Bihar Election Results: ବିହାରରେ NDAକୁ ବହୁମତ ମିଳିବା ପରେ ପୁଣି ନୀତୀଶ କୁମାର CM ହେବେ

ବିହାରରେ NDAର ବିଜୟ ପରେ ଆରମ୍ଭ ହୋଇଛି ସରକାର ଗଠନ ପାଇଁ କସରତ । ବିଜୟୀ ମେଣ୍ଟରେ ସବୁ ଠୁ ବଡ଼ ଦଳ ଭାବେ ଉଭା ହୋଇଛି BJP । ପୂର୍ବରୁ ନୀତୀଶ କୁମାରଙ୍କୁ ମେଣ୍ଟର ନେତା ଭାବେ ଘୋଷଣା କରି ସାରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ ଓ ଅମିତ ଶାହ।

Bihar Election Results: ବିହାରରେ NDAକୁ ବହୁମତ ମିଳିବା ପରେ ପୁଣି ନୀତୀଶ କୁମାର CM ହେବେ
(ବାମରୁ ଡାହାଣ) ନୀତିଶ କୁମାର, ନରେନ୍ଦ୍ର ମୋଦୀ ଓ ସୁଶୀଲ ମୋଦୀ
  • News18 Odia
  • Last Updated: November 11, 2020, 4:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: ବିହାର ବିଧାନସଭା ନିର୍ବାଚନରେ (Bihar Assembly Elections) ଏନ୍‌.ଡି.ଏ.କୁ (NDA) ସ୍ପଷ୍ଟ ବହୁମତ ମିଳିଛି । ପୁଣି ଥରେ ଏନ୍‌ଡିଏ ହାତକୁ ଶାସନ କ୍ଷମତା ଦେଇଛନ୍ତି ବିହାରର ଜନତା । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୧୨୨କୁ ସହଜରେ ଅତିକ୍ରମ କରିଛି ଜେଡିୟୁ ଓ ବିଜେପିର (JDU and BJP) ମେଣ୍ଟ ଏନ୍‌.ଡି.ଏ. । ଏହି ନିର୍ବାଚନରେ ବିଜେପି ଉଭା ହୋଇଛି ସବୁଠୁ ବଡ଼ ଦଳ ଭାବେ ।

ବିଜେପି ଓ ଜେଡିୟୁର ମେଣ୍ଟ ଏନ୍‌.ଡି.ଏ.କୁ ବହୁମତ ମିଳିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଟ୍ୱିଟ୍‌ କରି ବିହାରର ଜନତାଙ୍କୁ ଶୁଭକାମନା ଜଣାଇଛନ୍ତି । ‘‘ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ପାଇ ବିହାରରେ ଗଣତନ୍ତ୍ର ପୁଣି ଥରେ ଜିତିଛି । ବିହାର ବିଜେପି ସହିତ ଏନ୍‌.ଡି.ଏ.ର ସବୁ କାର୍ଯ୍ୟକର୍ତ୍ତା ଯେଉଁ ସଙ୍କଳ୍ପ ଓ ସମର୍ପଣ ଭାବ ସହିତ କାମ କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ମୁଁ କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଉଛି ଓ ବିହାରବାସୀଙ୍କୁ ମୋ’ ହୃଦୟରୁ କୃତଜ୍ଞତା ଜଣାଉଛି,’’ ନିଜ ଟ୍ୱିଟରେ ଲେଖିଛନ୍ତି ମୋଦୀ ।

ଏହା ବି ପଢ଼ନ୍ତୁ | ବାଲେଶ୍ୱରରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? ‘‘BJD BJP ଟଙ୍କା ବଣ୍ଟା Congress ଦୁର୍ବଳ ସଙ୍ଗଠନ’’

ତେଜଶ୍ୱୀ ଯାଦବଙ୍କ (Tejashwi Yadav) ନେତୃତ୍ୱାଧୀନ ଆର୍‌.ଜେ.ଡି.ର ମହାଗଠବନ୍ଧନକୁ (RJD-led Grand Alliance) ମିଳିଛି ୧୧୦ଟି ଆସନ । ଚଳିତ ନିର୍ବାଚନରେ ଆର.ଜେ.ଡି. ସର୍ବାଧିକ ୭୫ଟି ଆସନରେ ଜିତିଛି । ତା’ ପଛକୁ ବିଜେପିକୁ ମିଳିଛି ୭୪ଟି ଆସନ । ତୃତୀୟ ସ୍ଥାନରେ ଅଛି ଜେଡିୟୁ । ଦଳକୁ ୪୧ ଆସନରେ ବିଜୟ ମିଳିଛି, ଆଉ ଦୁଇଟି ଆସନରେ ଆଗୁଆ ଅଛନ୍ତି ଦଳୀୟ ପ୍ରାର୍ଥୀ । ତା’ ପଛକୁ ରହିଛି କଂଗ୍ରେସ । କଂଗ୍ରେସକୁ ୧୯ଟି ଆସନରେ ବିଜୟ ମିଳିଛି ।



ବାମପନ୍ଥୀ ଦଳ ସି.ପି.ଆଇ.ଏମ୍‌.ଏଲ.କୁ (CPI-ML) ୧୧ଟି ଆସନ, ସି.ପି.ଏମ୍‌.କୁ (CPM) ତିନିଟି ଓ ସି.ପି.ଆଇ.କୁ (CPI) ଦୁଇଟି ଆସନ ମିଳିଛି । ମୁକେଶ ସାହଣୀଙ୍କ (Mukesh Sahni) VIPକୁ ଚାରିଟି ଓ ପୂର୍ବ ମୁଖ୍ୟ ମନ୍ତ୍ରୀ ଜୀତନ ରାମ ମାଞ୍ଝୀଙ୍କ (Jitan Ram Manjhi) ହମ ଦଳକୁ (HAM) ଚାରିଟି ଆସନ ମିଳିଛି । ଚିରାଗ ପାଶ୍ୱାନଙ୍କ (Chirag Paswan) ଏଲ୍‌.ଜେ.ପି.କୁ ମିଳିଛି ମାତ୍ର ଗୋଟିଏ ଆସନ । ଏହି ନିର୍ବାଚନରେ ଏଲ୍‌.ଜେ.ପି. ଏନ୍‌.ଡି.ଏ.ରୁ ଅଲଗା ହୋଇ କେବଳ ଜେଡିୟୁ ବିରୁଦ୍ଧରେ ପ୍ରାର୍ଥୀ ଦେଇଥିଲା ।

ଏହା ବି ପଢ଼ନ୍ତୁ | ନାବାଳିକା ଦୁଷ୍କର୍ମ ସାରୁଅ ଜମି ହଡ଼ପ ମାମଲା: OTV ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହେଲେ

ବଡ଼ କଥା ହେଉଛି ବିହାର ବିଧାନସଭା ନିର୍ବାଚନରେ ଏନ୍‌.ଡି.ଏ.କୁ ବହୁମତ ମିଳିବା ସହ ଏହି ମେଣ୍ଟରେ ସବୁ ଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ଏନ.ଡି.ଏ. ବିହାରରେ ସରକାର ଗଠନ କରିବା ଏକରକମ ନିଶ୍ଚିତ ହୋଇଯାଇଛି । ବିହାରରେ ଏହି ବିଜୟକୁ ନେଇ ପଟନାରୁ ଦିଲ୍ଲୀ ଯାଏଁ ଏନ୍‌.ଡି.ଏ. କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ପାଳନ କରିଛନ୍ତି ।

ବିହାରରେ ସରକାର ଗଠନ ଲାଗି ବି ଆରମ୍ଭ ହୋଇଛି କସରତ । ଏନ୍‌.ଡି.ଏ.ର ନେତାମାନେ ମୁଖ୍ୟ ମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ (Nitish Kumar) ବାସଭବନରେ ରାତିରେ ଏକାଠି ହୋଇଛନ୍ତି । ସେମାନେ ନୂଆ ସରକାର ଗଠନ ବିଷୟରେ ଆଲୋଚନା କରୁଥିବା ଜଣାପଡ଼ିଛି । ଏହି ବୈଠକରେ ବିବାର ଉପମୁଖ୍ୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (Sushil Kumar Modi) ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି ।

ତେଜଶ୍ୱୀ ଯାଦବଙ୍କ ଜନ ସଭାଗୁଡ଼ିକରେ ପ୍ରବଳ ଭିଡ଼ ହେଉଥିଲା ।


ହେଲେ ବିହାର ନିର୍ବାଚନରେ ଜାଲିଆତି ଅଭିଯୋଗ ଆଣିଛି ମହାଗଠବନ୍ଧନ (Mahagathbandhan) । ଏହି ମେଣ୍ଟ ନିଜ ୧୧୯ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରି କହିଛି ଯେ ସେମାନେ ନିଶ୍ଚିତ ବିଜୟର ହକଦାର ଥିଲେ ଓ ସେମାନଙ୍କୁ ରିଟର୍ଣ୍ଣିଂ ଅଫିସରମାନେ ଭୋଟ୍‌ ଗଣତି ସରିବା ପରେ ଜିତିଯାଇଥିବା ସୂଚନା ଦେଇଥିଲେ ଓ ଶୁଭକାମନା ବି ଦେଇଥିଲେ । ହେଲେ ପରେ ସେମାନଙ୍କୁ ଜିତାପଟର ସାର୍ଟିଫିକେଟ୍‌ ଦେଉ ନ ଥିବା ଅଭିଯୋଗ କରିଛି ଆର୍.ଜେ.ଡି. ।

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

ଇଭିଏମ୍‌ ଓ ମତଗଣନାରେ ଜାଲିଆତି ଯୋଗୁଁ ଏନ୍‌.ଡି.ଏ. ବିଜୟୀ ହୋଇଛି ବୋଲି ଅଭିଯୋଗ କରି ମହାଗଠବନ୍ଧନର ନେତାମାନେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ବାମପନ୍ଥୀ ଦଳମାନେ ମଧ୍ୟ ତିନିଟି ଆସନରେ ପୁନଃ ମତଗଣନା ଲାଗି ଦାବି କରିଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଅଭିଯୋଗ କରିଛନ୍ତି ଯେ ବିହାରରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଅନେକ ସ୍ଥାନରେ ଜାଣିଶୁଣି ଦଳୀୟ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ଦେବାରେ ବିଳମ୍ବ କରାଯାଇଛି ଓ ପରେ ଏନ୍‌.ଡି.ଏ. ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି ।

ବିଜୟର ନିଶ୍ଚିତତା ପରେ ଆରମ୍ଭ ହୋଇଛି ସରକାର ଗଠନ ପାଇଁ କସରତ । ଏ ଥର ବିଜୟୀ ମେଣ୍ଟରେ ସବୁ ଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ହେଲେ ପୂର୍ବରୁ ନୀତୀଶ କୁମାରଙ୍କୁ ମେଣ୍ଟର ନେତା ଭାବେ ଘୋଷଣା କରି ସାରିଛନ୍ତି ପ୍ରଧାନ ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେଣୁ ଏ ଥର ସରକାର ଗଠନର ରୂପରେଖ କିଭଳି ହେବ ସେ ନେଇ ଆରମ୍ଭ ହୋଇଛି କସରତ ।



ମଧ୍ୟ ପ୍ରଦେଶରେ (Madhya Pradesh) ବିଜେପିର ବିଜୟ ବୈଜୟନ୍ତୀ ବି ଜାରି ରହିଛି । ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ (Madhya Pradesh Assembly bypolls) ବିଜେପି ମୁଣ୍ଡରେ ଶିରପା ବାନ୍ଧିଛନ୍ତି ଭୋଟରମାନେ । ୧୬ରୁ ଅଧିକ ଆସନରେ ଜିତିଛି ବିଜେପି । ରାଜ୍ୟ ବିଧାନସଭାରେ ବହୁମତ ଲାଗି ଏହି ୨୮ଟି ଆସନରୁ ବିଜେପି ଲାଗି ମାତ୍ର ଆଠଟିରେ ବିଜୟ ହାସଲ କରିବା ଆବଶ୍ୟକ ଥିଲା । ଏହା ବେଶ୍‌ ସହଜରେ ହାସଲ କରିଛି ବିଜେପି ।
Published by: Anand Shankar Thankur Das
First published: November 11, 2020, 1:23 AM IST
corona virus btn
corona virus btn
Loading