍ବର ୩ ରେ ଦକ୍ଷିଣ ଜୋନାଲ କାଉନସିଲର ପ୍ରସ୍ତାବିତ ଵୈଠକରେ ଯୋଗଦେବାକୁ ଶାହଙ୍କୁ ଆମନ୍ତ୍ରଣ କରିବାରେ କିଛି ଭୁଲ୍ ନୁହେଁ ।

ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି

ସୂତ୍ରରୁ ପ୍ରକାଶ ଯେ ରାଜ୍ୟ ସରକାର କେବଳ ଶାହଙ୍କୁ ନୁହେଁ, ତାମିଲନାଡୁ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସମେତ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଦେଶର ସ୍ଵଧୀନତା ପରେ ୧୯୫୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ କୁଟାନାଡ ଗସ୍ତ ପରେ ନୌଚାଳନା ପ୍ରତିଯୋଗିତାର ନାମକରଣ କରାଯାଇଥିଲା।
Published by:Sujit Swain
First published: