ନବଜୋତ ସିଂଙ୍କ ଜଣେ ପରାମର୍ଶଦାତା କ୍ୟାପଟେନ, ଶାହ ଓ PMଙ୍କ ଉପରେ ଲଗାଇଲେ ସାଙ୍ଘାତିକ ଅଭିଯୋଗ

ସୋସିଆଲ ମିଡ଼ିଆରେ ତାଙ୍କ ଭାଷା ହେତୁ ମଲବିନ୍ଦର ସିଂ ମଲ୍ଲି ଅନେକ ଥର ବିରୋଧୀଙ୍କ ଟାର୍ଗେଟରେ ଆସିସାରିଛନ୍ତି । ସିଦ୍ଧୁ କାହିଁକି ଏପରି ବ୍ୟକ୍ତିଙ୍କୁ ତାଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରିବେ ତାହା ଏକ ବଡ଼ ପ୍ରଶ୍ନ ସାଜିଛି ।

ନବଜୋତ ସିଂଙ୍କ ଜଣେ ପରାମର୍ଶଦାତା ଆଣିଲେ ଅଭିଯୋଗ

ନବଜୋତ ସିଂଙ୍କ ଜଣେ ପରାମର୍ଶଦାତା ଆଣିଲେ ଅଭିଯୋଗ

  • Share this:
News18 Odia Digital

ଚଣ୍ଡିଗଡ: ନବଜୋତ ସିଂ ସିଦ୍ଧୁଙ୍କ ଚାରିଜଣ ପରାମର୍ଶଦାତାଙ୍କ ମଧ୍ୟରୁ ମଲବିନ୍ଦର ସିଂ ମଲ୍ଲି ତାଙ୍କ ଫେସବୁକ୍ ପୋଷ୍ଟ ଯୋଗୁଁ ବିବାଦକୁ ଆସିଛନ୍ତି। ସେ ଲେଖିଛନ୍ତି ଯେ ପଞ୍ଜାବରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଚେଷ୍ଟା କରିଥିଲେ। ତାଙ୍କ ପୋଷ୍ଟରେ ମଲ୍ଲି ପଞ୍ଜାବୀଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାର କାର୍ଯ୍ୟକଳାପରୁ ସାବଧାନ ରହିବାକୁ କହିଛନ୍ତି। ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫା ସିଦ୍ଧୁଙ୍କ ଦ୍ୱାରା ପ୍ରସ୍ତାବିତ ପରାମର୍ଶଦାତା ପଦବୀକୁ ଗୋଟିଏ ଦିନ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ।

ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସିଏମଙ୍କୁ କହିଥିଲେ ଓ ଅମରିନ୍ଦରଙ୍କୁ କ୍ୟାବିନେଟ ପୁନଃ ନିର୍ମାଣ ପାଇଁ ପ୍ରସ୍ତାବ ଉପସ୍ଥାପନ କରିବାକୁ ମଧ୍ୟ କହିଥିଲେ।

ପଞ୍ଜାବ କ୍ୟାବିନେଟରେ ଗୋଟିଏ ସିଟ୍ ଖାଲି ଅଛି। ୨୦୧୯ରେ ସିଦ୍ଧୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ଖାଲି ପଡ଼ିଥିଲା। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଅମରିନ୍ଦର ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟି ପାର୍ଟି ହାଇକମାଣ୍ଡର ୧୮ ପଏଣ୍ଟ ଏଜେଣ୍ଡାରେ ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ ।

ସିଦ୍ଧୁଙ୍କୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ବିଷୟରେ ସେ ଗାନ୍ଧିଙ୍କୁ ମଧ୍ୟ ଜଣାଇଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବ ସରକାର ଓ ଦଳର ରାଜ୍ୟ ୟୁନିଟ୍ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ସୋନିଆ ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମରିନ୍ଦର ଓ ସିଦ୍ଧୁ ନିଜ ନିଜ ସୀମା ମଧ୍ୟରେ କାମ କରିବେ, କିନ୍ତୁ ପରସ୍ପର ସହ ସହଯୋଗ କରିବେ ବୋଲି ଏଆଇସିସି ପଞ୍ଜାବ ବ୍ୟାପାର ଦାୟିତ୍ବରେ ଥିବା ହରିଶ ରାୱତଙ୍କୁ ମଧ୍ୟ କହିଛନ୍ତି।

ଗତ ମାସରେ ଦଳର ପଞ୍ଜାବ ୟୁନିଟର ନୂଆ ଅଧ୍ୟକ୍ଷ ଭାବରେ ପଦୋନ୍ନତି ପାଇଥିବା ସିଦ୍ଧୁ ବୁଧବାର ଚାରିଜଣ ପରାମର୍ଶଦାତା ନିଯୁକ୍ତ କରିଥିଲେ। ଫତେହଗଡ ସାହେବ ସାଂସଦ ଡାକ୍ତର ଅମର ସିଂ, ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫା, ବାବା ଫରିଦ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଡାକ୍ତର ପିଆର ଲାଲ ଗର୍ଗ ଓ ମଲବିନ୍ଦର ସିଂ ମଲ୍ଲି।

ସିଦ୍ଧୁଙ୍କ ପରାମର୍ଶଦାତାଙ୍କ ପସନ୍ଦ ବିରୋଧରେ କୌଣସି ଦଳର ନେତା ଖୋଲାଖୋଲି ଭାବେ ବାହାରକୁ ଆସି ନ ଥିବାବେଳେ ତାଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତି ବ୍ୟକ୍ତିଗତ ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୋସିଆଲ ମିଡ଼ିଆରେ ତାଙ୍କ ଭାଷା ହେତୁ ମଲବିନ୍ଦର ସିଂ ମଲ୍ଲି ଅନେକ ଥର ବିରୋଧୀଙ୍କ ଟାର୍ଗେଟରେ ଆସିସାରିଛନ୍ତି । ସିଦ୍ଧୁ କାହିଁକି ଏପରି ବ୍ୟକ୍ତିଙ୍କୁ ତାଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରିବେ ତାହା ଏକ ବଡ଼ ପ୍ରଶ୍ନ ସାଜିଛି । ଅନ୍ୟ ଜଣେ ନେତା କହିଛନ୍ତି ଯେ ମୁସ୍ତାଫାଙ୍କୁ ଜଣେ ପରାମର୍ଶଦାତା କରାଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ତାଙ୍କ ପତ୍ନୀ ରଜିଆ ସୁଲତାନା ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ହୋଇଥିବାରୁ ମୁସ୍ତାଫା ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଜାଣିଛନ୍ତି।
Published by:Lipina Das
First published: