ନେହା କକ୍କରଙ୍କ ପ୍ରେଗ୍ନେନ୍ସି ଖବର ମିଥ୍ୟା ଥିଲା; ଗୀତକୁ ପ୍ରମୋସନ କରିବା ପାଇଁ କରିଥିଲେ ଡ୍ରାମା

ଗାୟକ ନେହା କକ୍କର (Neha Kakkar) ନିଜ ଗୀତର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସେୟାର କରିବାବେଳେ ସେ ଲେଖିଥିଲେ- 'ଯତ୍ନ ନିଅ, ୨୨ ଡିସେମ୍ବରରେ ଆସିବ' ।

ନେହା କକ୍କରଙ୍କ ପ୍ରେଗ୍ନେନ୍ସି ଖବର ମିଥ୍ୟା ଥିଲା; ଗୀତକୁ ପ୍ରମୋସନ କରିବା ପାଇଁ କରିଥିଲେ ଡ୍ରାମା
(ଫଟୋ କ୍ରେଡିଟ୍: instagram/@nehakakkar)
  • News18 Odia
  • Last Updated: December 19, 2020, 3:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡର (Bollywood) ପ୍ରସିଦ୍ଧ ଗାୟିକା ନେହା କକ୍କର ପୂର୍ବ ଦିନ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଏକ ବେବି ବମ୍ପ ଫ୍ଲଣ୍ଟ କରୁଥିବାର ନଜର ଆସିଥିଲେ । ଏହି ଫଟୋ କିଛି ସମୟ ମଧ୍ୟରେ ଭାଇରାଲ ହେଲା ଓ ଲୋକଙ୍କ ଅଭିବାଦନ ଉଭୟ ନେହା ଓ ରୋହନପ୍ରୀତ ସିଂଙ୍କୁ ମିଳିବା ଆରମ୍ଭ କଲା । କିନ୍ତୁ ପ୍ରକୃତ କଥା ହେଉଛି ସେ ମା' ହେବାକୁ ଯାଉନାହାଁନ୍ତି ବରଂ ଏକ ଗୀତର ପ୍ରମୋସନ ପାଇଁ ସେ ଏକ ଡ୍ରାମା କରିଥିଲେ । ସୋସିଆଲ ମିଡିଆରେ ଏବେ ଲୋକମାନେ ତାଙ୍କ କ୍ଲାସ ନେଉଛନ୍ତି ।

ଗାୟକ ନେହା କକ୍କର ନିଜ ଗୀତର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସେୟାର କରିବାବେଳେ ସେ ଲେଖିଥିଲେ- 'ଯତ୍ନ ନିଅ, ୨୨ ଡିସେମ୍ବରରେ ଆସିବ' ।








View this post on Instagram






A post shared by Neha Kakkar (Mrs. Singh) (@nehakakkar)






ବାସ୍ତବରେ ନେହା କକ୍କର ଶୁକ୍ରବାର ଦିନ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଗର୍ଭବତୀ ଥିବା ଦେଖିବାକୁ ମିଳିଥିଲା ​​। ସେ ଫଟୋ ସହିତ ଲେଖିଥିଲେ 'ଖ୍ୟାଲ ରଖୟା କରୋ '। ଏହା ଉପରେ କମେଣ୍ଟ ଦେଇ ରୋହନପ୍ରୀତ ଲେଖିଛନ୍ତି - ବର୍ତ୍ତମାନ ଅଧିକ ଯତ୍ନ ନେବାକୁ ପଡିବ ।




ନେହାଙ୍କ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ବହୁତ କ୍ରୋଧିତ କରିଛି । ଗର୍ଭଧାରଣର ଖବରକୁ ବ୍ୟବହାର କରି ନିଜର ଆଗାମୀ ଗୀତର ପ୍ରମୋସନ ପାଇଁ ଲୋକମାନେ କମେଣ୍ଟ କରି ତାଙ୍କ କ୍ଲାସ ନେଉଛନ୍ତି ।

ଏହା ପ୍ରଥମ ଥର ନୁହେଁ । ଯେତେବେଳେ ନେହାଙ୍କ ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହ ତାଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାରେ ଆସିଥିଲେ । ଶୋ’ର ଜଜ୍ ନେହା କକ୍କରଙ୍କ ସହ ଆଦିତ୍ୟ ଫ୍ଲର୍ଟିଂ କରୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଉଭୟଙ୍କ ପିତାମାତା ମଧ୍ୟ ଶୋ’ରେ ପହଞ୍ଚିଥିଲେ । ଯେଉଁଠାରେ ବିବାହର କଥାବାର୍ତ୍ତା ଆରମ୍ଭ ହୋଇଥିଲା । ତେବେ ଦୁହେଁ କେବଳ ଶୋ’ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହା କରୁଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିଶ୍ଚିତ ଭାବେ ଆଲୋଚନା ହେଉଥିଲା । ଏହି ଦୁଇଜଣଙ୍କ ଏହି ଆଲୋଚନା ପରେ ହିଁ ଏମାନଙ୍କର "ଗୋଆ ୱାଲା ବିଚ୍" ଗୀତ ଆସିଥିଲା ​।
Published by: Jagdish Barik
First published: December 19, 2020, 3:41 PM IST
corona virus btn
corona virus btn
Loading