ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Twitter ବିବାଦ: ରାହୁଲ ଗାନ୍ଧିଙ୍କ ମାମଲାରେ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଚିଠି ଲେଖିଲା NCPCR

Twitter ବିବାଦ: ରାହୁଲ ଗାନ୍ଧିଙ୍କ ମାମଲାରେ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଚିଠି ଲେଖିଲା NCPCR

ଶିଶୁ ଅଧିକାର ଜାତୀୟ ଆୟୋଗ ଫେସବୁକ୍ ଓ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏଭଳି ଫଟୋ ପୋଷ୍ଟ କରିବା ପାଇଁ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଷ୍ପତ୍ତି ନେଇଛି ।

Twitter ବିବାଦ: ରାହୁଲ ଗାନ୍ଧିଙ୍କ ମାମଲାରେ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଚିଠି ଲେଖିଲା NCPCR
ରାହୁଲ ଗାନ୍ଧିଙ୍କ ମାମଲାରେ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଚିଠି ଲେଖିଲା NCPCR
  • News18 Odia
  • Last Updated: August 13, 2021, 2:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମସ୍ୟା ହ୍ରାସ ପାଉଥିବା ପରି ମନେ ହେଉନାହିଁ। ଦିଲ୍ଲୀ କ୍ୟାଣ୍ଟର ନାଙ୍ଗଲା ରାୟା ଅଞ୍ଚଳରେ ଜଣେ ନଅ ବର୍ଷର ନବାଳିକାକୁ ଦୁଷ୍କର୍ମ ଓ ହତ୍ୟା ହୋଇଥିବା ପୀଡ଼ିତାଙ୍କ ପରିବାର ପରିଚୟ ପ୍ରକାଶ କରିବା ମାମଲାରେ ତାଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି। ତାଙ୍କ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟକୁ ଟ୍ୱିଟର ଇଣ୍ଡିଆ ସସ୍‌ପେଣ୍ଡ କରିଦେଇଛି, ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ।

ଇତିମଧ୍ୟରେ ଶିଶୁ ଅଧିକାର ଅଧିକାରର ଜାତୀୟ ଆୟୋଗ ଫେସବୁକ୍ ଓ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏଭଳି ଫଟୋ ପୋଷ୍ଟ କରିବା ପାଇଁ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଷ୍ପତ୍ତି ନେଇଛି । ଏ ବାବଦରେ ଫେସବୁକ ଓ ଇନଷ୍ଟାଗ୍ରାମକୁ ମଧ୍ୟ ଏନ.ସି.ପି.ସି.ଆର. (National Commission for Protection of Child Rights) ଏକ ଚିଠି ଲେଖିଛନ୍ତି।

ନ୍ୟାସନାଲ କମିଶନ ଫରd ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଫେସବୁକ ଓ ଇନଷ୍ଟାଗ୍ରାମକୁ ଚିଠି ଲେଖି କହିଛି ଯେ ରାହୁଲ ଗାନ୍ଧିଙ୍କ ପୋଷ୍ଟ ସେମାନଙ୍କ ପ୍ଲାଟଫର୍ମରେ ଦୁଷ୍କର୍ମ ପୀଡିତା ପରିବାରର ପରିଚୟ ପ୍ରକାଶ କରୁଛି ଓ ଭାରତୀୟ ନିୟମ ଉଲ୍ଲଂଘନ କରୁଛି।

ଏହି ସମୟରେ ରାହୁଲ ଗାନ୍ଧିଙ୍କ ସହ ଦଳ ସହ ଜଡ଼ିତ ପ୍ରାୟ ୨୩ ନେତାଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛି ଟ୍ୱିଟର ଇଣ୍ଡିଆ । ଏହା ଉପରେ ରାହୁଲ ଗାନ୍ଧି ମଧ୍ୟ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି, ‘‘ଟ୍ୱିଟରରେ ମୋ'ର ୧୯ ରୁ ୨୦ ନିୟୁତ ଫଲୋର୍ସ ଅଛନ୍ତି। ଆପଣ ସେମାନଙ୍କୁ ଏକ ମତ ରଖିବାକୁ ବାରଣ କରୁଛନ୍ତି । ଏହା କେବଳ ଅନ୍ୟାୟ ନୁହେଁ, ଏହା ମଧ୍ୟ ଦର୍ଶାଏ ଯେ ଟ୍ୱିଟର ଆଉ ନିଜର ମତ ପ୍ରକାଶ କରିବାର ମାଧ୍ୟମ ନୁହେଁ। କେନ୍ଦ୍ର ସରକାର କ’ଣ କହୁଛନ୍ତି ତାହା ମଧ୍ୟ ଟ୍ୱିଟର ଶୁଣୁଛି। ସାଧାରଣ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ବିଷୟ । ଯଦି ଟ୍ୱିଟର ରାଜନୈତିକ ପକ୍ଷ ନେବା ଆରମ୍ଭ କରେ ତେବେ ଏହା ସେମାନଙ୍କ ପାଇଁ ଭଲ ନୁହେଁ।’’
Published by: Lipina Das
First published: August 13, 2021, 2:36 PM IST