ନେହା କକ୍କର ସେୟାର କଲେ 'First Kiss' ର ଭିଡିଓ; Hubby ରୋହନପ୍ରୀତ ଏଭଳି ପ୍ରତିକ୍ରିୟା ଦେଲେ

ଭିଡିଓରେ ନେହା କକ୍କର (Neha Kakkar) ହନି ସିଂଙ୍କ (Yo Yo Honey Singh) ଗୀତ 'ଫାର୍ଷ୍ଟ କିସ୍' ଗାଉଥିବାର ନଜର ଆସିଛନ୍ତି । ନେହା କକ୍କରଙ୍କ ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ନେହାଙ୍କ କ୍ୟୁଟନେସକୁ ମଧ୍ୟ ପ୍ରଶଂସା କରୁଛନ୍ତି । ସିଙ୍ଗରଙ୍କ ଭିଡିଓ ଉପରେ ରାପର ହନି ସିଂ ମଧ୍ୟ କମେଣ୍ଟ ଦେଇଛନ୍ତି ।

ନେହା କକ୍କର ସେୟାର କଲେ 'First Kiss' ର ଭିଡିଓ; Hubby ରୋହନପ୍ରୀତ ଏଭଳି ପ୍ରତିକ୍ରିୟା ଦେଲେ
ନେହା କକ୍କର ସେୟାର କଲେ 'First Kiss' ର ଭିଡିଓ
  • News18 Odia
  • Last Updated: December 6, 2020, 11:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କର (Neha Kakkar) ସୋସିଆଲ ମିଡିଆରେ ବହୁତ ସକ୍ରିୟ ଓ ସବୁବେଳେ ନିଜ ପ୍ରଶଂସକଙ୍କ ସହ କିଛି ନା କିଛି ସେୟାର କରିଥାନ୍ତି । ନେହା କକ୍କର ନିଜ ପ୍ରଶଂସକଙ୍କୁ ନିଜ ବୃତ୍ତିଗତ ଜୀବନରୁ ଠାରୁ ଆରମ୍ଭକରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସମସ୍ତ ସୂଚନା ପ୍ରଦାନ କରିଥା’ନ୍ତି । ଏପରିକି ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ବିବାହ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ନିକଟରେ ନେହା କକ୍କର ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯାହା ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ନେହାଙ୍କ ଏହି ଭିଡିଓ ତାଙ୍କ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ବହୁତ ପସନ୍ଦ କରାଯାଉଛି ।

ଭିଡିଓରେ ନେହା କକ୍କର ହନି ସିଂଙ୍କ ଗୀତ 'ଫାର୍ଷ୍ଟ କିସ୍'ରେ ଲିପ୍-ସିଙ୍କ କରୁଥିବାର ନଜର ଆସିଛନ୍ତି । ନେହା କକ୍କରଙ୍କ ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କର କ୍ୟୁଟନେସକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଗାୟିକାଙ୍କ ଭିଡିଓ ଉପରେ ରାପର ହନି ସିଂ ମଧ୍ୟ କମେଣ୍ଟ ଦେଇଛନ୍ତି । ନେହାଙ୍କ ଭିଡିଓ ଉପରେ କମେଣ୍ଟ ଦେଇ ସେ ଲେଖିଛନ୍ତି- 'ଲଭ ଆଣ୍ଡ ଥ୍ୟାଙ୍କ୍ସ।' ଏଥି ସହ ନେହା କକ୍କରଙ୍କ ସ୍ୱାମୀ ରୋହନପ୍ରୀତ ସିଂ କମେଣ୍ଟ କରି ଲେଖିଛନ୍ତି, 'ଶୋନା ବାବୁ।'








View this post on Instagram






A post shared by Neha Kakkar (Mrs. Singh) (@nehakakkar)






ନେହା କକ୍କରଙ୍କ ନାମରେ ନିକଟରେ ଆଉ ଏକ ବଡ଼ ସଫଳତା ଘଟିଛି । ନେହା କକ୍କରଙ୍କୁ ଏକ ସଙ୍ଗ ଆପ୍ ଦ୍ୱାରା ଟପ୍ ହିନ୍ଦୀ ମହିଳା କଳାକାର ୨୦୨୦ ଟ୍ୟାଗ୍ ଦିଆଯାଇଛି । ନେହା କକ୍କର ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ଏହାର ସୂଚନା ଦେଇଥିଲେ । କେବଳ ଏତିକି ନୁହେଁ ନେହା କକ୍କରଙ୍କ ପ୍ରଶଂସକମାନେ ବହୁତ ଖୁସି ଥିବା ଦେଖିବା ପରେ ଆପ୍ ନେହାଙ୍କୁ ଜଣେ ପଞ୍ଜାବୀ ମହିଳା କଳାକାର ବୋଲି ମଧ୍ୟ କହିଛି । ନେହା କକ୍କରଙ୍କୁ ଏହି ଆପରେ ଥିବା ଅନ୍ୟ କଳାକାରଙ୍କ ଅପେକ୍ଷା ୬୬,୧୨୦୪ ଅଧିକ ଲୋକ ଶୁଣିଛନ୍ତି ।
Published by: Jagdish Barik
First published: December 6, 2020, 11:12 AM IST
corona virus btn
corona virus btn
Loading