ପୁନର୍ବାର ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ NDA ପ୍ରାର୍ଥୀ ହରିବଂଶ ନାରାୟଣ ସିଂ

Rajyasabha Deputy Chairman Elections: ଜେଡିୟୁ ଦଳର ନେତା ତଥା ଏନଡିଏ ପ୍ରାର୍ଥୀ ହରିବଂଶ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ପୁନର୍ବାର ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ NDA ପ୍ରାର୍ଥୀ ହରିବଂଶ ନାରାୟଣ ସିଂ
ହରିବଂଶ ନାରାୟଣ ସିଂ (ଫାଇଲ ଫଟୋ)
  • News18 Odia
  • Last Updated: September 14, 2020, 7:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ଜନତା ଦଳର ନେତା ହରିବଂଶ ନାରାୟଣ ସିଂ (Harivansh Narayan Singh) ରାଜସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ବିରୋଧୀ ଦଳର ଆରଜେଡି ନେତା ମନୋଜ କୁମାର ଝା (Manoj Kumar Jha) ଓ ଏନଡିଏର ଜେଡିୟୁ ନେତା ହରିବଂଶ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା । ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଗୃହରେ କହିଛନ୍ତି ଯେ 'ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ମୁଁ ହରିବଂଶ ଜୀଙ୍କୁ ଅଭିନନ୍ଦନ ଜଣାଉଛି ।' ପିଏମ ମୋଦୀ କହିଛନ୍ତି ଯେ ଜଣେ ସାମ୍ବାଦିକ ତଥା ସାମାଜିକ କର୍ମୀ ଭାବରେ ତାଙ୍କୁ ଅନେକ ଲୋକ ପସନ୍ଦ କରନ୍ତି । ଆମେ ସମସ୍ତେ ଦେଖିଛୁ ଯେ ସେ ପୂର୍ବରୁ ସଂସଦର କାର୍ଯ୍ୟ କିପରି ନିଭାଇ ଥିଲେ ।'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ହରିବଂଶ ନାରାୟଣ ସିଂ ନିର୍ବାଚିତ ହେବା ପରେ କହିଛନ୍ତି - "ସଂସଦରେ ଉତ୍ପାଦକତା ଓ ସକରାତ୍ମକତା ବୃଦ୍ଧି ପାଇଁ ହରିବଂଶ ଜୀ ପ୍ରୟାସ କରିଛନ୍ତି । ସେ ଗଣତନ୍ତ୍ରର ମଶାଲ ବହନ କରୁଛନ୍ତି, ସେ ବିହାରରୁ ଆସିଛନ୍ତି ଯା ଏମିତି ଏକ ଭୂମି ଯାହା ଗଣତାନ୍ତ୍ରିକ ନୈତିକତା ପାଇଁ ଜଣାଶୁଣା । ବିହାର ହେଉଛି ଜେପି ଓ ବାପୁଙ୍କ ଚମ୍ପାରନ୍ ସତ୍ୟଗ୍ରାହ ସହିତ ଗଭୀର ସମ୍ପର୍କ ରହିଛି । " ହରିବଂଶ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ହରିବଂଶ ଏହି ପଦ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ । ଆଜାଦ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ସେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସଂପୂର୍ଣ୍ଣ ନିରପେକ୍ଷତା ସହିତ ଗୃହର କାର୍ଯ୍ୟ ସମ୍ପାଦନ କରିବେ ।

ସୂଚନା ଅନୁସାରେ ଜେପି ନାଡା ହରିବଂଶଙ୍କ ସପକ୍ଷରେ ଏହି ପ୍ରସ୍ତାବ ଦେଇଛନ୍ତି । ଯାହା ଥାଭାରଚାନ୍ଦ ଗେହଲୋଟ୍ ସମର୍ଥନ କରିଥିଲେ । ଏହା ପରେ ଏନଡିଏ ପ୍ରାର୍ଥୀ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଏଥି ସହିତ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ଆରଜେଡି ସାଂସଦ ମନୋଜ କୁମାର ଝାଙ୍କ ସପକ୍ଷରେ ପ୍ରସ୍ତାବ ଆଗକୁ ଆଣିଥିଲେ । ଯାହାକୁ କଂଗ୍ରେସ ନେତା ଆନନ୍ଦ ଶର୍ମା ସମର୍ଥନ କରିଥିଲେ । ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ହରିବଂଶ ନାରାୟଣ ସିଂ ନିର୍ବାଚିତ ହୋଇଛନ୍ତି ।

୧୨ ଟି ବିରୋଧୀ ଦଳ ମନୋଜ ଝାଙ୍କୁ ପ୍ରାର୍ଥୀ କରିଥିଲେ
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିରୋଧୀ ପ୍ରାର୍ଥୀ ମନୋଜ ଝାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମନୋଜ ଝାଙ୍କୁ ୧୨ ଟି ବିରୋଧୀ ଦଳ ସେମାନଙ୍କର ମିଳିତ ହୋଇ ପ୍ରାର୍ଥୀ କରିଥିଲେ । କୋଭିଡ -୧୯ କାରଣରୁ ସମସ୍ତ ପରିବର୍ତ୍ତନ ସହିତ ଘଟୁଥିବା ଏହି ମୌସମୀ ଅଧିବେଶନରେ ଭଏସ୍ ଭୋଟ୍ ଦ୍ୱାରା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ୮ ଅଗଷ୍ଟ ୨୦୧୮ ରେ ପ୍ରଥମ ଥର ପାଇଁ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ୍ ୨୦୨୦ ରେ ଶେଷ ହୋଇଥିଲା ଓ ସେ ପୁନର୍ବାର ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ୬୪ ବର୍ଷୀୟ ଜେଡିୟୁ ନେତା ଅର୍ଥନୀତିରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି । ସେ ପୂର୍ବରୁ ପ୍ରଭାତ ଖବରର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି ।
Published by: Jagdish Barik
First published: September 14, 2020, 7:38 PM IST
corona virus btn
corona virus btn
Loading