ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପଦୀ ମୁର୍ମୁ

ପାଖାପାଖି ଅଧଘଣ୍ଟା ଧରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ ବେଢା ପରିକ୍ରମା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀନୀ। ଏଥିସହ  ଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ରବୀଦ୍ର ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁର୍ମୁ।

ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ।

ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ।

  • Share this:
​News 18 Odia Digital

ନୂଆ ଦିଲ୍ଲୀ: ପବିତ୍ର ରଥଯାତ୍ରା ପରେ ଆଜି ଦିଲ୍ଲୀର ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୫ଟା ୧୦ ମିନିଟ ସମୟରେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ପାଖାପାଖି ଅଧଘଣ୍ଟା ଧରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ ବେଢା ପରିକ୍ରମା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀନୀ। ଏଥିସହ  ଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ରବୀଦ୍ର ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁର୍ମୁ।


ମନ୍ଦିର ପରିସରରେ ଅନେକ ଗୁରୁତ୍ୱପୂର୍ଣ୍ଣ​ କଥା ବିଷୟରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ହଜଖାସ ମୁଖ୍ୟ ରାସ୍ତା ସମେତ ସମେତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏଥିସହ ଉକ୍ତ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିରରେ ଠାକୁରଙ୍କ ଦର୍ଶନକୁ ବାରଣ କରାଯାଇଥିଲା। କେବଳ ମନ୍ଦିରର କର୍ମକର୍ତ୍ତା ଓ ପୂଜକ ଉପସ୍ଥିତ ଥିଲେ।
Published by:Soubhagya Mishra
First published: