ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ଏବଂ ରାଧିକା ରାୟ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ଏବଂ ରାଧିକା ରାୟ ଆରଆରପି ହୋଲଡିଂ ପିଭି ଲିମିଟେଡରୁ ଇସ୍ତଫା ଦେଇଛନ୍ତି। ପ୍ରଣୟ ରାୟ ଏବଂ ରାଧିକା ରାୟଙ୍କ ଇସ୍ତଫା ସମ୍ପର୍କରେ ଏନଡିଟିଭି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ସୂଚନା ଅନୁଯାୟୀ ପ୍ରଣୟ ଏବଂ ରାଧିକା କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଣୟ ଏବଂ ରାଧିକାଙ୍କ ଇସ୍ତଫା ପରେ ସଞ୍ଜୟ ପୁଗଲିଆ, ସୁଦିପ୍ତା ଭଟ୍ଟାଚାର୍ଯ୍ୟ, ସେନ୍ଥିଲ ସିନେୟାଙ୍କୁ ଆରଆରପି ହୋଲ୍ଡିଂ ପ୍ରାଇଭେଟ ଲିମିଟେଡର ବୋର୍ଡରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
ସୋମବାର ଏନଡିଟିଭିର ପ୍ରମୋଟର୍ କମ୍ପାନୀ କହିଛି ଯେ ଏହାର ଇକ୍ୱିଟି କ୍ୟାପିଟାଲର ୯୯.୫ ପ୍ରତିଶତ ଆଦାନୀ ଗ୍ରୁପ୍ ମାଲିକାନା VCPL କୁ ସ୍ଥାନାନ୍ତର କରିଛି। ଏହି ସେୟାରଗୁଡିକର ସ୍ଥାନାନ୍ତର ସହିତ, ଆଦାନୀ ଗ୍ରୁପ୍ NDTV ରେ ୨୯.୧୮ ପ୍ରତିଶତ ଅଂଶଧନ ପାଇବ।
ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ NDTV କିଣିବା ଏକ ବ୍ୟବସାୟିକ ସୁଯୋଗ ନୁହେଁ କିନ୍ତୁ ଏହା ତାଙ୍କର ଦାୟିତ୍ଵ ଅଟେ। ଏହି ସମୟରେ ସେ କହିଥିଲେ ଯେ ସ୍ୱାଧୀନତାର ଅର୍ଥ ହେଉଛି ଭଲକୁ ଭଲ ଏବଂ ଭୁଲକୁ ଭୁଲ କହିବା। ସେ କହିଛନ୍ତି ଯେ ଯଦି ସରକାର କିଛି ଭୁଲ କରିଛନ୍ତି, ତେବେ ତୁମେ ଏହା କହିବା ଉଚିତ ଯେ ଏହା ଭୁଲ ଅଟେ। ଅନ୍ୟପକ୍ଷରେ, ଯଦି ସରକାର କିଛି ଭଲ କାମ କରୁଛନ୍ତି, ତେବେ ଏହାକୁ ମଧ୍ୟ ଭଲ ବୋଲି କହିବାକୁ ସାହସ ମଧ୍ୟ ରହିବା ଉଚିତ୍।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।