ଦେବାଳିଆ ହେଲା Go First; ଆବେଦନ ଗ୍ରହଣ କଲା NCLT

Go First ବିମାନ କମ୍ପାନି ହେଲା ଦେବାଳିଆ । ଗତ ୨ ତାରିଖରେ କମ୍ପାନି ନାସନାଲ୍ କମ୍ପାନି ଲ’ ଟ୍ରିବୁଲାନରେ ଆବେଦନ କରିଥିଲା ।

କମ୍ପାନି ହେଲା ଦେବାଳିଆ

କମ୍ପାନି ହେଲା ଦେବାଳିଆ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Go First Company: Go First ବିମାନ କମ୍ପାନି ହେଲା ଦେବାଳିଆ । ନିଜକୁ ଦେବାଳିଆ ଘୋଷଣା ଦାବିରେ ଗତ ୨ ତାରିଖରେ କମ୍ପାନି, ନାସନାଲ୍ କମ୍ପାନି ଲ’ ଟ୍ରିବୁଲାନରେ ଆବେଦନ କରିଥିଲା । NCLT କମ୍ପାନିର ଦାବି ଗ୍ରହଣ କରିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ଦେବାଳିଆ ପ୍ରକ୍ରିୟାକରଣ । ତେବେ ବର୍ତ୍ତମାନ କମ୍ପାନି ତାର କୌଣସି କର୍ମଚାରୀଙ୍କୁ ଛଟେଇ କରିପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି NCLT । ସେପଟେ ପୁଣି ଉଡ଼ାଣ ବନ୍ଦ ସଂପ୍ରସାରଣ କରିଛି କମ୍ପାନି । ଆସନ୍ତା ୧୯ ତାରିଖ ଯାଏ କମ୍ପାନିର ସମସ୍ତ ବିମାନର ଉଡ଼ାଣ ବନ୍ଦ ରହିବ । ଗତ ୨ ତାରିଖରେ Go First କମ୍ପାନି, ନାସନାଲ୍ କମ୍ପାନି ଲ’ ଟ୍ରିବୁନାଲରେ ନିଜକୁ ଦେବାଳିଆ ଘୋଷଣା ପାଇଁ ଦାବି କରିବା ସହ ପ୍ରଥମ ପର୍ଯ୍ୟାୟରେ ୩ ଦିନ ପାଇଁ ୫ ତାରିଖ ଯାଏ ସମସ୍ତ ଉଡ଼ାଣ ବନ୍ଦ ରଖିଥିଲା ।

ପରେ ଏହାକୁ ୯ ତାରିଖ ଏବଂ ପୁଣି ୧୨ ତାରିଖ ଯାଏ ସଂପ୍ରସାରଣ କରିଥିଲା । ନିଜର ଆର୍ଥିକ ଦୁସ୍ଥିତି ପାଇଁ ଆମେରିକୀୟ କମ୍ପାନି ପ୍ରାଟ୍ ଆଣ୍ଡ ହ୍ବାଇଟ୍‌ନେକୁ ଦାୟୀ କରିଛି କମ୍ପାନି । ପ୍ରାଟ୍ ଆଣ୍ଡ ହ୍ବାଇଟ୍‌ନେର ତ୍ରୁଟିଯୁକ୍ତ ଇଞ୍ଜିନ୍ ଏବଂ ଭୁଲ ମରାମତି ଯୋଗୁଁ କମ୍ପାନିର ଏଭଳି ଅବସ୍ଥା ହୋଇଥିବା NCLTରେ କହିଥିଲା Go First । ଏଥି ସହିତ କୋଭିଡ୍ କଟକଣା ମଧ୍ୟ କିଛି ମାତ୍ରାରେ ଦାୟୀ ବୋଲି କହିଥିଲା କମ୍ପାନି ।
Published by:Soumya Das
First published: