ନେହା କକ୍କର ଓ ରୋହନପ୍ରୀତଙ୍କ ହେଲା ନିର୍ବନ୍ଧ; ସାମ୍ନାକୁ ଆସିଲା ସମାରୋହର First Video

ନେହା କକ୍କର (Neha Kakkar) ନିଜେ ରୋହନପ୍ରୀତ ସିଂଙ୍କ (Rohanpreet Singh) ସହ କରିଥିବା ନିର୍ବନ୍ଧ ସମାରୋହର ଏକ ଭିଡିଓ ସେୟାର କରିଛନ୍ତି । ନେହା ଆସନ୍ତା ୨୪ ତାରିଖରେ ରୋହନପ୍ରୀତ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ନେହା କକ୍କର ଓ ରୋହନପ୍ରୀତଙ୍କ ହେଲା ନିର୍ବନ୍ଧ; ସାମ୍ନାକୁ ଆସିଲା ସମାରୋହର First Video
ନେହା ନିଜ ନିର୍ବନ୍ଧ ସମାରୋହର ଏକ ଭିଡିଓ ସେୟାର କଲେ
  • News18 Odia
  • Last Updated: October 20, 2020, 5:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ନେହା କକ୍କରଙ୍କ (Neha Kakkar) ବିବାହ ଖବର କ୍ରମାଗତ ଭାବରେ ଜୋର ଧରିବାରେ ଲାଗିଛି ଓ ଏହି ସମୟ ନେହା ନିଜେ ରୋହନପ୍ରୀତ ସିଂଙ୍କ ସହ ନିର୍ବନ୍ଧ ସମାରୋହର ଏକ ଭିଡିଓ ସେୟାର କରିଛନ୍ତି । ଖବର ଆସୁଛି ଯେ ନେହା ୨୪ ତାରିଖରେ ରୋହନପ୍ରୀତ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଓ ସେମାନଙ୍କ ସମ୍ପର୍କର ଖବର ବାହାରକୁ ଆସିବା ପରେ ଉଭୟ ସୋସିଆଲ ମିଡିଆରେ ଅନେକ ସୁନ୍ଦର ଫଟୋ ସେୟାର କରୁଛନ୍ତି । ତାଙ୍କ ନିର୍ବନ୍ଧ ସମାରୋହର ଏହି ଭିଡିଓରେ ନେହା ଓ ରୋହନପ୍ରୀତ ନାଚୁଥିବା ଓ ବହୁତ ଖୁସିଥିବାର ନଜର ଆସୁଛନ୍ତି ।

ନେହା କକ୍କର ଓ ରୋହନପ୍ରୀତଙ୍କ ଗୀତ 'ନେହୁ ଦା ଭାୟା' ମଧ୍ୟ ଗୋଟିଏ ଦିନ ପରେ ଅର୍ଥାତ୍ ୨୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ତାଙ୍କ ନିର୍ବନ୍ଧ ସମାରୋହର ଭିଡିଓ ସେୟାର କରୁଥିବାବେଳେ ନେହା ଲେଖିଛନ୍ତି,'ନେହୁ ଦା ଭାୟା' ଭିଡିଓ ଆସନ୍ତାକାଲି ରିଲିଜ୍ ହେବ । ସେପର୍ଯ୍ୟନ୍ତ ମୋର ପ୍ରଶଂସକ ଓ 'ନେହୁପ୍ରୀତ'ର ପ୍ରେମୀମାନଙ୍କ ପାଇଁ ଏକ ଛୋଟ ଉପହାର । ମୁଁ ତୁମକୁ ରୋହନପ୍ରୀତ ଓ ପରିବାରକୁ ଭଲପାଏ… ଧନ୍ୟବାଦ ଶ୍ରୀମତୀ ଓ ଶ୍ରୀ କକ୍କର ଅର୍ଥାତ୍ ମାମା-ପାପା ଏହି ସୁନ୍ଦର ସମାରୋହ ପାଇଁ ।










View this post on Instagram





#NehuDaVyah Video releases Tomorrow 💝 till then here’s a small Gift for My NeHearts and #NehuPreet Lovers. Here’s Our Roka ceremony clip!! ♥️💃🏻😇 I Love @rohanpreetsingh and Family 😍🙌🏼 Thank you Mrs Kakkar and Mr. Kakkar Hehe.. I mean Mom Dad 🥰 Thank youu for throwing the best event 😍🙌🏼 My Outfit: @laxmishriali Make up & Hair: @ritikavatsmakeupandhair Jewellery: @indiatrend Bangles: @sonisapphire Styled by @ritzsony @styledose1 Rohu’s Outfit: @mayankchawla09 Video: @piyushmehraofficial


A post shared by Neha Kakkar (@nehakakkar) on






ନିକଟରେ ନେହା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ସେତେବେଳେ ସମୟର ଯେତେବେଳେ ନେହା ରୋହନପ୍ରୀତଙ୍କ ମା ଓ ପିତାଙ୍କୁ ପ୍ରଥମ ଥର ଭେଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଶେୟାର କରିବାବେଳେ ନେହା ଲେଖିଥିଲେ - 'ଯେଉଁ ଦିନ ସେ ମୋତେ ତାଙ୍କ ପରିବାର ସହିତ ପରିଚିତ କରାଇଲେ । ତୁମକୁ ଭଲପାଏ ରୋହନପ୍ରୀତ ସିଂ ’। ରୋହନପ୍ରୀତ ସିଂ ମଧ୍ୟ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି - 'ଏହି ଦିନଟି ମୋ ପାଇଁ କ’ଣ ବୋଲି ମୁଁ ଶବ୍ଦରେ କହି ପାରିବି ନାହିଁ। ମୁଁ ତୁମ ହାତ ଧରି ପୁରା ଦୁନିଆ ପାଇଲି । ଶେଷ ପର୍ଯ୍ୟନ୍ତ ତୁମକୁ ଭଲ ପାଇବି ।










View this post on Instagram





The day he made me meet His Parents and Family ♥️😇 Love You @rohanpreetsingh 🥰 #NehuPreet


A post shared by Neha Kakkar (@nehakakkar) on






ସୂତ୍ରରୁ ମିଳିଥିବା ଖବର ଅନୁସାରେ ନେହା ଓ ରୋହନପ୍ରୀତଙ୍କ ଗ୍ରାଣ୍ଡ ବିବାହ ୨୪ତାରିଖ ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବ । ବିବାହ ସମାରୋହର ଦୁଇ ଦିନ ପୂର୍ବରୁ ଅର୍ଥାତ ୨୨ ତାରିଖ ଦିନର ରୀତିନୀତିର ଦୁଇ ଦିନ ପୂର୍ବରୁ ଏହି ଯୋଡି ରେଜିଷ୍ଟର ବିବାହ ମଧ୍ୟ କରିବେ ।
Published by: Jagdish Barik
First published: October 20, 2020, 5:31 PM IST
corona virus btn
corona virus btn
Loading