ନାମାଙ୍କନ କରୁଛନ୍ତି ଏନଡିଏର ପ୍ରାର୍ଥୀ ଜଗଦୀପ ଧନଖର (ପ୍ରତିକାତ୍ମକ ଛବି)
News 18 Odia Digital
ନୂଆ ଦିଲ୍ଲୀ: ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି। ତେଣୁ ଆସନ୍ତା ୬ ତାରିଖରେ ଉପ-ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ଉପ-ରାଷ୍ଟ୍ରପତି ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀ ଜଗଦୀପ ଧନଖର ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ତାଙ୍କ ସହ ଉପସ୍ଥିତ ଥିଲେ।
ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ସେ ସର୍ବଦା ଚେଷ୍ଟା କରିବି ବୋଲି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖର କହିଛନ୍ତି । ସେ ରାଜସ୍ଥାନରେ ବିଜେପି ସହ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ। କହିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ସ୍ୱପ୍ନରେ ମଧ୍ୟ କେବେ ଭାବି ନ ଥିଲି ଯେ ମୋ ଭଳି ବ୍ୟକ୍ତି ଏହି ସୁଯୋଗ ପାଇବେ।’’ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଧନଖର ଗତକାଲି ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।
ଅଗଷ୍ଟ ୬ରେ ହେବାକୁ ଥିବା ମତଦାନରେ ମିଳିତ ବିରୋଧୀ ଦଳର ପକ୍ଷରୁ କଂଗ୍ରେସ ନେତ୍ରୀ ମାର୍ଗେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛନ୍ତି।
ଏହା ପୂର୍ବରୁ ଧନଖର ତାଙ୍କୁ ସମର୍ଥନ କରିବାକୁ ବିଭିନ୍ନ ଦଳର ସାଂସଦଙ୍କୁ ଭେଟିଥିଲେ। ସେଠାରେ ବିଜୁ ଜନତା ଦଳ ଓ ଲୋକ ଜନଶକ୍ତି ପାର୍ଟିର ସାଂସଦଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।