ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମା’ ପାଇଁ ରୋଷେଇ ଘରର ମଲ୍ଟି ଟ୍ଯାକ୍ସିଙ୍ଗ ମ୍ୟାସିନ ତିଆରି କଲେ ନବଶ୍ରୀ; ମିଳିଲା Inspired award

ମା’ ପାଇଁ ରୋଷେଇ ଘରର ମଲ୍ଟି ଟ୍ଯାକ୍ସିଙ୍ଗ ମ୍ୟାସିନ ତିଆରି କଲେ ନବଶ୍ରୀ; ମିଳିଲା Inspired award

ନବଶ୍ରୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ମେସିନ କାଠରେ ତିଆରି ହୋଇଛି। ଏହା ହାତ ଦ୍ୱାରା ହିଁ ଚାଲିବ। ଏଥିରେ ବିଦ୍ୟୁତ କିମ୍ବା ଅନ୍ୟ କୌଣସି ଖର୍ଚ୍ଚ ଲାଗିବ ନାହିଁ।

ମା’ ପାଇଁ ରୋଷେଇ ଘରର ମଲ୍ଟି ଟ୍ଯାକ୍ସିଙ୍ଗ ମ୍ୟାସିନ ତିଆରି କଲେ ନବଶ୍ରୀ; ମିଳିଲା Inspired award
ଏକା ଥରକେ ୨୨ଟି କାମ କରିବ ମଲ୍ଟି ଟ୍ଯାକ୍ସିଙ୍ଗ ମ୍ୟାସିନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 12, 2021, 10:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହୋଶଙ୍ଗାବାଦ: କଥାରେ ଅଛି “ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ”। ଏହାକୁ ସତ କରି ଦେଖାଇଛନ୍ତି ଜଣେ ଛାତ୍ରୀ। ଏହି ଛାତ୍ରୀ ଜଣକ ହେଲେ ମଧ୍ୟପ୍ରଦେଶର ପିପିରିଆର ଡୋକରୀ ଖେଡ଼ାରେ ରହୁଥିବା ଦଶମ ଶ୍ରେଣୀର ନବଶ୍ରୀ ଠାକୁର। ନବଶ୍ରୀଙ୍କ ପିତା-ମାତା ମୂଲ ଲାଗି ପରିବାର ଚଳାନ୍ତି। ମା ଘରର କାମ ସହିତ ରୋଜଗାର ପାଇଁ ବି ସମୟ ଦିଅନ୍ତି। ଏହାରି ଭିତରେ ତାଙ୍କୁ ବହୁତ ଦୌଡ଼ିବା ପାଇଁ ମଧ୍ୟ ପଡ଼ିଥାଏ। ମା’ଙ୍କର ଏଭଳି ପରିଶ୍ରମକୁ ଦେଖନ୍ତି ନବଶ୍ରୀ। ଏନେଇ ସେ ମନରେ ଏକ ପ୍ରକଳ୍ପର ଯୋଜନା କଲେ। ଇନ୍ସାୟର ଆୱାର୍ଡ ଯୋଜନା ପାଇଁ ସେ ଏକ ମଡେଲ ତିଆରି କଲେ ଯାହା ଦ୍ୱାରା ଏକାସାଙ୍ଗରେ ଅନେକ ଗୁଡ଼ିଏ କାମ କରିହେବ। ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି।

ନବଶ୍ରୀଙ୍କ ଏହି ମଲ୍ଟି ଟାସ୍କିଙ୍ଗ ମ୍ଯାସିନ ଇନ୍ସାୟର ଆୱାର୍ଡରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିବା ପରେ ତାଙ୍କ ଘର ସହିତ ସାରା ଜିଲ୍ଲାରେ ଖୁସୀର ଲହରୀ ଖେଳିଯାଇଛି। ନବଶ୍ରୀଙ୍କ ଏହି ସଫଳତା ନେଇ ତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ। ଶିକ୍ଷା ବିଭାଗ ଦ୍ୱାରା ବିଜ୍ଞାନ କ୍ଷେତ୍ରରେ ହେଉଥିବା ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସବୁ ମଡେଲକୁ ପଛରେ ପକେଇ ନବଶ୍ରୀଙ୍କ ମଡେଲ ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଜିଲ୍ଲା ଶିକ୍ଷା ଅଧିକାରୀ ରବି ବଘେଲ୍ କହିଛନ୍ତି ଯେ ନବଶ୍ରୀ ଠାକୁର ଦେଶରେ ପ୍ରଥମ ସ୍ଥାନ ପ୍ରାପ୍ତ କରିଛନ୍ତି। ଏହି ଆୱାର୍ଡ ୨୦୧୯-୨୦ ବର୍ଷର ହୋଇଥିବା ବେଳେ ନବଶ୍ରୀ ଏହି ମଡେଲ୍ ଅପ୍‌ଲୋଡ୍‌ କରିଥିଲେ। ସେତେବେଳେ ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ।

ନବଶ୍ରୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ମେସିନ କାଠରେ ତିଆରି ହୋଇଛି। ଏହା ହାତ ଦ୍ୱାରା ହିଁ ଚାଲିବ। ଏଥିରେ ବିଦ୍ୟୁତ କିମ୍ବା ଅନ୍ୟ କୌଣସି ଖର୍ଚ୍ଚ ଲାଗିବ ନାହିଁ। ଏହି ମ୍ୟାସିନକୁ ଏଭଳି ଭାବେ ତିଆରି କରାଯାଇଛି ଯେ ଏହା ଏକା ବେଳେକେ ରୁଟି ବେଲିବା, ପରିବା କାଟିବା, ଜୁସ୍ ତିଆରି କରିବା, ମସଲା ବାଟିବା ସହିତ ଏକାସାଙ୍ଗରେ ୨୨ଟି କାମ କରିପାରିବ।

ପ୍ରକାଶଥାଉ ଯେ ନବଶ୍ରୀ ସ୍ଥାନୀୟ ବାଳିକା ବିଦ୍ୟାଳୟ ପିପିରିୟାର ଛାତ୍ରୀ। ତାଙ୍କ ମା’ କାମକୁ ଯାଉଥିବାରୁ ଅନେକ ସମୟରେ ତାଙ୍କ ଘରର କାମ ଅଧା ରହିଯାଏ। ଏସବୁ ଦେଖୁଥିଲେ ନବଶ୍ରୀ। ତେଣୁ ମା’ଙ୍କ ସୁବିଧା ପାଇଁ ସେ ଏଭଳି ଏକ ମ୍ୟାସିନ ତିଆରି କରିବା ପାଇଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରାଧନା ପଟେଲଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ପରାମର୍ଶରେ ସେ ଏହି ମଲ୍ଟି ୟୁଜ୍‌ଫୁଲ୍ ମ୍ୟାସିନ ନିର୍ମାଣ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାସିନ ତିଆରି ନେଇ ସେ ଶାଗୁଆନ କାଠ ବ୍ୟବହାର କରିଛନ୍ତି। ଏହି ମ୍ୟାସିନ ଓଜନ ୬.୫ କେଜି ହୋଇଥିବା ବେଳେ ଏହାକୁ ତିଆରି କରିବା ନେଇ ତିନି ମାସ ଲାଗିଯାଇଥିଲା।
Published by: Soumya Das
First published: September 12, 2021, 10:50 AM IST