ଆଜି NDMCର ସ୍ୱତନ୍ତ୍ର ବୈଠକ; ରାଜପଥର ନାଁ ବଦଳି ହେବ କର୍ତ୍ତବ୍ଯ ପଥ

ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏନଡିଏମସିର ଏହି ବୈଠକରେ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାମକୁ କର୍ତ୍ତବ୍ୟ ପଥରେ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। 

ରାଜପଥର ନାଁ ବଦଳି ହେବ କର୍ତ୍ତବ୍ଯ ପଥ

ରାଜପଥର ନାଁ ବଦଳି ହେବ କର୍ତ୍ତବ୍ଯ ପଥ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ (ଏନଡିଏମସି) ର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏନଡିଏମସିର ଏହି ବୈଠକରେ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାମକୁ କର୍ତ୍ତବ୍ୟ ପଥରେ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରୀୟ ଭବନ ପର୍ଯ୍ଯନ୍ତ ସମଗ୍ର ଅଞ୍ଚଳ କର୍ତ୍ତବ୍ଯ ପଥ ଭାବରେ ପରିଚିତ ହେବ। ବ୍ରିଟିଶ ଶାସନ ସମୟର ନାଁ ଓ ଚିହ୍ନ ହଟାଇବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥର ନାଁକୁ କର୍ତ୍ତବ୍ଯ ପଥ( ପାଥ୍ ଅଫ୍ ଡ୍ୟୁଟି) ଭାବେ ନାମିତ କରିବାକୁ ଯୋଜନା ରଖିଛନ୍ତି।

ବାସ୍ତବରେ, ଇଣ୍ଡିଆ ଗେଟରେ ସେଣ୍ଟ୍ରାଲ୍ ଭିସ୍ତା ପୁନଃ ନିର୍ମାଣ ପ୍ରକଳ୍ପର ଏକ ଅଂଶ ଖୁବ ଶୀଘ୍ର ଉଦ୍ଘାଟନ ହେବାକୁ ଯାଉଛି। ବ୍ରିଟିଶ ଶାସନ କାଳରେ ରାଜପଥ କିଙ୍ଗସ ୱେ ନାମରେ ଜଣାଶୁଣା ଥିଲା। ସ୍ବାଧୀନତା ପରେ ଏହାର ନାମ ରାଜପଥ ରଖାଯାଇଛି। ଏଣୁ ଏହାକୁ ବ୍ରିଟିଶ୍ ଶାସନ ସମୟର ନାମ କିପରି ହେଲା ବୋଲି ସାଂସଦ ମହୁଆ ମେଇତ୍ରା ପ୍ରଶ୍ନ କରିଛନ୍ତି। ରାଜପଥର ୧.୮ କିଲୋମିଟର ଦୂରତା ଏବଂ ଏହାର ପାର୍ଶ୍ୱରେ ଇଣ୍ଡିଆ ଗେଟ୍ ଏବଂ ବିଜୟ ଛକ ମଧ୍ୟରେ ଲନ୍ ଅଛି। ଗୃହ, ସହରାଞ୍ଚଳ ତଥା ବିମାନ ଚଳାଚଳ ବିଭାଗର କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଙ୍ଗଳବାର ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ।bସେ ଅଧିକାରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ମଧ୍ଯ କରିଥିଲେ।

ସରକାର ପ୍ରଥମ ଥର ନୁହେଁ ଯେ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ସରକାର ଅନେକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି। ମୋଦି ସରକାର ଆସିବା ମାତ୍ରେ ରେଡ କ୍ରସ ରୋଡର ନାମ ଲୋକ କଲ୍ୟାଣ ମାର୍ଗରେ ପରିବର୍ତ୍ତନ କରିଥିଲେ। ଅନେକ ରେଳ ଷ୍ଟେସନର ନାମ ମଧ୍ୟ ଏହିପରି ପରିବର୍ତ୍ତନ କରାଯାଇଛି। ସରକାର କହୁଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଦାସତ୍ୱର ପ୍ରତୀକ ରହିବା ଉଚିତ ନୁହେଁ। ସବୁକିଛି ନୂଆ ଭାରତର ଦୃଷ୍ଟିକୁ ଦୃଢ କରିବା ପାଇଁ ପ୍ରମାଣିତ ହେବା ଉଚିତ୍।
Published by:Soumyashree Mishra
First published: